Ind vs Eng,1st Test Day 3: ପନ୍ତ-ପୂଜାରଙ୍କ ପାଭିଲିଅନ ଫେରିବା ପରେ ପରିଦର୍ଶକ ଦଳର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

3ୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସ 578 ସ୍କୋରର ଜବାବରେ ଭାରତ 257 ରନ୍ କରି 6 ୱିକେଟ ବ୍ୟୟ କରିସାରିଛି । ଏବେ ବି ଘରୋଇ ଦଳକୁ ଫଲୋଅନ ଏଡାଇବା ପାଇଁ 122 ରନ୍ ଆବଶ୍ୟକ ରହିଛି ।

ଚେନ୍ନାଇ: ଓପନିଂ ଅର୍ଡର ଫେଲ ପରେ ଘରୋଇ ଦଳର ପାଳି ସମ୍ଭାଳିଥିଲେ ଅଭିଜ୍ଞ ଚେତଶ୍ବର ପୂଜାର ଓ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ । ମାତ୍ର ପନ୍ତ-ପୂଜାର ପାଭେଲିଅନ ଫେରିବା ପରେ ଭ୍ରମଣକାରୀ ଦଳ ନିୟନ୍ତ୍ରଣରେ ଏବେ ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ ।

ତେବେ 3ୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସ 578 ସ୍କୋରର ଜବାବରେ ଭାରତ 257 ରନ୍ କରି 6 ୱିକେଟ ବ୍ୟୟ କରିସାରିଛି । ଏବେ ବି ଘରୋଇ ଦଳକୁ ଫଲୋଅନ ଏଡାଇବା ପାଇଁ 122 ରନ୍ ଆବଶ୍ୟକ ରହିଛି ।

ଟପ ଅର୍ଡର ଫେଲ ମାରିବା ପରେ 5ମ ୱିକେଟରେ ପନ୍ତ (88 ବଲରୁ 91) ଏବଂ ଚେତେଶ୍ୱର ପୂଜାରା (143 ବଲରୁ 73) 119 ରନ ଭାଗୀଦାରି ଯୋଡିଥିଲେ। ପରେ ଦୁହିଁଙ୍କ ପାଭିଲିଅନ ଫେରିବା ପରେ ୱାଶିଂଟନ୍ ସୁନ୍ଦର (33 ରନ, 68 ବଲ) ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ (8 ରନ, 54 ବଲ୍) 4ର୍ଥ ଦିନ ଖେଳ ପାଇଁ ଅପରାଜିତ ରହିଛନ୍ତି । ତେବେ ଦୁଇ ଦିନର ଖେଳ ବାକି ଥିବା ବେଳେ ଆସନ୍ତାକାଲିର ଖେଳ ରୋମାଞ୍କର ହେବାକୁ ଯାଉଛି । କାରଣ ଦେଖିବାକୁ ବାକି ରହିଲା ଯେ, ଇଂଲଣ୍ଡ ଟିମ ମ୍ୟାନେଜମେଣ୍ଟ ଘରୋଇ ଦଳକୁ ଫଲୋଅନ ଖେଳିବାକୁ ବାଧ୍ୟ କରୁଛି ନା ପୁଣି ଥରେ ବ୍ୟାଟିଂ ନେଇ ମ୍ୟାଚକୁ ଡ୍ର ଆଡକୁ ମୁଁହାଉଛି ।

Ind vs Eng

ଇଂଲଣ୍ଡ ପ୍ରଥମ ଇନିଂସ 578 ସ୍କୋରକୁ ପିଛା କରୁଥିବା ଘରୋଇ ଭାରତୀୟ ଦଳ 3ୟ ଦିନରେ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ରକ୍ଷଣାତ୍ମକ ଶୈଳୀରେ ପାଳି ଆରମ୍ଭ କରିଥିବା ଦଳର ଦୁଇ ଓପନ ରୋହିତ ଶର୍ମା ( 6ରନ, 9ବଲ ) ଓ ଶୁବମନ ଗିଲ ( 29ରନ, 28 ବଲ ) କିନ୍ତୁ ଶୀଘ୍ର ନିଜ ୱିକେଟ ଭ୍ରମଣକାରୀ ଦଳର ବୋଲରଙ୍କ ହାତରେ ଦେଇ ଦେଇଥିଲେ । ପରେ ଅଧିନାୟକ ବିରାଟ କୋହଲି ( 11ରନ, 48 ବଲ) ପୂଜାରଙ୍କ ସହ 3ୟ ୱିକେଟରେ ଦଳର ପାଳିକୁ ସମ୍ଭାଳିବା ଆରମ୍ଭ କରିଥିଲେ । ମାତ୍ର ପୁଣିଥରେ ଫେଲ ମାରିଥିଲେ ବିରାଟ । ଡୋମ ବେସଙ୍କ ବଲରେ ଓଲି ପୋପଙ୍କ ହାତରେ ଧରା ପଡି ପାଭେଲିଅନ ଫେରିଥିଲେ । ସେହିପରି ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଦୁର୍ବଳ ବ୍ୟାଟିଂର ନମୁନା ଦେଖାଇ ମାତ୍ର 1 ରନ କରି ଆଉଟ ହୋଇଥିଲେ । ଦଳର ସ୍କୋର ମାତ୍ର 74 ରନରେ ପାଭିଲିଅନ ଲେଉଠି ସାରିଥିଲେ ଟିମ ଇଣ୍ଡିଆର 4 ଇନଫର୍ମ ବ୍ୟାଟ୍ସ ମ୍ୟାନ ।

ଇଂଲିସ ଦଳର ବିଶାଳ ସ୍କୋରକୁ ପିଛା କରି ପୂଜାର ଓ ପନ୍ତ କିଛି ସମୟ ଧରି କ୍ରିଜରେ ତିଷ୍ଠି ରହିଥିଲେ । ତେବେ ପୂଜାରଙ୍କ ଆଉଟ ହେବା ପରେ ପନ୍ତ ମଧ୍ୟ ପାଭିଲିଅନ ଫେରିଥିଲେ । କ୍ରମାଗତ ଭାବେ 3ଥର ଟେଷ୍ଟ ଶତକ ହାସଲ କରିବାକୁ ମାତ୍ର କେଇଟା ରନ ପଛରେ ରହିଯାଇଥିଲେ ପନ୍ତ । 4ର୍ଥ ଦିନ ଖେଳ ପାଇଁ ପଡିଆରେ ଅପରାଜିତ ଅଛନ୍ତି ସୁନ୍ଦର ଓ ଅଶ୍ୱୀନ ।

ଅନ୍ୟପଟେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନଙ୍କ ଖତରନାକ ବ୍ୟାଟିଂ ପରେ ବଲରେ ମଧ୍ୟ କମାଲ ଦେଖାଇଥିଲେ ବୋଲର । ଡୋମିନିକ ବେସ ସର୍ବାଧିକ 4 ୱିକେଟ ନେଇଥିବା ବେଳେ ଯୁବ ଜୋଫ୍ରା ଆର୍ଚର ଦୁଇଟି ୱିକେଟ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+