Get Updates
Get notified of breaking news, exclusive insights, and must-see stories!

ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୩ ରନ୍‌ରେ ହରାଇଲା ଜିମ୍ବାୱେ

ଟି20 ବିଶ୍ୱକପରେ ବଡ ବିପର୍ଯ୍ୟୟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାଓ୍ୱେ । ଶୁକ୍ରବାର ଲିଗ୍ ମୁକାବିଲାରେ ଜିମ୍ବାଓ୍ୱେ ବଡ ବିପର୍ଯ୍ୟୟ ଘଟାଇଛି । ଦଳ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରି ବିଜୟ ହାସଲ କରିଛି ।

Zimbabwe

ଶୁକ୍ରବାର ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଏବଂ ଜିମ୍ବାଓ୍ୱେ । ମୁକାବିଲାରେ ଟସ୍ ଜିତିଥିଲା ଅଷ୍ଟ୍ରେଲିଆ । ଦଳ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ୱାଇ ଜିମ୍ବାଓ୍ୱେ ଜବରଦସ୍ତ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ବ୍ରାଏନ ବେନେଟ୍ ଅପରାଜିତ ୬୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟି ମାରୁମାନି ୩୫ ରନ୍ କରିଥିଲେ । ସେହିପରି ଏସ ରାଜା ୨୫ ରନ୍ ର ଇନିଂସ ଖେଳିଥିଲେ । ଫଳରେ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୧୬୯ ରନ୍ କରିଥିଲା ।

୧୭୦ ରନ୍ ର ଲକ୍ଷ୍ୟ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମ୍ୟାଟ୍ ରେନସ ଏବଂ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟର ଜିମ୍ବାଓ୍ୱେ ବୋଲରଙ୍କ ମୁକାବିଲା କରିପାରିନଥିଲେ । ମ୍ୟାଟ୍ ୬୫ ରନ୍ କରିଥିବା ବେଳେ ମ୍ୟାକ୍ସଓ୍ୱେଲ ୩୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ୍ ହେଡ୍ ୧୭ ରନ୍ କରିଥିଲେ । ଜିମ୍ବାଓ୍ୱେ ପକ୍ଷରୁ ବି ମୁଜାରବନି ୪ଟି ଓ୍‌ୱିକେଟ୍ ନେଇଥିବା ବେଳେ ବି ଏଭାନ୍ସ ତିନୋଟି ଶିକାର କରିଥିଲେ ।

ତେବେ ନିୟମିତ ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଦଳ ମାତ୍ର ୧୪୬ ରନ୍ କରିପାରିଥିଲା । ଫଳରେ ବିଜୟଠୁ ୨୩ ରନ୍ ପଛରେ ରହିଯାଇଥିଲା । ତେବେ ୨୦୨୬ ଟି୨୦ ବିଶ୍ୱକପରେ ଏହା ଏବେସୁଦ୍ଧା ସବୁଠୁ ବଡ ବିପର୍ଯ୍ୟୟ ବୋଲି କୁହାଯାଉଛି । କାରଣ ଅଷ୍ଟ୍ରେଲିଆ ହେଉଛି ଅନ୍ୟତମ ଫେଭରେଟ୍ ଟିମ୍ । ହେଲେ ଦଳ ଜିମ୍ବାଓ୍ୱେଠୁ ହାରିବା ପରେ ଏହା କଙ୍ଗାରୁ ଟିମ୍ ର ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+