Get Updates
Get notified of breaking news, exclusive insights, and must-see stories!

ମାତ୍ର 36 ବର୍ଷ ବୟସରେ ଏହି WWE ଚାମ୍ପିଅନଙ୍କ ପରଲୋକ

Bray Wyatt Death: ବିଶ୍ୱ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ର ପୂର୍ବତନ ହେଭିୱେଟ୍ ଚାମ୍ପିଅନ୍ ବ୍ରେ ୱାଟଙ୍କ ଦେହାନ୍ତ ହୋଇଛି । ମାତ୍ର 36 ବର୍ଷ ବୟସରେ ୱାଏଟଙ୍କ ପରଲୋକ ଘଟିଛି । ବ୍ରେ ୱାଏଟ୍ ଦୀର୍ଘ ସମୟ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରୁଥିଲେ ।

ଏହି କାରଣରୁ, ସେ ଗତ କିଛି ମାସ ଧରି ରିଙ୍ଗରେ ମଧ୍ୟ ପ୍ରବେଶ କରିନଥିଲେ । ବ୍ରେ ୱାଏଟ୍ ଆମେରିକାର ଫ୍ଲୋରିଡା ନିବାସୀ ଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରିପଲ ହେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ରେସଲିଂ ଦୁନିଆରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି ।

WWE Champion

ବ୍ରେ ୱାଟଙ୍କ ପ୍ରକୃତ ନାମ ୱିନଡମ ରୋଡୁଣ୍ଡ ବୋଲି ଜଣାଯାଇଛି। ସେ ଦୀର୍ଘ ବର୍ଷ ଧରି ରେସଲିଂ ଜଗତ ସହ ଜଡ଼ିତ ଥିଲେ । ଗତ 2009 ମସିହାରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିବା ବେଳେ 2021ରୁ 2022 ମସିହା ପର୍ଯ୍ୟନ୍ତ ଖେଳିଥିଲେ। ରିଂ ଭିତରେ ତାଙ୍କର ପ୍ରବଳ ଦବଦବା ରହୁଥିବା ବେଳେ ତାଙ୍କ ଆଟାକିଂ ଷ୍ଟାଇଲ ଦେଖି ପ୍ରତିପକ୍ଷ ବି ଛାନିଆ ହୋଇ ଯାଉଥିଲେ । ସେ 3 ଥର ଚାମ୍ପିୟନ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲେ ।

ବ୍ରେ ୱାଟଙ୍କ ପରିବାର ରେସଲିଂ ସହ ଓତପ୍ରେତ ଭାବେ ଜଡ଼ିତ । ତାଙ୍କ ଜେଜେବାପା ଅମଳରୁ ସମସ୍ତଙ୍କର ଏହି ଖେଳ ପ୍ରତି ଅହେତୁକ ଭଲ ପାଇବା ଥିବା ବେଳେ ସମସ୍ତେ ରିଂକୁ ଓହ୍ଲାଇ ଶତ୍ରୁଙ୍କୁ ନାକେଦମ କରୁଥିଲେ । ତାଙ୍କ ବାପା ଓ ଦାଦାମାନେ ବି ଏହି ଦୁନିଆରେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ ।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରେ ୱାଏଟ୍ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରୁଥିଲେ । ୱାଏଟ୍ ମଧ୍ୟ ଚଳିତ ବର୍ଷ କରୋନାର ଶୀକାର ହୋଇଥିଲେ । ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ଏହି କାରଣରୁ ପୂର୍ବତନ ଚାମ୍ପିଅନମାନେ ରିଙ୍ଗରେ ପ୍ରବେଶ କରିବାରେ ସକ୍ଷମ ହୋଇ ନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+