ଜିଏସଟି ଅଧିନରେ ପେଟ୍ରୋଲ-ଡିଜେଲ ଆଣିବା ପ୍ରଶ୍ନରେ ଅନୁରାଗ ଠାକୁରଙ୍କ ଜବାବ
ଜିଏସଟି ପରିସରରେ ପେଟ୍ରୋଲ ଏବଂ ଡିଜେଲ ଆଣିବା ପାଇଁ ଜିଏସଟି ପରିଷଦର ସୁପାରିଶ ଆବଶ୍ୟକ । ଏପର୍ଯ୍ୟନ୍ତ କୌଣସି ସୁପାରିଶ କରାଯାଇ ନାହିଁ ।
ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ଅର୍ଥାତ୍ ମାର୍ଚ୍ଚ 8 ରୁ ଆରମ୍ଭ ହୋଇଛି । ଆଜି ଅଧିବେଶନର ଦ୍ୱିତୀୟ ଦିନ । ଆଜି ଗୃହ ଆରମ୍ଭରୁ ପେଟ୍ରୋଲର ମୂଲ୍ୟ ବୃଦ୍ଧିକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ରଖାଯାଇଛି । ପେଟ୍ରୋଲ ଏବଂ ଡିଜେଲକୁ କାହିଁକି ଜିଏସଟି ଅଧୀନରେ ରଖାଗଲା ନାହିଁ ? ବୋଲି ବରୋଧୀ ମାନେ ବାରମ୍ବାର ପ୍ରଶ୍ନ କରିଥିଲେ । ଏହା ପରେ ଅନୁରାଗ ଠାକୁର ରାଜ୍ୟସଭାରେ ଏହାର ଉତ୍ତର ରଖିଛନ୍ତି ।

ସେ ତାଙ୍କ ଉତ୍ତରରେ କହିଛନ୍ତି, ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବାକୁ ଏପର୍ଯ୍ୟନ୍ତ କୌଣସି ସୁପାରିଶ କରାଯାଇ ନାହିଁ । ଅନୁରାଗ ଠାକୁର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଜିଏସଟି ପରିସରରେ ପେଟ୍ରୋଲ ଏବଂ ଡିଜେଲ ଆଣିବା ପାଇଁ ଜିଏସଟି ପରିଷଦର ସୁପାରିଶ ଆବଶ୍ୟକ । ଏପର୍ଯ୍ୟନ୍ତ କୌଣସି ସୁପାରିଶ କରାଯାଇ ନାହିଁ ।












Click it and Unblock the Notifications