ଆହତ କେଏଲ ରାହୁଲଙ୍କ ସ୍ଥାନ ନେଲେ ଇଶାନ କିଶନ
WTF Final: ବଦଳିଲା ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦଳ । ଆହତ କେ ଏଲ ରାହୁଲଙ୍କ ସ୍ଥାନ ନେଲେ ଇଶାନ କିଶନ ଏନେଇ ଆଜି ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।
ଆଇପିଏଲରେ କେଏଲ ରାହୁଲଙ୍କ ଜଙ୍ଘ ଜନିତ ସମସ୍ୟା ଉପୁଜି ଥିବାରୁ ସେ ଦଳରୁ ବାଦ୍ ପଡିଛନ୍ତି । ଏଥିପାଇଁ ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଓ ଆସନ୍ତା ମାସରେ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳି ପାରିବେ ନାହିଁ । ଏବେ ତାଙ୍କ ସ୍ଥାନରେ ଈଶାନଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ସାମିଲ କରାଯାଇଛି ।

ଅନ୍ୟପଟେ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ଆହତ ଅବସ୍ଥା ଉପରେ ନଜର ରଖାଯାଇଛି । ସେ ବର୍ତ୍ତମାନ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଭ୍ୟାସ ଚଳାଇଛନ୍ତି । ସେହିପରି ବିସିସିଆଇ ୩ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖିଛି । ଶେଷ ମୁହୂର୍ତ୍ତରେ ଏମାନଙ୍କ ମଧ୍ୟରୁ କାହାକୁ ବି ବିସିସିଆଇ ଓଭାଲ ପଠାଇପାରେ। ୩ ଖେଳାଳି ହେଲେ ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ।
ଉଲ୍ଲେଖଯୋଗ୍ୟ ଯେ, ଏଯାଏ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରି ନଥିବା ଈଶାନ କିଶନ ଇଂଲଣ୍ଡର ଓଭାଲରେ ଖେଳା ଯିବାକୁ ଥିବା ମ୍ୟାଚ୍ ପାଇଁ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି । ଜୁନ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ବିସିସିଆଇ ପକ୍ଷରୁ ୧୫ ଜଣିଆ ସ୍କ୍ୱାଡ ମଧ୍ୟ ଘୋଷଣା କରାଯାଇଥିଲା।
ରାହୁଲଙ୍କ ବ୍ୟତୀତ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ଥିବା ଦୁଇ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଉମେଶ ଯାଦବ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଥିବା ଉନାଦକତ ନେଟ୍ସରେ ବୋଲିଂ କରିବା ବେଳେ ଆହତ ହୋଇଥିଲେ। ଏବେ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ ପ୍ରକ୍ରିୟା କରୁଛନ୍ତି ।
- ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକର ଓ ଈଶାନ କିଶନ(ୱିକେଟ କିପର) ।
- ଷ୍ଟାଣ୍ଡବାଇ ଖେଳାଳି: ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ ।












Click it and Unblock the Notifications