Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଧନତେରାସ୍, ଜାଣନ୍ତୁ ଆଜି ଦିନର ମହତ୍ୱ

ଭୁବନେଶ୍ୱର: ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ । ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ୍‌ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଧନତେରାସ୍‌ ଅବସରରେ ଭଗବାନ ଧନ୍ୱନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ ।

Dhanteras

ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ଗୃହର ମୁଖ୍ୟ ଦ୍ୱାରକୁ ସୁସଜ୍ଜିତ କରି ମାଙ୍କୁ ସ୍ବାଗତ କରାଯାଏ । ଏଥି ସହିତ ବିଶ୍ବାସ ଅନୁଯାୟୀ ଏହି ଦିନରେ ସୁନା ଅଳଙ୍କାର କିଣିଲେ ମା' ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି । ଏଥି ସହିତ ପରିବାରର ସୁଖ ସମୃଦ୍ଧି ଆସିଥାଏ । ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

ତେବେ ଆପଣ ବି ଯଦି ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ। ନହେଲେ ଠାକାମିର ଶିକାର ହୋଇ ପାରନ୍ତି । ସୁନା କିଣିବା ପୂର୍ବରୁ ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍‌ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+