Get Updates
Get notified of breaking news, exclusive insights, and must-see stories!

ଟି-୨୦ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ: ୩୪୪ ରନର ବିଶାଳ ସ୍କୋର , ସବୁଠାରୁ କମ୍ ବଲରେ ଶତକ ମାରିଲେ ସିକନ୍ଦର ରାଜା

ଟି-୨୦ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ବଡ଼ ସ୍କୋର କରିବାର ରେକର୍ଡ କରିଛି ଜିମ୍ବାୱେ କ୍ରିକେଟ । ଜାମ୍ବିଆ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ ଜିମ୍ବାୱେ ୨୦ ଓଭରରେ ମାତ୍ର ଚାରି ୱିକେଟ୍ ହରାଇ ୩୪୪ ରନର ବିଶାଳ ସ୍କୋର କରିଛି, ଯାହା ଟି-୨୦ କ୍ରିକେଟ ଇତିହାସରେ ପୂର୍ବରୁ କେବେ ହୋଇନଥିଲା ।

ନେପାଳକୁ ପଛରେ ପକାଇଲା ଜିମ୍ବାୱେ
ଜିମ୍ବାୱେ ଏବଂ ଜାମ୍ବିଆ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୪୪ ରନ୍ ସଂଗ୍ରହ କରିଥିଲା । ଏହା ପୂର୍ବରୁ, ଟି-୨୦ ଇତିହାସରେ ୩୦୦ରୁ ଅଧିକ ସ୍କୋର କେବଳ ଥରେ ହୋଇଥିଲା । ୨୦୨୩ ମସିହାରେ ମଙ୍ଗୋଲିଆ ବିପକ୍ଷରେ ନେପାଳ କ୍ରିକେଟ ଦଳ ୩୧୪ ରନ୍ ସଂଗ୍ରହ କରିଥିଲା । ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଏହି ରେକର୍ଡ ହୁଏତ ଆଉ କେବେ ଭାଙ୍ଗି ନପାରେ, କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ଅତୀତ ହୋଇଯାଇଛି ।

Sikandar Raja

ଜିମ୍ବାୱେ ୩୪୪ ସ୍କୋର କରି ନେପାଳକୁ ପଛରେ ପକାଇଛି। ଯଦି ଆମେ ପ୍ରତିଷ୍ଠିତ ଟେଷ୍ଟ ଖେଳୁଥିବା ଦେଶ ବିଷୟରେ କଥା ହେବା, ତେବେ ଏହି ତାଲିକାରେ ପ୍ରଥମେ ଭାରତର ନାଁ ଆସିବ । କିଛିଦିନ ପୂର୍ବରୁ ବାଂଲାଦେଶ ବିପକ୍ଷରେ 6 ୱିକେଟ୍ ହରାଇ ୨୯୭ ରନ୍ ସ୍କୋର କରିଥିଲା ଟିମ୍ ଇଣ୍ଡିଆ ।

ସିକନ୍ଦର ରାଜାଙ୍କ ବିସ୍ଫୋରକ ଶତକ
ଜିମ୍ବାୱେର ଏହି ଅବିଶ୍ୱସନୀୟ ରେକର୍ଡ ପଛରେ ଅଧିନାୟକ ସିକନ୍ଦର ରାଜାଙ୍କ ବିସ୍ଫୋରକ ଶତକୀୟ ପାଳି ସାମିଲ ରହିଛି । କେବଳ ୩୩ ବଲରୁ ଶତକ ହାସଲ କରିଥିବା ରାଜା ମାତ୍ର ୪୩ ବଲରେ ୧୩୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହା ସହ ସେ ସବୁଠାରୁ କମ୍ ବଲରେ ଶତକ ମାରିଛନ୍ତି । ଏହି ପାଳିରେ ସେ ୧୫ ଛକା ଓ ୭ ଚୌକା ମାରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହା ସହିତ ଗୋଟିଏ ଟି-୨୦ ମ୍ୟାଚରେ ସର୍ବାଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାରେ ସଂଯୁକ୍ତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରାଜା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+