ଆଜିକୁ ଠିକ୍ ଚାରି ବର୍ଷ ପୂର୍ବେ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରାସ୍ତ ହୋଇଥିଲା ଭାରତ
ଆଜିକୁ ଠିକ୍ ଚାରି ବର୍ଷ ପୂର୍ବେ, କୌଣିସ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିଥିଲା ଭାରତ । ଆଉ ଏହି ମ୍ୟାଚରେ ପରାସ୍ତ ହୋଇଥିଲା ।
ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ସାଉଥମ୍ପଟନ୍ର ଏଗେସ୍ ବୋଲରେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିଛି। ତେବେ ଏହି ଐତିହାସିକ ଟୁର୍ଣ୍ଣାମେଣ୍ଟର ଯାତ୍ରା ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା, ଦୁଇଟି ଟେଷ୍ଟ ଏବଂ ୱେଷ୍ଟଇଣ୍ଡିଜ୍ ବନାମ ଭାରତ ଟେଷ୍ଟ ସିରିଜ୍ ସହିତ 2019ରେ ଆରମ୍ଭ ହୋଇଥିଲା ।

ତେବେ ଆପଣ ଜାଣନ୍ତି କି, ଆଜିକୁ ଠିକ୍ ଚାରି ବର୍ଷ ପୂର୍ବେ, କୌଣିସ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନଲ ଖେଳିଥିଲା ଭାରତ । ଆଉ ଏହି ମ୍ୟାଚରେ ପରାସ୍ତ ହୋଇଥିଲା । ଘଟଣାଟି ହେଉଛି, ଚାରି ବର୍ଷ ପୂର୍ବେ । ଏହି ଦିନ ଦି ଓଭାଲରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ବିରାଟ କୋହଲିଙ୍କ ଭାରତୀୟ ଦଳ ତାଙ୍କର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ସମ୍ମୁଖୀନ ହୋଇଥିଲେ।
ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଅପେକ୍ଷା WTC ଫାଇନାଲ ସେମାନଙ୍କ ପାଇଁ ଅଧିକ ଅନୁକୂଳ ଫଳାଫଳରେ ଶେଷ ହେବ ବୋଲି ଭାରତ ଆଶା କରିବ । ସେଦିନ ସେମାନେ ପାକିସ୍ତାନ ଦଳ ବିପକ୍ଷରେ 124 ରନରେ ପରାସ୍ତ ହୋଇଥିଲେ ।












Click it and Unblock the Notifications