ଯଶସ୍ଵୀ ଜୟସଓ୍ବାଲଙ୍କ ଅପରାଜିତ ୧୪୧ ରନ; ବିଜୟ ଲକ୍ଷ୍ୟରେ ଭାରତ

ପର୍ଥରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୩ୟ ଦିନର ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ଏହାର ୨ୟ ପାଳିରେ ୧ ଉଇକେଟ ହରାଇ ୨୭୫ ରନ ସଂଗ୍ରହ କରିସାରିଛି। ଯଶସ୍ଵୀ ଜୟସଓ୍ବାଲଙ୍କ ଅପରାଜିତ ୧୪୧ ରନ ଏବଂ କେ.ଏଲ. ରାହୁଲଙ୍କ ୭୭ ରନ ବଳରେ ଭାରତ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି। ବର୍ତ୍ତମାନ ସୁଦ୍ଧା ଦଳ ଅଷ୍ଟ୍ରେଲିଆଠାରୁ ୩୨୧ ରନରେ ଆଗୁଆ ରହିଛି।

Yashvi Jayasoval

ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୧୫୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ ବି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସାଙ୍ଗକୁ ମାତ୍ର ୧୦୪ ରନରେ ସମସ୍ତ ଉଇକେଟ ହରାଇଥିଲା। ଫଳରେ ଭାରତ ପ୍ରଥମ ପାଳିରେ ଘରୋଇ ଦଳଠାରୁ ୪୬ ରନରେ ଆଗୁଆ ରହିଥିଲା। ୨ୟ ପାଳିରେ ଜୟସଓ୍ବାଲ ଏବଂ ରାହୁଲ ଭଲ ପ୍ରାରମ୍ଭ କରିଥିଲେ। ଉଭୟେ ପ୍ରଥମ ଉଇକେଟ ଭାଗିଦାରୀରେ ୨୦୧ ରନ ସଂଗ୍ରହ କରିଥିଲେ। ରାହୁଲ ୭୭ ରନ କରି ଆଉଟ ହୋଇଯାଇଥିବାବେଳେ ଦେବଦତ୍ତ ପାଡିକଲ ୨୫ ରନ କରି ଅପରାଜିତ ରହି ଜୟସଓ୍ବାଲଙ୍କ ସହିତ କ୍ରିଜରେ ଉପସ୍ଥିତ ରହିଛନ୍ତି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର କରିବାକୁ ପଡ଼ିବ। କାରଣ ପ୍ରଥମ ଇନିଂସ ପରେ ପିଚରେ ପରିବର୍ତ୍ତନ ଆସିଥିବାରୁ ଏହା ବ୍ୟାଟିଂକୁ ବେଶ୍‌ ସୁହାଉଛି। ଯେଉଁଥିପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଏହା ଅଧିକ ପାଇଦା ଦେବ। ତେଣୁ ବଡ଼ ସ୍କୋର କରିପାରିଲେ ଭାରତ ମ୍ୟାଚକୁ ଡ୍ର' କିମ୍ବା ଜିତିବାରେ ସମର୍ଥ ହୋଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+