WTC Final: ଇଂଲଣ୍ଡ ଗଲା ଅଧା ଭାରତୀୟ ଦଳ, କାଲି ଯିବେ ବିରାଟ୍-ଅଶ୍ୱିନ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୭ ତାରିଖରେ ଅଷ୍ଟ୍ରେଲିଆ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବ ଭାରତ । ଏଥିପାଇଁ ଆଜି (ମଙ୍ଗଳବାର) ଇଂଲଣ୍ଡ ଗସ୍ତରେ କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ମୋଟ ୨୦ ଜଣ ସଦସ୍ୟ ଯାଇଛନ୍ତି ।
ତେବେ ଆସନ୍ତାକାଲି ଇଂଲଣ୍ଡ ବାହାରିବେ ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ । ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ଖେଳାଳି ଇଂଲଣ୍ଡରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଯେଉଁ ଟିମ ଆଇପିଏଲ୍ ପ୍ଲେ ଅଫରୁ ବାଦ୍ ପଡିଛନ୍ତି । ସେହି ଦଳର ଖେଳାଳି ଆଗୁଆ ଇଂଲଣ୍ଡ ଗସ୍ କରିଛନ୍ତି । ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳି ଇଂଲଣ୍ଡ ଗସ୍ତରେ ଯାଇଛନ୍ତି । ତେବେ ବିରାଟ କୋହଲି ଏବଂ ଅଶ୍ୱିନୀଙ୍କ ଆଇପିଏଲ୍ ମ୍ୟାଚ୍ ଶେଷ ହୋଇଥିଲେ ବି ସେମାନେ ଆସନ୍ତାକାଲି ଇଂଲଣ୍ଡ ଯାଇପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ଉମେଶ ଯାଦବଙ୍କ ସହିତ ନେଟ୍ ବୋଲର ଆକାଶ ଦୀପ, ପୁଲକିତ ନାରଙ୍ଗ, ଅନିକେତ ଚୌଧୁରୀ, ପୃଥ୍ୱୀରାଜ ୟାରା ପ୍ରଥମ ପର୍ଯ୍ୟାୟରେ ଇଂଲଣ୍ଡ ବାହାରିଛନ୍ତି । ତେବେ ବିସିସିଆଇର ପ୍ଲାନ୍ ମୁତାବକ, ଆଇପିଏଲ୍ ଶେଷ ହେବା ପରେ ପ୍ରାୟ ସମସ୍ତ ଖେଳାଳି ଇଂଲଣ୍ଡରେ ପହଞ୍ଚି ଯିବେ । ମାତ୍ର ଭାରତକୁ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଯଥେଷ୍ଟ ସମୟ ମିଳିପାରିବ ନାହିଁ । ତେଣୁ ଭାରତୀୟ ଟିମର ଖେଳାଳି ଫଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ କମ୍ ରହିପାରେ ।
ତେବେ ଆଇପିଏଲର ପ୍ଲେ-ଅଫ ପର୍ଯ୍ୟାୟ ପାଇଁ ଅଧିକାଂଶ ଖେଳାଳି ଏବେ ବି ଭାରତରେ ରହିଛନ୍ତି । ଅଧିନାୟକ ରୋହିତ ଶର୍ମା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବଙ୍କ ସମେତ ମହମ୍ମଦ ଶାମୀ, ରବିନ୍ଦ୍ର ଜାଡେଜା, ଶୁଭମନ ଗିଲ ଏବଂ ଋତୁରାଜ ଗାଏକ୍ୱାଡ ଏବେ ଭାରତରେ ରହିଛନ୍ତି ।
WTC ଫାଇନାଲ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ ଭରତ, ଇଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ
ଷ୍ଟାଣ୍ଡବାୟ ଖେଳାଳି: ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମୁକେଶ କୁମାର












Click it and Unblock the Notifications