ଜାଣନ୍ତୁ, ପୁଣି କେବେ ପଡିଆକୁ ଫେରିବେ ଯୁବରାଜ ?
ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ସୂଚନା ଦେଇଛନ୍ତି ଯେ, ସେ ଫେବୃଆରୀ 2022 ରେ ପଡିଆକୁ ଫେରିବା ସମ୍ଭାବନା ରହିଛି। ଆଜିର ଦିନରେ ଯୁବରାଜ ଭାରତର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ।
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ସୂଚନା ଦେଇଛନ୍ତି ଯେ, ସେ ଫେବୃଆରୀ 2022 ରେ ପଡିଆକୁ ଫେରିବା ସମ୍ଭାବନା ରହିଛି। ଆଜିର ଦିନରେ ଯୁବରାଜ ଭାରତର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ । ଏହି ଅଲରାଉଣ୍ଡର 2011 ବିଶ୍ୱକପରେ 'ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ପୁରସ୍କାର ମଧ୍ୟ ପାଇଥିଲେ। ଯେଉଁଠାରେ ଭାରତୀୟ କ୍ରିକେଟ୍ ଦଳ 28 ବର୍ଷ ପରେ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱ ଟାଇଟଲ୍ ଜିତିଥିଲା । ଏହି ସମୟରେ ଯୁବରାଜ ସିଂ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ।

ଯୁବରାଜ ସିଂ 40 ଟି ଟେଷ୍ଟ, 304 ଟି ଦିନିକିଆ ଏବଂ 58 ଟି-20 ଅନ୍ତର୍ଜାତୀୟରେ 17ଟି ଶତକ ଏବଂ 71 ଟି ଅର୍ଦ୍ଧଶତକ ସହ 11,000 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ ଯୁବରାଜ ଫର୍ମରେ ଥାନ୍ତି, କୌଣସି ବୋଲର ତାଙ୍କୁ ଅଟକାଇବା ବହୁତ କଷ୍ଟସାଧ୍ୟ ଥିଲା । 39 ବର୍ଷୀୟ ଅଲରାଉଣ୍ଡର ମଧ୍ୟ ଦୁଇଟି 4 ୱିକେଟ ହଲ ଓ ଥରେ ପାଞ୍ଚ ୱିକେଟ୍ ହଲ ସହ 148 ୱିକେଟ୍ ନେଇଛନ୍ତି।
ତେବେ ଆଜି ଇନଷ୍ଟଗ୍ରାମରେ ପୋଷ୍ଟରେ ଯୁବରାଜ ଲେଖିଛନ୍ତି, ' ଭଗବାନ ତୁମର ଭାଗ୍ୟ ନିଦ୍ଧାରଣ କରନ୍ତି ! ଜନସାଧାରଣଙ୍କ ଇଚ୍ଛା ପାଇଁ ଆସନ୍ତା ଫେବ୍ରୂୁଆରୀ ମାସରେ ମୁଁ ପଡିଆକୁ ଫେରିବି ବୋଲି ଆଶାବାଦୀ ଅଛି । ଆପଣମାନଙ୍କ ଭଲ ପାଇବା ଓ ସୁଭେଚ୍ଛା ପାଇଁ ଧନ୍ୟବାଦ । ଏହା ମୋ ପାଇଁ ବହୁତ ମୂଲ୍ୟବାନ । ଇଣ୍ଡିଆକୁ ସମର୍ଥନ ଜାରି ରଖନ୍ତୁ । ଏହା ଆମର ଟିମ୍ ଏବଂ ଜଣେ ପ୍ରକୃତ ପ୍ରଶସଂକ ଖରାପ ସମୟରେ ମଧ୍ୟ ସମର୍ଥନ ଜାରି ରଖେ' ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications