WTC ଫାଇନାଲ: ମ୍ୟାଚ ହାରିବା ପରେ ବି ହଟହଟା ହେଲା ଟିମ୍ ଇଣ୍ଡିଆ; କଟିଲା ସଂପୂର୍ଣ୍ଣ ମ୍ୟାଚ୍‌ ଫି’, ଗିଲ୍ ଗଣିଲେ ୧୧୫% ଫାଇନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାସ୍ତ ହୋଇଥିବା ଟିମ ଇଣ୍ଡିଆକୁ ଡବଲ ଝଟକା ଲାଗିଛି । ଟିମ ଇଣ୍ଡିଆର ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି' ୧୦୦% କଟିଛି । ଧିମା ବୋଲିଂ ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି ।

ତେବେ ଭାରତ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନ ଅଷ୍ଟ୍ରେଲିଆ ଟିମର ଖେଳାଳିଙ୍କର ମଧ୍ୟ ୮୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଆଯାଇଛି । ସ୍ଲୋ ଓଭର ରେଟ୍ କାରଣରୁ ଦୁଇ ଦେଶର ଖେଳାଳିଙ୍କର ଏହି ମ୍ୟାଚ୍ ଫି କଟାଯାଇଛି ।

WTC Final

ସେହିପରି ଦଳର ଯୁବ ବ୍ୟାଟର ଶୁବମନ ଗିଲଙ୍କୁ ଅତିରିକ୍ତ ୧୫% ଫାଇନା ଲାଗୁ କରାଯାଇଛି । ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ । ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ କରାଇ ଦେଇଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ଏହା ବିରୋଧରେ ପୋଷ୍ଟ କରିଥିଲେ । ଏଥିପାଇଁ ତାଙ୍କୁ ଜୋରିମାନା ଦେବାକୁ କୁହାଯାଇଛି । ଏହାର ଅର୍ଥ ଗିଲ୍‌ଙ୍କ ମ୍ୟାଚ୍‌ ଫି' ୧୧୫% କଟିଛି ।

ଶୁଭମନ୍ ଗିଲଙ୍କୁ କାହିଁକି ପଡିଲା ଜରିମନା ?

ଶୁଭମନ୍ ଗିଲଙ୍କୁ ଜରିମନା ପଡିବାର କାରଣ ହେଉଛି ଯେ, ସେ ତାଙ୍କ ଆଉଟକୁ ନେଇ ଏକ ପୋଷ୍ଟ ଲେଖିଥିଲେ । ଯାହା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯିବା ସହିତ ତାଙ୍କ ଉପରେ ଅତିରିକ୍ତ ୧୫ ପ୍ରତିଶତ ଜରିମନା ଲାଗିଥିଲା । ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ନିୟମ ଅନୁସାରେ, ଏକ ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ସୋସିଆଲ୍ ମିଡିଆରେ କୌଣସି ପୋଷ୍ଟ କିମ୍ବା କମେଣ୍ଟ କରିବା ମନା ଅଟେ ।

ଆଇସିସି କହିଛି ଯେ ଗିଲ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଧାରା ୨.୭କୁ ଉଲ୍ଲଙ୍ଘନ କରିଛନ୍ତି । ଟିଭି ଅମ୍ପାୟାର ରିଜାର୍ଡ କେଟ୍ଟେଲବର୍ଗ ବାରମ୍ବାର ରିପ୍ଲେ ଦେଖି ଗ୍ରୀନ ସ୍ପଷ୍ଟ ଭାବେ ଗିଲ୍‌ଙ୍କ କ୍ୟାଚ୍‌ ଧରିଥିବା କହିଥିଲେ । ତେବେ ଏହାପରେ ଗିଲ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ଅଣ ଖେଳୁଆଡ଼ ମନୋଭାବ ହୋଇଥିବାରୁ ତାଙ୍କୁ ୧୫% ଫାଇନା ଲାଗୁ କରାଯାଇଥିବା ଆଇସିସି କହିଛି ।

ଆଇସିସି ତା' ବିବୃତିରେ କହିଛି ଯେ ଭାରତୀୟ ଟିମ ଧାର୍ଯ୍ୟ ସମୟରେ ୫ ଓଭର କମ ବୋଲିଂ କରିଥିଲା । ଗୋଟିଏ ଓଭର ବିଳମ୍ବ ପାଇଁ ୨୦% ମ୍ୟାଚ୍‌ ଫି' କଟିଥାଏ । ତେଣୁ ୫ ଓଭର ବିଳମ୍ବ ପାଇଁ ଭାରତୀୟ ଟିମର ଶତପ୍ରତିଶତ ମ୍ୟାଚ୍‌ ଫି' କଟିଛି । ସେହିପରି ଅଷ୍ଟ୍ରେଲିଆ ବିଳମ୍ବରେ ୪ ଓଭର ବୋଲିଂ କରିଥିବା ଚାମ୍ପିୟନ ଦଳର ଖେଳାଳିଙ୍କ ମ୍ୟାଚ୍‌ ଫି' ୮୦% କଟିଛି । ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ପାଇଁ ଆଇସିସି ପ୍ରସ୍ତୁତ କରିଥିବା କୋଡ ଅଫ କଣ୍ଡକ୍ଟର ଧାରା ୨.୨୨ ଅନୁଯାୟୀ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+