Get Updates
Get notified of breaking news, exclusive insights, and must-see stories!

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌; ବ୍ରାଣ୍ଡ ଆମ୍ବାସାଡର ହେଲେ ଯୁବରାଜ ସିଂହ

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବାକୁ ଯାଉଛି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହି ବିଶ୍ଵକପ ଖେଳାଯିବ । ତେବେ ଏହି ଟୁର୍ନାମେଣ୍ଟକୁ ନେଇ ଆଇସିସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଆଇସିସି ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ବିଶ୍ଵକପର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି । ତାଙ୍କ ପୂର୍ବରୁ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଥିଲା ।

ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ପରେ ଯୁବରାଜ ଖୁସି ପ୍ରକାଶ କରି କହିଛନ୍ତି, ଟି-୨୦ ବିଶ୍ୱକପର କିଛି ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ପଡ଼ି ଯାଉଛି ବୋଲି ସେ କହିଛନ୍ତି । ଏହା ମଧ୍ୟରେ ଗୋଟିଏ ଓଭରରେ ୬ ଛକା ରହିଛି । ଏବେ ଏହି ସଂସ୍କରଣର ଅଂଶିଦାର ହେବାକୁ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି । ଏହା ଏଯାବତ ଖେଳାଯାଇଥିବା ସବଠାରୁ ବଡ଼ ସଂସ୍କରଣ ହେବ ବୋଲି ସେ କହିଛନ୍ତି।

Yuvraj Singh

ତେବେ ୨୦୦୭ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଭାରତ ଜିତିଥିବା ବେଳେ ଯୁବରାଜ ୬ ବଲରେ ୬ ଛକା ମାରି ରେକର୍ଡ କରିଥିଲେ । ଏବେ ସେ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଥିବାରୁ ଆମେରିକାରେ ହେବାକୁ ଥିବା ପ୍ରମୋସନାଲ କାର୍ଯ୍ୟକ୍ରମରେ ଭାଗ ନେବେ। ଏଥିସହ ଜୁନ ୯ରେ ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ର ମଧ୍ୟ ସେ ପ୍ରମୋସନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+