Get Updates
Get notified of breaking news, exclusive insights, and must-see stories!

WTC: କେମିତି ବିଶ୍ବ ଟେଷ୍ଟ ଚମ୍ପିୟାନ ସିପ୍ ଫାଇନାଲ ଖେଳିବ ଭରତ ?

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୩-୦ରେପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ତଥା ଫାଇନାଲ ଟେଷ୍ଟରେ ଭାରତ ରବିବାର ନ୍ୟୁଜିଲାଣ୍ଡଠାରୁ ୨୫ ରନରେ ପରାଜୟ ସହ ୦-୩ରେ ହ୍ବାଇଟ୍‌ ଓ୍ବାଶ ହୋଇଛି । ଫଳରେ ୧୯୯୯-୨୦୦୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ ୨-୦ରେ ହାରିବା ପରଠାରୁ ଏହା ଭାରତର ପ୍ରଥମ ପରାଜୟ । ପୁନଶ୍ଚ ଭାରତ ପ୍ରଥମ ଥର ନିଜ ମାଟିରେ ଏକ ଟେଷ୍ଟ ସିରିଜ ୩-୦ରେ ପରାଜିତ ହୋଇଛି ।

ଡବ୍ଲ୍ୟୁଟିସି ସାଇକେଲରେ ଭାରତର ଏହା ହେଉଛି ୫ମ ପରାଜୟ । ଫଳତଃ ଦଳର ପଏଣ୍ଟ ପ୍ରତିଶତ ୬୨. ୮୨ରୁ ୫୮.୩୩କୁ ହ୍ରାସ ପାଇଛି। ଏଥିସହିତ ଦଳ ବର୍ତ୍ତମାନର ଚାମ୍ପିୟନ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆ ୬୨.୫୦ ପ୍ରତିଶତ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିନେଇଛି। ଭାରତ ବର୍ତ୍ତମାନ ଡାଉନ୍‌ ଅଣ୍ଡରରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବ।

WTC

ପ୍ରଥମ ଦୁଇ ସ୍ଥାନ ପାଇଁ ଉଭୟ ଦଳ ଲାଗି ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହାର ଅବଶିଷ୍ଟ ମ୍ୟାଚଗୁଡ଼ିକ ମଧ୍ୟରୁ ଅଧିକାଂଶରେ ବିଜୟ ଲାଭ କରିବ ବୋଲି ମନେ କରାଯାଉଥିଲା। ଏଥିସହିତ ଦଳ କ୍ରମାଗତ ତୃତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବ ବୋଲି ମଧ୍ୟ ଆଶା କରାଯାଉଥିଲା। ମାତ୍ର ପରିସ୍ଥିତି ବଦଳି ଯାଇଛି।

ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତକୁ ଅବଶିଷ୍ଟ ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରିବାକୁ ପଡ଼ିବ; ଯାହାକି ଅଷ୍ଟ୍ରେଲିଆରେ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ଅଛି। ସେମାନଙ୍କୁ ଅବଶିଷ୍ଟ ୭ ଟେଷ୍ଟ ମ୍ୟାଚରୁ ୪ଟିରେ ବିଜୟ ହାସଲ କରିବାକୁ ପଡ଼ିବ। ଭାରତ ବିପକ୍ଷରେ ଐତିହାସିକ ସିରିଜ ସୁଇପ୍‌ ବିଜୟ ଦ୍ୱାରା ଡବ୍ଲ୍ୟୁଟିସି ଫାଇନାଲ ପାଇଁ ନ୍ୟୁଜିଲାଣ୍ଡର ସମ୍ଭାବନା ବୃଦ୍ଧି ପାଇଛି। ଦଳ ବର୍ତ୍ତମାନ ୫୪.୫୫ ପ୍ରତିଶତ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୫୫.୫୬ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ୫୪.୧୭ ପ୍ରତିଶତ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଡବ୍ଲ୍ୟୁଟିସି ଷ୍ଟାଣ୍ଡିଂର ପ୍ରଥମ ଦୁଇ ସ୍ଥାନ ପାଇଁ ଦୌଡ଼ରେ ମଧ୍ୟ ଏହି ଦଳ ରହିଛି। ତେବେ ଆସନ୍ତା ମାସରେ ଲଡର୍‌ସଠାରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଦଳକୁ ବିଜୟ ହାସଲ କରିବାକୁ ପଡ଼ିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+