Get Updates
Get notified of breaking news, exclusive insights, and must-see stories!

Year Ender 2024: ଅବସର ନେଲେ ଏହି ମହାନ ଖେଳାଳି 

ସରିଯିବ ୨୦୨୪ । ଆଉ ଆରମ୍ଭ ହେବ ୨୦୨୫ । ଚଳିତ ବର୍ଷ ଭାରତୀୟ କ୍ରିକେଟ ପାଇଁ ଭଲ ବର୍ଷ ବୋଲି ପ୍ରମାଣିତ ହୋଇଛି ।
ଚଳିତ ବର୍ଷ ଟିମ୍‌ ଇଣ୍ଡିଆ ଦ୍ବିତୀୟ ଥର ପାଇଁ ଟି 20 ବିଶ୍ବକପ ଟାଇଟଲ ହାତେଇଥିଲା । ଏହା କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର ଥିଲା ସତ କିନ୍ତୁ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜାଙ୍କ ଅନ୍ତର୍ଜାତୀୟ ଟି-୨୦ ଅବସର ସମସ୍ତଙ୍କୁ ଚକିତ କରିଥିଲା ।

ଚଳିତ ବର୍ଷ କ୍ରିକେଟକୁ ବାଏ ବାଏ କହିଛନ୍ତି ଅନେକ ଖେଳାଳି । ଚଳିତ ବର୍ଷ କ୍ରିକେଟରୁ ଅବସର ଘୋଷଣା କରିଥିବା ଖେଳାଳିଙ୍କ ତାଲିକା ଉପରେ ।

ରବିଚନ୍ଦ୍ରନ ଅଶ୍ୱିନ:

ନିକଟରେ ଅବସର ନେଇଛନ୍ତି ଭେଟେରାନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଚଳିତ ମାସ ୧୮ ତାରିଖରେ ବ୍ରିସବେନ ଟେଷ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ଘୋଷଣା କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ କ୍ୟାରିୟରରେ ୧୦୬ ଟି ଟେଷ୍ଟ ମ୍ୟାଚରେ ୫୩୭ ୱିକେଟ୍ ନେଇଥିଲେ। ୧୧୬ ଟି ODI ମ୍ୟାଚରେ ୧୫୬ ୱିକେଟ୍ ନେଇ ଭାରତର ସର୍ବଶ୍ରେଷ୍ଠ ଟେଷ୍ଟ ସ୍ପିନର ଭାବେ କ୍ୟାରିୟର ଶେଷ କରିଥିଲେ। ଟେଷ୍ଟ ଏବଂ ODI ରେ ଯଥାକ୍ରମେ 3,503 ଏବଂ 707 ରନ୍ ସ୍କୋର କରି ଅଶ୍ୱିନ୍ ଜଣେ ଭଲ ଅଲରାଉଣ୍ଡର ଭାବେ ନିଜକୁ ସାବ୍ୟସ୍ତ କରିଥିଲେ ।

Year Ender 2024

ବିରାଟ କୋହଲି:

ଭାରତ ଟି -20 ବିଶ୍ୱକପ ଜିତିବା ପରେ କିଙ୍ଗ କୋହିଲ ଅନ୍ତର୍ଜାତୀୟ ଟି 20ରୁ ବିଦାୟ ନେଇଥିବା ଘୋଷଣା କରିଥିଲେ। ଯଦିଓ ସେ ଆଇପିଏଲର ଏକ ଅଂଶ ଏବଂ ODI ଏବଂ ଟେଷ୍ଟ ମ୍ୟାଚରେ ମଧ୍ୟ ସକ୍ରିୟ ଅଛନ୍ତି । ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାରେକୋହଲି ଭଲ ପ୍ରଦର୍ଶନ କରିଥିଲେ । ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯାଉଥିବା ବେଲେ ସେ କ୍ରିଜରେ ଛିଡା ହୋଇ ଏକା ଲଢିଥିଲେ । 59 ବଲରେ 76 ରନ କରିଥିଲେ କୋହଲି । ମ୍ୟାଚ ସରିବା ପରେ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ କୋହଲି । କୋହଲି 2010 ରେ ଜିମ୍ବାୱେ ବିପକ୍ଷରେ ଟି -20 ଡେବ୍ୟୁ କରିଥିଲେ ଏବଂ 125 ଟି ମ୍ୟାଚ୍ ଖେଳିଥିଲେ। ସେ ହାରାହାରି 48.69 ରେ 4188 ରନ୍ ସ୍କୋର କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଏବଂ 38 ଅର୍ଦ୍ଧଶତକ ରହିଛି ।

ରୋହିତ ଶର୍ମା:

ବିରାଟ କୋହଲିଙ୍କ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ମଧ୍ୟ ଅନ୍ତର୍ଜାତୀୟ ଟି20ରୁ ଅବସର ଘୋଷଣା କରିଥିଲେ । ରୋହିତ ଶର୍ମା 150.9 ଷ୍ଟ୍ରାଇକ୍ ରେଟରେ 159 ଟି -20 ମ୍ୟାଚରେ 4231 ରନ୍ ରନ କରିଥିଲେ, । ଯେଉଁଥିରେ 5ଟି ଶତକ, 32 ଅର୍ଦ୍ଧଶତକ ଏବଂ 205 ଛକା ରହିଛି । ସେ ଟି 20ରେ ସର୍ବାଧିକ ଛକା ମାରିବାରେ ଆଗରେ ରହିଛନ୍ତି ।

ରବିନ୍ଦ୍ର ଜାଡେଜା:

ଟି 20 ବିଶ୍ବକପ ସରିବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ୟାରିଅରକୁ ଅବସର ଘୋଷଣା କରିଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା 2009 ରେ ଟି -20 ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ଜାଡେଜା 74 ଟି -20 ମ୍ୟାଚ୍ ଖେଳି 54 ୱିକେଟ୍ ଅକ୍ତିଆର କରିବା ସହ 515 ରନ୍ ମଧ୍ୟ କରିଥିଲେ।

ଶିଖର ଧାଓ୍ବନ:ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାଓ୍ବନ ଅଗଷ୍ଟ 24 ତାରିଖରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ 34 ଟେଷ୍ଟ, 167 ଦିନିକିଆ ଓ 68ଟି ଟି 20 ମ୍ୟାଚ୍ ଖେଳିଛନ୍ତି ଶିଖର। ଭାରତୀୟ ଦଳରେ ଶିଖରଙ୍କୁ ଶଙ୍କଟମୋଚକ ବୋଲି କୁହାଯାଏ । ଦିନିକିଆ ମ୍ୟାଚରେ ତାଙ୍କର ପ୍ରଦର୍ଶନ ସର୍ବଶେଷ୍ଠ । ଏହି ବାମହାତି ବ୍ୟାଟ୍ସମ୍ୟାନ ଭାରତୀୟ ଦଳ ପାଇଁ ମୋଟ 167ଟି ଦିନିକିଆ ମ୍ୟାଚ ଖେଳି ହାରାହାରି 44.1 ରେ 6,793 ରନ୍ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରୁ 17ଟି ଶତକ ଓ 39ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟ ଫର୍ମାଟରେ ସେ 34ଟି ମ୍ୟାଚ ଖେଳି 2315 ରନ ସଂଗ୍ରହ କରିଛନ୍ତି । ଏଥିରେ 7ଟି ଶତକ ଓ 5ଟି ଅର୍ଦ୍ଧଶତକ ରହିଛି । ଅନ୍ତର୍ଜାତୀୟ ଟି 20 ଫର୍ମାଟରେ ମୋଟ 68ଟି ମ୍ୟାଚ ଖେଳି 27.9 ହାରରେ 1759 ରନ କରିଛନ୍ତି । ଏଥିରେ 11ଟି ଅର୍ଦ୍ଧଶତକ ସାମିଲ ରହିଛି ।

ରିଦ୍ଧିମାନ ଶାହ:

ନଭେମ୍ବର 4 ତାରିଖରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ । ରିଦ୍ଧିମାନ ଭାରତ ପାଇଁ 40 ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ହାରାହାରି 29.41 ରେ 56ଟି ଇନିଂସରେ ମୋଟ 1353 ରନ୍ ସ୍କୋର କରିଥିଲେ । ଯେଉଁଥିରେ 3ଟି ଶତକ ଏବଂ 6 ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ତର୍ଜାତୀୟ ଟେଷ୍ଟରେ ତାଙ୍କ ନାମରେ 92 ଟି କ୍ୟାଚ୍ ଏବଂ 12 ଟି ଷ୍ଟମ୍ପ ଆଉଟ୍ ଅଛି । ସାହା 9 ଟି ODI ମ୍ୟାଚ୍ ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।

ଦୀନେଶ କାର୍ତ୍ତିକ: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିସାରିଛନ୍ତି ଦୀନେଶ କାର୍ତ୍ତିକ। ସେ 2004ରେ ଭାରତ ପାଇଁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ଶେଷଥର ପାଇଁ ସେ 2019ରେ ଖେଳିଥିଲେ ତାଙ୍କର ଶେଷ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ । କାର୍ତ୍ତିକ 2004 ରୁ 2022 ମଧ୍ୟରେ ଭାରତ ପାଇଁ 26ଟି ଟେଷ୍ଟ. 60ଟି ଟି 0 ଓ 94ଟି ଓଡିଆଇ ମ୍ୟାଚ ଖେଳିଛନ୍ତି । ଏଥିରେ 17ଟି ଅର୍ଦ୍ଧଶତକ ସାମିଲ ରହିଛି ।

ସୌରଭ ତିଓ୍ବାରୀ:

ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୌରଭ ତିଓ୍ବାରୀ 2024ରେ ପ୍ରଥମେ ଅବସର ନେଇଥିବା ଖେଳାଳି । 17 ବର୍ଷ ଧରି ଝାଡଖଣ୍ଡ ପାଇଁ ରଣତୀ ମ୍ୟାଚ ଖେଳିଥିଲେ ଓ 2021 ପର୍ଯ୍ୟନ୍ତ ଆଇପିଏଲ ଖେଳିଥିଲେ । 2010ରେ ତିନୋଟି ଓଡିଆଇ ମ୍ୟାଚ ଖେଳିଥିଲେ । ଯେଉଁଥିରେ ସେ ମୋଟ 49 ରନ କରିଥିଲେ । ଏହାପରେ ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଆଉ ଖେଳିବାକୁ ସୁଯୋଗ ମିଳିନଥିଲା ।

ବରୁଣ ଆରୋନ:

ଢାଡଖଣ୍ଡର ଏହି ଡାହାଣହାତୀ ଦ୍ରୁତ ବୋଲର ରଣଜୀ ଟ୍ରଫି ପରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ 2011 ରୁ 2015 ମଧ୍ୟରେ ଭାରତ ପାଇଁ 9 ଟେଷ୍ଟ ଏବଂ 9ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ ଏବଂ ତାଙ୍କ କ୍ୟାରିୟରରେ 29 ୱିକେଟ୍ ନେଇଥିଲେ ।

କେଦାର ଯାଦବ:

କେଦାର ଯାଦବ ଜୁନ୍ ମାସରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । 39 ବର୍ଷୀୟ ଯାଦବ ଭାରତ ପାଇଁ 73 ଟି ଦିନିକିଆ ଏବଂ 9ଟି -20 ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ସେ ହାରାହାରି 42 ରେ 1389 ରନ୍ ସଂଗ୍ରହ କରି 27 ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+