WTC ଫାଇନାଲ: ହାତରେ କଳା ବ୍ୟାଣ୍ଡ ପିନ୍ଧି ଖେଳିଲେ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟର୍
India vs Australia WTC Final 2023: ଆଜି (ଜୁନ୍ 7) ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ WTC ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ତେବେ ଫାଇନାଲରେ ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦଳର ଖେଳାଳି କଳା ଆର୍ମବ୍ୟାଣ୍ଡସ ପିନ୍ଧିଛନ୍ତି ।

ମ୍ୟାଚ୍ ପୂର୍ବରୁ ଜାତୀୟ ସଂଗୀତ ପରିବେଷଣ ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ଦୁଇ ଦେଶର ଖେଳାଳି ମୃତକଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ଜାତୀୟ ସଂଗୀତ ବାଜିଥିଲା । ସେହିପରି ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦଳର ଖେଳାଳି ନିଜ ବାହୁରେ କଳା ଆର୍ମବ୍ୟାଣ୍ଡସ ପିନ୍ଧି ମ୍ୟାଚ୍ ଖେଳୁଛନ୍ତି ।
ଆଜି ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟିମ୍ ଇଣ୍ତିଆ ଅଧିନାୟକ ରୋହିତ ଶର୍ମା । ଭାରତୀୟ ଦଳ ୪ ପେସ୍ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି । ଦଳରେ ଏକମାତ୍ର ସ୍ପିନର ଭାବେ ଖେଳୁଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି ।
The Indian Cricket Team will observe a moment of silence in memory of the victims of the Odisha train tragedy ahead of the start of play on Day 1 of the ICC World Test Championship final at The Oval.
The team mourns the deaths and offers its deepest condolences to the families… pic.twitter.com/mS04eWz2Ym
— BCCI (@BCCI) June 7, 2023
ସେପଟେ ଅଷ୍ଟ୍ରେଲିଆ ଦଳରେ ଆହତ ହାଜେଲଉଡଙ୍କ ସ୍ଥାନରେ ବୋଲାଣ୍ଡ ଖେଳୁଛନ୍ତି । ଭାରତ କ୍ରମାଗତ ଦ୍ୱିତୀୟ ଥର ଲାଗି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟାଇଟଲ ଲଢେଇରେ ସାମିଲ ହୋଇଛି ।
ଭାରତୀୟ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଶ୍ରୀକର୍ ଭରତ (ୱିକେଟକିପର), ରବିନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ।
ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ପାଟ କମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ (ୱିକେଟକିପର), କାମେରନ ଗ୍ରୀନ, ଟ୍ରାଭିସ ହେଡ୍, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଡାଭିଡ ୱାର୍ଣ୍ଣର।
ଉଲ୍ଲେଖଥାଉ କି, ଓଡ଼ିଶାର ବାଲେଶ୍ୱର ସ୍ଥିତ ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 900 ଲୋକ ଆହତ ହୋଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications