Get Updates
Get notified of breaking news, exclusive insights, and must-see stories!

WTC: ଫାଇନାଲ ପାଇଁ ଭାରତର ରାସ୍ତା ସହଜ ନୁହେଁ, ଶ୍ରୀଲଙ୍କା ପାଖରେ ବଡ ସୁଯୋଗ

ନ୍ୟୁଜିଲ୍ୟାଣ୍ଡ ଠାରୁ ୧୧୩ ରନରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୨୦୧୨ ପରେ ଦଳ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରିଥିବା ବେଳେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପ୍ରବେଶ ମଧ୍ୟ ବିପଦ ମଧ୍ୟକୁ ଠେଲି ହୋଇ ଯାଇଛି।

ଭାରତ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ କ୍ରମାଗତ ଟେଷ୍ଟ ହାରିଛି । ସେହିପରି ଅଷ୍ଟ୍ରେଲିଆ(୨୦୦୪) ଓ ଇଂଲଣ୍ଡ (୨୦୧୨) ପରେ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦେଶ ଭାବେ ଏକବିଂଶ ଶତାବ୍ଦୀରେ ଭାରତକୁ ତା' ମାଟିରେ ସିରିଜ ହରାଇବାକୁ ସକ୍ଷମ ହୋଇଛି।

ସିରିଜ ହାରିବା ଯୋଗୁ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପର ପଏଣ୍ଟ ଟେବୁଲରେ ଭାରତର ବିଜୟ ପ୍ରତିଶତ ପଏଣ୍ଟ ହ୍ରାସ ହୋଇଛି। ସିରିଜ ପୂର୍ବରୁ ଭାରତ ୬୮.୦୬ ବିଜୟ ପ୍ରତିଶତ ସହ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଥିଲା। ଏବେ ବି ଦଳ ୧ନଂ ସ୍ଥାନରେ ଅଛି ସତ, ମାତ୍ର ଦଳର ବିଜୟ ପ୍ରତିଶତ ୬୨.୮୨କୁ ଖସି ଯାଇଛି।

ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ୬୨.୫ ବିଜୟ ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପୂର୍ବରୁ ଭାରତ ପାଖରେ ଆଉ ୬ଟି ଟେଷ୍ଟ ମ୍ୟାଚ୍‌ ରହିଛି । ନଭେମ୍ବର ୧ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦଳ ଶେଷ ଟେଷ୍ଟ ଖେଳିବ । ଏହାପରେ ନଭେମ୍ବର ୨୨ରୁ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ଆରମ୍ଭ ହେବ ।

ଭାରତ ଏଣିକି ସବୁ ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ କ୍ରମାଗତ ତୃତୀୟଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଟ୍ରଫି ଫାଇନାଲ ଖେଳିବାକୁ ଭାରତ ଦେଖିଥିବା ସ୍ୱପ୍ନ ଅଧା ରହିଯିବ। ଅଷ୍ଟ୍ରେଲିଆ ସହ ସମ୍ଭବତଃ ଶ୍ରୀଲଙ୍କା ଫାଇନାଲ ଖେଳିବ।

WTC

କାରଣ ଶ୍ରୀଲଙ୍କା ତା' ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ଟେଷ୍ଟ ଖେଳିବାର ଅଛି। ଯଦି ଘରୋଇ ମାଟିରେ ଦଳ ଅଷ୍ଟ୍ରେଲିଆକୁ ମାତ ଦେଇ ଦେବ ଓ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୦ରେ ହାରିଯିବ, ତା'ହେଲେ ଶ୍ରୀଲଙ୍କାର ଫାଇନାଲ ଖେଳିବା ସମ୍ଭାବନା ବଢ଼ିଯିବ।

ଶ୍ରୀଲଙ୍କା ଏବେ ୫୫.୫୬ ବିଜୟ ପ୍ରତିଶତ ସହ ପଏଣ୍ଟ ଟେବୁଲର ତୃତୀୟ, ୫୦% ବିଜୟ ପ୍ରତିଶତ ସହ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଓ ୪୭.୬୨ ପ୍ରତିଶତ ବିଜୟ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+