କଟକରେ କୋଭିଡ ନିୟମ ଉଲ୍ଲଂଘନ, ସୁପର ମାର୍କେଟ ପରେ କୋଚିଂ ସେଣ୍ଟର ସିଲ୍‌

ଆଜି କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କଟକର ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଏହାକୁ ସିଲ୍ କରି ଦିଆଯାଇଛି।

କଟକ: ରାଜ୍ୟରେ ପୁଣି ଲେଉଟାଣି କୋପ ଦେଖାଇଲାଣି କରୋନା । ମାତ୍ର ଏବେ ମଧ୍ୟ କରୋନା କଟକଣାକୁ ସଠିକ୍ ଭାବେ ପାଳନ କରୁ ନାହାନ୍ତି ଲୋକେ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଏହି କ୍ରମରେ ଆଜି କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କଟକର ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଏହାକୁ ସିଲ୍ କରି ଦିଆଯାଇଛି।

Cuttack

କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଏହି କୋଚିଂ ସେଣ୍ଟରଟିକୁ ସିଲ୍‌ କରାଯାଇଛି। ସେହିପରି ଆଜି ସକାଳେ ରାଣୀହାଟରେ ଏକ ଶପିଂ କଂପ୍ଲେକ୍ସକୁ ମଧ୍ୟ ସମାନ କାରଣରୁ ସିଲ୍ କରାଯାଇଥିଲା।

ଗତ ସପ୍ତାହରେ କଟକ ସ୍ଥିତ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରୁ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୟାର୍ଥୀ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଧ୍ୟାପିକା ବୋଲି ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+