WTC Final: 15 ମାସ ପରେ ରାହାଣେ ରିଟର୍ଣ୍ଣସ୍; ଜାଣନ୍ତୁ, କେମିତି ଆଜିଙ୍କ୍ୟଙ୍କୁ ଦଳରେ ମିଳିଲା ସ୍ଥାନ ?
WTC Final, Ajinkya Rahane: ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ୧୭ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କୁ ଅଧିନାୟକଙ୍କୁ ଅଧିନାୟକ ଦାୟିତ୍ୱ ଥିବା ବେଳେ ଦଳକୁ ଫେରିଛନ୍ତି ଆଜିଙ୍କ୍ୟା ରାହାଣେ । ତେବେ ରାହାଣେ ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ତାଙ୍କୁ କାଢି ଦିଆଯାଇଥିଲା । ରାହାଣେଙ୍କ ବ୍ୟତୀତ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ମଧ୍ୟ ଦଳକୁ ଫେରିଛନ୍ତି ।

କେମିତି ଆଜିଙ୍କ୍ୟଙ୍କୁ ଦଳରେ ମିଳିଲା ସ୍ଥାନ ? ଆଜିଙ୍କ୍ୟ ରାହାଣେ 11 ଜାନୁଆରୀ 2022 ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଶେଷ ଟେଷ୍ଟ ଖେଳିଥିଲେ। ସେହି ମ୍ୟାଚ୍ ପରେ ତାଙ୍କୁ ଦଳରୁ ବାଦ୍ ଯାଇଥିଲା । ସେ ହାରାହାରି 38.52 ରେ ଭାରତ ପାଇଁ 82ଟି ଟେଷ୍ଟରେ 4932 ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ 12 ଶତକ ଏବଂ 25 ଅର୍ଦ୍ଧଶତକ ବାହାରିଛି । ଅନେକ ମ୍ୟାଚରେ ଭାରତ ପାଇଁ ଅଧିନାୟକତ୍ୱ କରିଥିବା ରାହାଣେ 15 ମାସ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ।
ରାହାଣେ ତାଙ୍କର ଶେଷ ଟେଷ୍ଟ ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ରଣଜୀ ଟ୍ରଫିର ଶେଷ ସିଜନରେ ରାହାଣେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲେ । ମୁମ୍ବାଇ ପାଇଁ ଦୁଇଟି ଶତକ ସହାୟତାରେ ହାରାହାରି 57.63 ରେ 634 ରନ୍ ସ୍କୋର କରିଥିଲେ । ତେବେ ତାଙ୍କ ଦଳ ନକଆଉଟରେ ପହଞ୍ଚି ପାରି ନଥିଲା।
ଚଳିତ ଆଇପିଏଲ ସିଜିନରେ ରାହାଣେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ହାରାହାରି 52.25 ରେ ପାଞ୍ଚ ଇନିଂସରେ 209 ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ହାର ହେଉଛି 199.04 । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ମନୋନୀତ କରାଯାଇଥିବା ଚର୍ଚ୍ଚା ହେଉଛି । ସେହିପରି ଶ୍ରେୟସ୍ ଆୟରଙ୍କ ଅନୁପସ୍ଥିତି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଟେଷ୍ଟ ପ୍ରଦର୍ଶନରୁ ସେ ମଧ୍ୟ ଉପକୃତ ହୋଇଛନ୍ତି ।
ସେପଟେ ଆହତ ଜନିତ ସମସ୍ୟା ଲାଗି ଜସପ୍ରୀତ୍ ବୁମ୍ରାହ, ରିଷଭ ପନ୍ଥ, ଶ୍ରେୟସ ଆୟର ବାଦ୍ ପଡିଛନ୍ତି । ବାକି ସୂର୍ଯ୍ୟକୁମାର ଯାଦବ ଫର୍ମ ପାଇଁ ତାଙ୍କୁ ଚୟନ କରାଯାଇ ନାହିଁ ।
ଭାରତୀୟ ଟେଷ୍ଟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲୀ, ଅଜିଙ୍କ୍ୟା ରାହାଣେ, କେଏଲ ରାହୁଲ, କେଏସ ଭରତ( ୱେକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।












Click it and Unblock the Notifications