Yuzvendra Chahal, Dhanashree Divorce : ଅଲଗା ହୋଇଗଲେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା !

ଶେଷରେ ଅଲଗା ହୋଇଗଲେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଉଭୟଙ୍କ ଛାଡପତ୍ର ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ । ପରସ୍ପରର ସହମତିରେ ଉଭୟଙ୍କ ଡିଭୋର୍ସ ହୋଇଛି ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ।

କିଛି ମାସ ହେବ ଉଭୟଙ୍କ ଛାଡପତ୍ର ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଶେଷରେ ତାହା ହିଁ ସତ ପ୍ରମାଣିତ ହୋଇଛି । ଚହଲ ଓ ଧନଶ୍ରୀ ଅଲଗା ହୋଇଯାଇଥିବା ନେଇ ସୋସିଆଲ ମିଡିଆରେ ଉଭୟ ପୋଷ୍ଟ ସେୟାର କରି ସଙ୍କେତ ଦେଇଛନ୍ତି । ଏନେଇ ଆନୁଷ୍ଠାନିକ ଭାବେ ଉଭୟେ କିଛି ଘୋଷଣା କରିନାହାନ୍ତି ।

Yuzvendra Chahal Dhanashree Divorce

ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର:

ଛାଡପତ୍ର ନେଇ ଉଭୟ ସୋସିଆଲ ମିଡିଆ ପୋଷ୍ଟରେ ସଙ୍କେତ ଦେଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି । ସୂଚନା ଅନୁଯାୟୀ, ଦମ୍ପତିଙ୍କ ଛାଡପତ୍ର ମାମଲା ସହିତ ଜଡିତ ଚୂଡ଼ାନ୍ତ ଶୁଣାଣି ଗୁରୁବାର ଦିନ ହୋଇଥିଲା । ଶୁଣାଣି ସମୟରେ ଉଭୟ ସେଠାରେ ଉପସ୍ଥିତ ଥିଲେ ।

ରିପୋର୍ଟ ଅନୁଯାୟୀ, ୪୫ ମିନିଟ୍ ଧରି ଚାଲିଥିଲା ଶୁଣାଣି ଚାଲିଥିଲା । ବିଚାରପତି ଉଭୟଙ୍କୁ କାଉନସେଲିଂ ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଦୁହେଁ ଏହି ନିଷ୍ପତ୍ତିରେ ସହମତ ନହୋଇ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଚହଲ ଧନଶ୍ରୀଙ୍କ ଭରଣପୋଷଣ ପାଇଁ 60 ଲକ୍ଷ ଟଙ୍କା ଦେବାକୁ ପଡ଼ିପାରେ । ଶୁଣାଣି ଶେଷରେ ବିଚାରପତି ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

ଚହଲ ଶୁଣାଣି ପୂର୍ବରୁ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, ''ଭଗବାନ ମୋତେ ଯେତେଥର ରକ୍ଷା କରିଛନ୍ତି ତାହା ମୁଁ ଗଣି ବି ପାରିବିନି । ତେଣୁ ମୁଁ କେବଳ ଅନୁଭବ କରିପାରିବି ଯେ ମୋତେ କେତେ ଥର ମୋତେ ରକ୍ଷା କରିଛନ୍ତି । ଯାହା ବିଷୟରେ ମୁଁ ଜାଣିନାହିଁ । ଭଗବାନ ମୋ ସହ ସବୁବେଳେ ରହିଥିବାରୁ ତମକୁ ଧନ୍ୟବାଦ, ଯେତେବେଳେ ମୁଁ ଜାଣିବି ନଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+