ICC Player Of Month: ଫେବୃଆରୀ ମାସ ପାଇଁ ଜୟସୱାଲଙ୍କୁ ଆଇସିସି 'ପ୍ଲେୟାର ଅଫ୍ ଦି ମନ୍ଥ' ଆୱାର୍ଡ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଫେବୃଆରୀ ମାସ ପାଇଁ ଭାରତୀୟ କ୍ରିକେଟ୍ ଦଳର ୟଶସ୍ୱୀ ଜୟସୱାଲଙ୍କୁ 'ପ୍ଲେୟାର ଅଫ୍ ଦି ମନ୍ଥ' ଭାବରେ ଚୟନ କରିଛି ।

ସେ ଶ୍ରୀଲଙ୍କା କ୍ରିକେଟ୍ ଦଳର ପୃଥମ୍ ନିସଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର କେନ୍ ୱିଲିୟମସନକୁ ପଛରେ ପକାଇ ଏହି ସମ୍ମାନ ହାସଲ କରିଛନ୍ତି । ଯେ ଇଂଲଣ୍ଡ କ୍ରିକେଟ୍ ଦଳ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ୟଶସ୍ୱୀ ଜୟସୱାଲ ବିଶ୍ୱ କ୍ରିକେଟ୍ ଉପରେ ନିଜର ପରିଚୟ ଉପସ୍ଥାପିତ କରିଥିଲେ।

Yashasvi Jaiswal

ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଇନିଂସରେ ଜୟସୱାଲ୍ ସର୍ବାଧିକ ଛକା (12) ପାଇଁ ଟେଷ୍ଟ ରେକର୍ଡ ସହ ସମକକ୍ଷ ହୋଇଥିଲେ ।
୨୨ ବର୍ଷ ୪୯ ଦିନ ବୟସରେ ସେ ଲଗାତାର ଦୁଇଟି ଶତକ ହାସଲ କରିଥିଲେ । ଟେଷ୍ଟର ଦୁଇଟି ଶତକ ହାସଲ କରିବାରେ ଡନ୍ ବ୍ରାଡମ୍ୟାନ୍ ଏବଂ ବିନୋଦ କାମ୍ବଲିଙ୍କ ପରେ ସେ ବିଶ୍ୱର ତୃତୀୟ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ।

ଫେବୃଆରୀରେ, ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ 3 ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ 20 ଟି ଛକା ସମେତ ହାରାହାରି 112 ରେ 560 ରନ୍ ସ୍କୋର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+