Get Updates
Get notified of breaking news, exclusive insights, and must-see stories!

Yashasvi Jaiswal: ଗୁପଚୁପ୍ ବିକୁଥିଲେ, ତମ୍ବୁ ତଳେ କଟୁଥିଲା ଜୀବନ, ଏବେ ରହିବେ ମୁମ୍ବାଇର ୫ କୋଟି ଟଙ୍କା ଘରେ

Yashasvi Jaiswal: ଇଂଲଣ୍ଡ ବିପକ୍ଷ ଚାଲିଥିବା ସିରିଜରେ ଭାରତର ଯୁବ ସେନସେସନ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜେସ୍ୱାଲଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ସେ ଦୁଇଟି ଦ୍ୱିଶତକ ହାସଲ କରିସାରିଛନ୍ତି । ବର୍ତ୍ତମାନ ସମୟରେ କ୍ରିଡ଼ା ସହ ସେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସଫଳତା ହାସଲ କରିଛନ୍ତି । ସେ ମୁମ୍ବାଇର ପୂର୍ବ ବାନ୍ଦ୍ରା ଇଷ୍ଟରେ ପ୍ରାୟ 5.38 କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ।

ରିଅଲ୍ ଇଷ୍ଟେଟ୍ ଡାଟାବେସ୍ ପ୍ଲାଟଫର୍ମ ଜାପ୍କିଙ୍କ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟର ଯଶସ୍ୱୀ ଜେସ୍ୱାଲ ବାନ୍ଦ୍ରାରେ ୧,୧୦୦ ବର୍ଗଫୁଟର ଏକ ଫ୍ଲାଟ୍ କିଣିଛନ୍ତି । ଜାନୁଆରୀ 7 ରେ ପଞ୍ଜୀକୃତ ହୋଇଛି । ଯଶସ୍ୱୀଙ୍କ ଫ୍ଲାଟ୍ ପ୍ରତି ବର୍ଗଫୁଟର ମୂଲ୍ୟ 48,499 ଟଙ୍କା । ଏହି ଘର ମୂଲ୍ୟ ପ୍ରାୟ 5.38 କୋଟି ଟଙ୍କା ବୋଲି କୁହାଯାଉଛି।

Yashasvi Jaiswal

ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ଆକାର ପ୍ରାୟ 1110 ବର୍ଗଫୁଟ । ବର୍ତ୍ତମାନ ଏହାର କାର୍ଯ୍ୟ ଜାରି ରହିଛି । ରିପୋର୍ଟ ଅନୁଯାୟୀ, ଏହି ଫ୍ଲାଟ ପାଇଁ ଡିଲ୍ ଜାନୁଆରୀ 7, 2024 ରେ ପଞ୍ଜୀକୃତ ହୋଇସାରିଥିଲା ।

ତେବେ ଖାସ୍ କଥା ହେଲା ଯେ, ଦିନେ Yashasvi Jaiswal ନିଜ ପରିବାର ସହ ମୁମ୍ବାଇର ଆଜାଦ ମୈଦାନରେ ତମ୍ବୁ ତଳେ ଜୀବନ କାଟୁଥିଲେ । ଏପରିକି ନିଜ ଖର୍ଚ୍ଚ ତୁଳାଇବା ପାଇଁ ସେ ଗୁପୁଚୁପ୍ ମଧ୍ୟ ବିକୁଥିଲେ । ହେଲେ ଆଜି ସେ କ୍ରିକେଟ ମୈଦାନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ନିଜ ସ୍ୱପ୍ନ ପୂରଣ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+