'ଯିଏ ସୈତାନ ହୋଇଥିବ, ସେ ଧୋନିଙ୍କୁ ଘୃଣା କରିବ'
ଚେନ୍ନାଇ: ଗତକାଲି (ମଙ୍ଗଳବାର) ସ୍ଥାନୀୟ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ 2023ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜୁରାଟକୁ ମାତ୍ ଦେଇ ପ୍ରଥମ ଫାଇନାଲିଷ୍ଟ ବନିଛି ଚେନ୍ନାଇ ସୁପରକିଙ୍ଗ୍ସ । ତେବେ ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କିଛି କଥା କହିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଘୃଣା କରିବାକୁ ହେଲେ ଜଣଙ୍କୁ ପ୍ରକୃତ ସୈତାନ ହେବାକୁ ପଡ଼ିବ ବୋଲି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି । ଏକ ସାକ୍ଷତକାରରେ ହାର୍ଦ୍ଦିକ କହିଛନ୍ତି ଯେ, ସେ ସବୁବେଳେ ଧୋନିଙ୍କର ବଡ଼ ପ୍ରଶଂସକ ରହିବେ । ତାଙ୍କର ଯେଉଁଭଳି ଫ୍ୟାନ୍ ବେସ୍ ରହିଛି ଏବଂ ତାଙ୍କୁ ଭଲପାଉଥିବା ଲୋକଙ୍କ ସଂଖ୍ୟାକୁ ଦେଖିଲେ, ଜଣେ ପ୍ରକୃତ ସୈତାନ ହିଁ ତାଙ୍କୁ ଘୃଣା କରିପାରିବ ବୋଲି ସେ କହିଛନ୍ତି । ଗୁଜୁରାଟ ଟାଇଟାନ୍ସ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏହି ଭିଡିଓଟକୁ ପୋଷ୍ଟ କରିଛି ।
ହାର୍ଦ୍ଦିକ ଆହୁରି କହିଛନ୍ତି ଯେ, ସମସ୍ତେ ଭାବନ୍ତି ଧୋନି ବହୁତ ଗଭୀର ଚିନ୍ତାରେ ଥା'ନ୍ତି। କିନ୍ତୁ ମୋ ପାଇଁ ସେ ଭଲ ମଜା କରିପାରନ୍ତି । ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଅପେକ୍ଷା ଜଣେ ବଡ଼ ଭାଇ ଭାବେ ତାଙ୍କଠୁ ସବୁବେଳେ ଶିଖିଆସିଛି । ଗୁଜରାଟ ଟାଇଟନ୍ସ ମଧ୍ୟ ତାହାର ଟ୍ବିଟର ପେଜରେ ଧୋନିଙ୍କୁ ମହାନ ଅଧିନାୟକ ଭାବେ ଦର୍ଶାଇଛି ।












Click it and Unblock the Notifications