Dance Controvercy: ଭିକ୍କି କୌଶଲଙ୍କ ଗୀତରେ ଡ୍ୟାନ୍ସ କରି ଫସିଲେ ଏହି କ୍ରିକେଟର୍

Yuvraj, Harbhajan & Raina Dance Controvercy: ଭିକ୍କି କୌଶଲଙ୍କ 'ତୋବା ତୋବା' ଗୀତରେ ଡ୍ୟାନ୍ସ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ରାଇନା । ଭଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ କଲେ ନିନ୍ଦା ଯୁବରାଜଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନିକଟରେ ଲିଜେଣ୍ଟସ 2024 ଟ୍ରଫି ଜିତିଛି। ( World Championship of Legends) । ହେଲେ ଏବେ ଭିକ୍କ କୌଶଲଙ୍କ ଗୀତ ତୋବା ତୋବା ଗୀତରେ ଡ୍ୟାନ୍ସ କରି ଟ୍ରୋଲ ହେଉଛନ୍ତି ଯୁବରାଜ ସିଂ, ହରଭଜନ ସିଂ ଏବଂ ରାଇନା ।

ବାସ୍ତବରେ ହରଭଜନ ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ପ୍ରଥମେ ଯୁବରାଜ ଦୁଇ ଗୋଡରେ ଛୋଟେଇ ଛୋଟେଇ ଆସୁଥିବାର ଦେଖିବା ପାଇଁ ମଳୁଛି । ଏହା ପରେ ହରଭଜନ ଏବଂ ତାପରେ ସୁରେଶ ରାଇନା ମଧ୍ୟ ବିକି କୌଶଲଙ୍କ ଗୀତରେ ଛୋଟେ ଛୋଟେଇ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ଭାରତର ପାରାଲିମ୍ପିକ୍ କମିଟି ଏହାକୁ ବିରୋଧ କରିଛି ଏବଂ ଯୁବରାଜ, ହରଭଜନ ଏବଂ ରାଇନାଙ୍କ ଭିଡିଓକୁ ବିରୋଧ କରି ସେମାନଙ୍କୁ କ୍ଷମା ମାଗିବାକୁ ମଧ୍ୟ ଅନୁରୋଧ କରିଛି ।

Yuvraj Harbhajan amp amp Raina Dance Controvercy

ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ ଏହି ଭାଇରାଲ୍ ଭିଡିଓ ସେୟାର କରି ଲେଖିଛି । ଏହା ଏକ ଘୃଣ୍ୟ ଏବଂ ସମ୍ବେଦନଶୀଳ କାର୍ଯ୍ୟ। ଜଣେ ତାରକା ସେଲିବ୍ରିଟି ହୋଇ, ଆପଣ ମାନେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ ଏବଂ ସମାଜରେ ସକରାତ୍ମକତା ବିସ୍ତାର କରିବା ଉଚିତ୍, ହେଲେ ଏପରି କରି ଭିନ୍ନକ୍ଷମମାନଙ୍କୁ ପରିହାସ କରୁଛ । ଏହିପରି ଅପମାନଜନକ ଅଙ୍ଗଭଙ୍ଗୀ କରି ଆପଣ ଶାରୀରିକ ଅକ୍ଷମ ଥିବା ଲୋକଙ୍କୁ ଅବମାନନା କରୁଛନ୍ତି । ଏହିପରି ଅଙ୍ଗଭଙ୍ଗୀ କରିବା କେବଳ ମଜାମସ୍ତି କରିବା ନୁହେଁ ବରଂ ଏହା ଭେଦଭାବ ସୃଷ୍ଟି କରିବା । ଏହି ଭୁଲ ପାଇଁ କ୍ଷମା ମାଗିବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+