Get Updates
Get notified of breaking news, exclusive insights, and must-see stories!

ବିବାହର ୮ ବର୍ଷ ପରେ ପିତା ହେଲେ ଜାହିର ଖାନ

Sagarika-Zaheer Welcome Baby Boy: ବଲିଉଡ୍ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ତାଙ୍କ କ୍ରିକେଟର ସ୍ୱାମୀ ଜାହିର ଖାନଙ୍କ ଘରେ ନୂଆ ଅତିଥିଙ୍କ ସ୍ୱାଗତ ହୋଇଛି । ପ୍ରକୃତରେ ଏହି ଦମ୍ପତି ପିତାମାତା ହୋଇଛନ୍ତି। ବୁଧବାର ଦିନ ସେମାନେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏନେଇ ଘୋଷଣା କରିଛନ୍ତି । ସେ ନିଜ ପୁଅ ନାଁ ମଧ୍ୟ ଘୋଷଣା କରିଛନ୍ତି ।

Zaheer Khan

ଚକ୍ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଏବଂ ତାଙ୍କ ସ୍ୱାମୀ ଜାହିର ଏକ ମିଳିତ ପୋଷ୍ଟରେ ଏକ ପୁତ୍ର ସନ୍ତାନ ଜନ୍ମ ବିଷୟରେ ସୂଚନା ଦେଇଛନ୍ତି । ଦମ୍ପତି ସେମାନଙ୍କ ପୁଅ ସହିତ ଦୁଇଟି ବ୍ଲାକ ଆଣ୍ତ ୱାଇଟ୍ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ, ଜାହିର ତାଙ୍କ ଛୋଟ ରାଜକୁମାରଙ୍କୁ କୋଳରେ ଧରି ବସିଛନ୍ତି ଏବଂ ସାଗରିକା ତାଙ୍କ ପାଖରେ ବସିଥିବାର ନଜର ଆସୁଛନ୍ତି ।

ସାଗରିକା ଏବଂ ଜାହିର କ୍ୟାପସନରେ ଲେଖିଛନ୍ତି, ପ୍ରେମ, କୃତଜ୍ଞତା ଏବଂ ଦିବ୍ୟ ଆଶୀର୍ବାଦ ସହିତ ଆମେ ଆମର ଆଦରର ଛୋଟ ଶିଶୁପୁତ୍ର ଫତେହ ସିଂହ ଖାନଙ୍କୁ ସ୍ୱାଗତ କରୁଛୁ।' ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଷ୍ଟାର ଦମ୍ପତ୍ତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

ସାଗରିକା ଏବଂ ଜାହିର ଶିଶୁପୁତ୍ରର ସ୍ୱାଗତ ଘୋଷଣା କରିବା ମାତ୍ରେ। ସାର୍କ ଟ୍ୟାଙ୍କ ଇଣ୍ଡିଆର ଅନୁପମ ମିତ୍ତଲ ଲେଖିଛନ୍ତି, "ଅଭିନନ୍ଦନ ବନ୍ଧୁଗଣ, ଭଗବାନ ଆଶୀର୍ବାଦ କରନ୍ତୁ।" ଡାଏନା ପେଣ୍ଟି, ଅଙ୍ଗଦ ବେଦୀ, ନନ୍ଦିଶ ସିଂ ସାନ୍ଧୁ, ହୁମା କୁରେଶି ଏବଂ ଆଥିଆ ଶେଟ୍ଟୀ ମଧ୍ୟ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ୨୦୧୭ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍ ସମୟରେ ନିର୍ବନ୍ଧ କରିଥିଲେ। ଏହାପରେ ଏହି ଦମ୍ପତି ୨୩ ନଭେମ୍ବର ୨୦୧୭ରେ ମୁମ୍ବାଇରେ ବିବାହ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+