Get Updates
Get notified of breaking news, exclusive insights, and must-see stories!

Year Ender 2024: ଟି-୨୦ ବିଶ୍ବକପ ଜିତିଲା ଟିମ୍ ଇଣ୍ଡିଆ; ବ୍ରୋଞ୍ଜ ଜିତିଲା ଅଲିମ୍ପିକ୍ସ ହକି, ଜୟ ଶାହ ICC ସଭାପତି

ବିଦାୟୀ ବର୍ଷ ୨୦୨୪ । ଚଳିତ ବର୍ଷ କ୍ରୀଡାଜଗତକୁ ମିଳିଛି ଅନେକ ସଫଳତା । କ୍ରିକେଟଠାରୁ ଆରମ୍ଭ କରି ହକି ଓ ଚେସରେ ବିଶ୍ବରେ ନା ଅର୍ଜନ କରିଛି ଭାରତ । ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚମକିଥିଲେ ଭାରତୀୟ କ୍ରୀଡାବିତ ।

କିଏ ନୂଆ ରେକର୍ଡ କରିଥିଲା ତ ଆଉ କିଏ ରେକର୍ଡ ଦୋହରାଇଛନ୍ତି । ପୁଣି କିଏ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବିଶ୍ବ ବିଜେତା ହୋଇଥିଲା । ଆସନ୍ତୁ ନଜର ପକାଇବା ୨୦୨୪ ବର୍ଷରେ କ୍ରୀଡା କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି ।

ଦ୍ବିତୀୟ ଥର T-20 ବିଶ୍ବକପ ଟାଇଟଲ ହାତେଇଲା ଭାରତ:
2024 ଜୁଲାଇ 28 ତାରିଖରେ ଇତିହାସ ରଚିଲା ଭାରତ । ଏହି ଦିନଟିକୁ 140 କୋଟି ଭାରତୀୟଙ୍କ ପାଇଁ ଅଭୂଲା ସ୍ମୃତି । 17 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମାଙ୍କ ନେତୃତ୍ବରେ T-20 ବିଶ୍ବକପ ହାତେଇଥିଲା ଟିମ୍‌ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ହରାଇ ଭାରତ ହାତେଇଲା ବିଶ୍ୱକପ୍ ଟ୍ରଫି ।

ଦିନିକିଆ ବିଶ୍ବକପ ହାରିବାର ଭୋକକୁ ମେଣ୍ଟାଇଥିଲା ଟି ଟ୍ବେଣ୍ଟି ବିଶ୍ବକପ । ଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଓ ସୂର୍ଯ୍ୟକୁମାରଙ୍କ କ୍ୟାଚ ବିପକ୍ଷ ଦଳଠାରୁ ଛଡାଇ ଆଣିଥିଲା କପ୍ । ପ୍ରଥମ ଦଳ ଭାବେ କୌଣସି ମ୍ୟାଚରେ ନ ହାରି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଶେଷ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଟ୍ରଫି ଜିତି ଇତିହାସ ରଚିତିଲା ଟିମ ଇଣ୍ଡିଆ ।

Team India

ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ:

ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସରେ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ-୨୦୨୪ । ଭାରତର ପ୍ରଦର୍ଶନ ଏତେ ଭଲ ନଥିଲା । ସ୍ବର୍ଣ୍ଣ ପଦକ ହାସଲ କରିବାରେ କୌଣସି ବି ଖେଳାଳି ସଫଳ ହୋଇପାରି ନଥିଲେ । ଗୋଟିଏ ରୌପ୍ୟ ସହ ୫ଟି ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିଛି କ୍ରୀଡାବିତ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଥିଲେ । ଭାରତୀୟ ଶୁଟର ମନୁ ଭାକର ଅଲିମ୍ପିକ୍ସରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ ମନୁ । ଏଥି ସହ ଭାରତକୁ ପ୍ରଥମ ପଦକ ମଧ୍ୟ ସେ ଭେଟି ଦେଇଥିଲେ । ୧୦ ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପରେ ୧୦ ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

କାଂସ୍ୟ ପଦକ ପୁରୁଷ ହକି ଦଳ:

ପ୍ୟାରିସ ଅଲିମ୍ପିକ୍ସରେ ଚମକିଥିଲା ଭାରତୀୟ ହକି ଦଳ । ସ୍ବର୍ଣ୍ଣ, ରୌପ୍ୟ ନ ହେଲା ନାହିଁ, ପୁଣି ଥରେ ବ୍ରୋଞ୍ଜ ପଦକ ଜିତିଥିଲା ପୁରୁଷ ହକି ଦଳ । ସ୍ପେନକୁ ୨-୧ ରେ ହରାଇ ୫୨ ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିବାର ଗୌରବ ଅର୍ଜନ କରିଥିଲା ଭାରତ । ଭାରତୀୟ ଟିମ୍ ପକ୍ଷରୁ ଦୁଇଟି ଯାକ ଗୋଲ ଦେଇଥିଲେ ଅଧିନାୟକ ହରମନପ୍ରୀତ ସିଂ । ସେ ମ୍ୟାଚର ୩୦ ମିନିଟ ଏବଂ ୩୩ ମିନିଟରେ ଦୁଇଟି ଗୋଲ ଦେଇଥିଲେ । ଦୁଇଟି ଯାକ ଗୋଲ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ଏହି ପଦକ ସହିତ ଭାରତ ଚଳିତ ଅଲିମ୍ପିକ୍ସରେ 4ର୍ଥ କାଂସ୍ୟ ପଦକ ହାସଲ କରିଥିଲା ।

ଜୟ ଶାହର ICC ସର୍ବକନିଷ୍ଠ ଅଧ୍ୟକ୍ଷ

ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ରେ ଜୟ ଶାହଙ୍କ ପରିଚୟ ବଦଳିଯାଇଛି । ଏବେ ସେ ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନୂଆ ଅଧ୍ୟକ୍ଷ ହେଲେ ଜୟ ଶାହ । ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିସିସିଆଇର ପୂର୍ବତନ ସଚିବ ଜୟ ଶାହ । ଶରଦ ପାୱାର, ଜଗମୋହନ ଡାଲମିଆ, ଶଶାଙ୍କ ମନୋହର ଏବଂ ଏନ ଶ୍ରୀନିବାସନଙ୍କ ଭଳି ଭାରତୀୟ ପୂର୍ବରୁ ଆଇସିସିର ନେତୃତ୍ୱ ନେଇଥିଲେ । ବର୍ତ୍ତମାନ 35 ବର୍ଷୀୟ ଜୟ ଶାହା ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+