For Quick Alerts
Turn On Notification  
For Daily Alerts
Oneindia App Download

ମିଷ୍ଟର 360: ଆଥିୟାଙ୍କ ସହ ଆଫେୟାରଠୁ ଆଇପିଏଲ ଅରେଞ୍ଜ କ୍ୟାପ, ବେଶ ଖାସ ଥିଲା ଉପ ଅଧିନାୟକ କେଏଲ ରାହୁଲଙ୍କ ପାଇଁ 2020

ବର୍ଷ 2020 କେଏଲ୍ ରାହୁଲଙ୍କ ପାଇଁ ବେସ ଖାସ ରହିଥିଲା । ତେବେ ଭାରତୀୟ କ୍ରିକେଟ ଟିମର ମିଷ୍ଟର 360ଙ୍କ କ୍ରିକେଟ୍ କ୍ୟାରିୟରଠୁ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବା।

|

ଉପସ୍ଥାପନା- ପ୍ରବୀର ଶତପଥି

ନାମ ଲୋକେଶ ରାହୁଲ, କେଏଲ ରାହୁଲ ଭାବେ ପରିଚିତ । ଦଳରେ ବ୍ୟାଟିଂ ସ୍ଥାନ ଓପନର, 3ନଂ, 5ନଂ ଅବା କୌଣସି ବି କ୍ରମରେ ସେ ବ୍ୟାଟିଂ କରିପାରନ୍ତି । ୱିକେଟ ପଛରେ ନିଜର ଗ୍ଲୋବ୍ସର ଚକମା ବି ଦେଖାଇ ଚାଲିଛନ୍ତି ଭାରତୀୟ ଦଳରେ ମିଷ୍ଟର 360 ବୋଲାଉଥିବା ରାହୁଲ । ନିକଟରେ ଭାରତର ଚଳିତ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସେ ଟିମ ଇଣ୍ଡିଆର ଉପ-ଅଧିନାୟକ ବି ବନିଛନ୍ତି । ସେପଟେ କରୋନା ମହାମାରୀ ମଧ୍ୟରେ ଶେଷ ହୋଇଥିବା ଆଇପିଏଲରେ ଅରେଞ୍ଜ କ୍ୟାପ (ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ) ର ବିଜେତା ମଧ୍ୟ ହୋଇଛନ୍ତି ଏହି କନ୍ନଡ ୱିକେଟକିପର-ବ୍ୟାଟ୍ସମ୍ୟାନ । ସେହିପରି ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ ଚର୍ଚ୍ଚାରେ ଥିଲା । ତେଣୁ ବର୍ଷ 2020 କେଏଲ୍ ରାହୁଲଙ୍କ ପାଇଁ ବେସ ଖାସ ରହିଥିଲା । ତେବେ ଭାରତୀୟ କ୍ରିକେଟ ଟିମର ମିଷ୍ଟର 360ଙ୍କ କ୍ରିକେଟ୍ କ୍ୟାରିୟରଠୁ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବା।

2020ରେ କ୍ରିକେଟ କ୍ୟାରିଅର:

ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ କେଏଲ ରାହୁଲ ୱିକେଟ୍ କିପିଂ ଭାର ନିଜ କାନ୍ଧକୁ ନେଇଥିଲେ । କାରଣ ଋଷଭ ପନ୍ତଙ୍କ ଖରାପ ଫର୍ମ ଯୋଗୁଁ ଦଳରୁ ବାଦ ପଡିଥିଲେ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର 3ୟ ତଥା ଶେଷ ମ୍ୟାଚରେ 5 ସ୍ଥାନରେ ବ୍ୟାଟିଂ ଆସି ଶତକୀୟ ପାଳି ଖେଳିଥିଲେ ରାହୁଲ । ଏମିତି କରି ସେ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ସହ ସମକକ୍ଷ ହୋଇଛନ୍ତି । 2ୟ ଭାରତୀୟ ୱିକେଟକିପର ଭାବେ ସେ 5ମ ସ୍ଥାନରେ ବ୍ୟାଟିଂ ଆସି ଶତକ ଯୋଡିଛନ୍ତି ।

ମିଷ୍ଟର 360 କେଏଲ୍ ରାହୁଲ

ତେବେ ଅଭିଜ୍ଞ ୱିକେଟକିପର ମହେନ୍ଦ୍ର ସିଂ ଧୋନି କ୍ରିକେଟଠାରୁ ଦୂରେଇ ରହିବା ପରେ ଦଳ ନିୟମିତ ୱିକେଟକିପର ଖୋଜରେ ରହିଥିଲା । ଯଦିଓ ପ୍ରଥମ ପସନ୍ଦ ଭାବେ ମ୍ୟାନେଜମେଣ୍ଟ ବୋର୍ଡ ଯୁବ ରିଷବ ପନ୍ତଙ୍କୁ ଗ୍ଲୋବସ ପିନ୍ଧାଇଥିଲା । କିନ୍ତୁ ଧୋନିଙ୍କ ଫୁର୍ତ୍ତିଲା ଅନ୍ଦାଜ ଦେଖାଇବାରେ ବିଫଳ ହୋଇଥିଲେ ପନ୍ତ । ବହୁବାର ଦୁର୍ବଳ ୱିକେଟକିପିଂର ପ୍ରଦର୍ଶନ କରି ପନ୍ତ ଟ୍ରୋଲ ହୋଇଥିବା ମଧ୍ୟ ସାମ୍ନାକୁ ଆସିଥିଲା ।

ଅଷ୍ଟ୍ରେଲିଆ ବିପକ୍ଷ 2ୟ ଦିନିକିଆରେ 5ମ ସ୍ଥାନରେ ବ୍ୟାଟିଂ ଆସି 52ବଲରୁ 80ରନର ପାଳି ଖେଳିଥିଲେ ରାହୁଲ । ସେହିପରି ପ୍ରଥମ ଦିନିକିଆରେ ପ୍ରଥମ ଦିନିକିଆରେ 3ୟ ସ୍ଥାନରେ ବ୍ୟାଟିଂ ଆସି 47ରନ ଓ 3ୟ ଦିନିକିଆରେ ରୋହିତଙ୍କ ସହ ଓପନ କରିଥିଲେ ରାହୁଲ । ଅନ୍ୟପଟେ ଚଳିତ ବର୍ଷର ଦଳର ପ୍ରଥମ ବିଦେଶ ଗସ୍ତ ବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆର ପ୍ରଥମ ମ୍ୟାଚରେ 5ମ ସ୍ଥାନରେ ବ୍ୟାଟିଂ ଆସି 88 ଅନ ଆଉଟ ଓ 3ୟ ମ୍ୟାଚରେ 112 ବଲରୁ 113ରନର ଶତକୀୟ ପାଳି ଖେଳିଥିଲେ ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜର ସମସ୍ତ ମ୍ୟାଚରେ ସେ ଓପନ କରିଥିଲେ । ତେବେ ରାହୁଲଙ୍କ ଏହି 360 ରୂପକୁ ନେଇ ତାଙ୍କ କୋଚ୍‌ ଜୟରାଜ କହିଥିଲେ ଯେ, 1,2,3,4,5 ବା କୌଣସି ସ୍ଥାନରେ ବ୍ୟାଟିଂ ଆସି ରାହୁଲ ସଫଳ ହୋଇ ପାରିବେ ।

2020ରେ ଆଇପିଏଲ ଯାତ୍ରା:

 kl rahul

ଆଇପିଏଲର 13 ତମ ସଂସ୍କରଣରେ କେଏଲ୍ ରାହୁଲଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଅଧିନାୟକ ଦାୟିତ୍ବ ମିଳିଥିଲା । ଯାହାକୁ ସେ ସଠିକ ରୂପେ ପରିଚାଳିତ କରିଥଇଲେ । ମାତ୍ର ଦଳ ଖରାପ ପ୍ରଦର୍ଶନ ପାଇଁ ପ୍ଲେ-ଅଫ ଖେଳି ପାରିନଥିଲା ପଞ୍ଜାବ । କିନ୍ତୁ ଦଳ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ରାହୁଲଙ୍କ ପ୍ରଦର୍ଶନ ବେସ ଉନ୍ନତମାନର ରହିଥିଲା । ଟୁର୍ଣ୍ଣାମେଣ୍ଟ ଶେଷରେ ସର୍ବାଧିକ ରନ ରାହୁଲଙ୍କ ନାମରେ ରହିଥିଲା । ଯେଉଁଥି ପାଇଁ ସେ ଅରେଞ୍ଜ କ୍ୟାପର ବିଜେତା ମଧ୍ୟ ହୋଇଥିଲା । ଏପରି କି ଆଇପିଏଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୌଣସି ଖେଳାଳି ରାହୁଲଙ୍କଠାରୁ ଅରେଞ୍ଜ କ୍ୟାପ୍ ଛଡ଼ାଇ ନେଇ ପାରିନଥିଲେ । ରାହୁଲ ଆଇପିଏଲ-13ରେ 14 ଟି ମ୍ୟାଚରୁ ମୋଟ 670 ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ନିଜ ନାମରେ କରିଥିଲେ । ଯେଉଁଠି ସେ ଗୋଟିଏ ଶତକ ଓ 5ଟି ଅର୍ଦ୍ଧଶତକ ଯୋଡିଥିଲେ ।

ଆଥିୟାଙ୍କ ସହ ଆଫେୟାର:

 kl rahul

ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଏବଂ କେଏଲ୍ ରାହୁଲଙ୍କ ସମ୍ପର୍କ ଚଳିତ ବର୍ଷ ଅନ୍ୟଏକ ବଲିଉଡ-କ୍ରିକେଟ ଆଫେୟାର ସାଜିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେସ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା, ଯଦିଓ ଏପର୍ଯ୍ୟନ୍ତ ଉଭୟଙ୍କଠାରୁ କୌଣସି ବ୍ୟକ୍ତିଗତ ଘୋଷଣା କରାଯାଇ ନାହିଁ । ମାତ୍ର କେଏଲ୍ ରାହୁଲ ଆଥିଆଙ୍କ ସହ ଏକ ଫୋଟ ସେୟାର କରିଥିଲେ । ଯେଉଁଥିରେ ଦୁହେଁ ସେ ଟେଲିଫୋନ୍ ରସିଭର୍ ଧରିଥିଲେ ଏବଂ ହସୁଥିଲେ । କ୍ୟାପସନରେ ଲେଖାଯାଇଥିଲା, 'ହେଲୋ ଦେବୀ ପ୍ରସାଦ ।

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ:

 kl rahul

ଆଇପିଏଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ କେଏଲ ରାହୁଲ ଭାରତୀୟ କ୍ରିକେଟ୍ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ୨-୧ରେ ହାରି ଥିବାବେଳେ ଟି-20 ସିରିଜକୁ ୨-୧ରେ ନିଜ ନାମରେ କରିଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Year Ender 2020: From IPL Orange cap to affair with Athiya Shetty, This Year was special for vice-captain KL Rahul
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X