Get Updates
Get notified of breaking news, exclusive insights, and must-see stories!

WTC Final: ଭାରତ ଆଗରେ ବଡ ସମସ୍ୟା, କେମିତି ଖେଳିବ ଫାଇନାଲ ?

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବା ଭାରତ ପାଇଁ ଏବେ କାଠିଗର ପାଠ । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଦଳ ୧୦୯ ରନରେ ଜିତି ନେଇଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ମୂଳପୋଛ କରିବା ପରେ ଦକ୍ଷିଣ ଆଫ୍ରିକା ଏବେ WTC ପଏଣ୍ଟ ଟେବୁଲର ୧ନଂ । ଅଷ୍ଟ୍ରେଲିଆ ଦ୍ୱିତୀୟକୁ ଖସି ଥିବା ବେଳେ ଭାରତ ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି।

ଦକ୍ଷିଣ ଆଫ୍ରିକା ଫାଇନାଲରେ ନିଜର ସ୍ଥାନ ପକ୍କା କରିବା ପାଇଁ ପାକିସ୍ତାନ ବପିକ୍ଷରେ ବାକିଥିବା ୨ଟି ଟେଷ୍ଟ ମଧ୍ୟରୁ କେବଳ ଗୋଟିଏ ଜିତିବା ଆବଶ୍ୟକ । ଦକ୍ଷିଣ ଆଫ୍ରିକା WTC ପଏଣ୍ଟ ଟେବୁଲରେ ୬୩.୩୩% ବିଜୟ ପ୍ରତିଶତ ସହ ୧ନଂରେ ରହିଛି । ପାକିସ୍ତାନ ବିପକ୍ଷରେ ଦଳ ନିଜ ଗଡ଼ରେ ୨ଟି ଟେଷ୍ଟ ଖେଳିବ ।

WTC Final

ଯଦି ଏହି ସିରିଜରେ ୧-୧ରେ ଡ୍ର ରହୁଛି, ତା'ହେଲେ ମଧ୍ୟ ଦଳ ଫାଇନାଲ ଖେଳିପାରିବ । ଭାରତ କିମ୍ବା ‌ଅଷ୍ଟ୍ରେଲିଆ ମଧ୍ୟରୁ ଜଣେ ହିଁ ୧ନଂରେ ପହଞ୍ଚିବେ । ଯଦି ଉଭୟ ଟେଷ୍ଟ ଡ୍ର ରହୁଛି, ତା'ହେଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୫୮.୩୩କୁ ଖସିବ। ଏପରି ସ୍ଥିତିରେ ଯଦି ଭାରତ ୩-୨ରେ ଅଷ୍ଟ୍ରେଲିଆକୁ ହରାଉଛି ଓ ଅଷ୍ଟ୍ରେଲିଆ ବାକି ଦୁଇଟି ଟେଷ୍ଟରେ ଶ୍ରୀଲଙ୍କାକୁ ମାତ ଦେଇ ପାରିବ, ତା'ହେଲେ ଭାରତ(୫୮.୭୭) ଓ ଅଷ୍ଟ୍ରେଲିଆ(୬୦.୫୩) ଫାଇନାଲ ଖେଳିବେ ।

ଯଦି ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ପାକିସ୍ତାନ ଠାରୁ ୦-୧ରେ ଟେଷ୍ଟ ସିରିଜ ହାରି ଯାଉଛି, ତା'ହେଲେ ଦଳ ଚାହିଁବ ଯେ ଅଷ୍ଟ୍ରେଲିଆ ବାକି ରହିଥିବା ୫ ଟେଷ୍ଟ ମଧ୍ୟରୁ ଗୋଟିଏ ହେଲେ ନ ଜିତୁ। କିମ୍ବା ଭାରତ ବାକି ରହିଥିବା ୩ଟି ଟେଷ୍ଟରୁ ଗୋଟିଏରୁ ଅଧିକ ନ ଜିତୁ କିମ୍ବା ଗୋଟିଏରୁ ଅଧିକ ଡ୍ର ନ ରହୁ ବୋଲି ଦକ୍ଷିଣ ଆଫ୍ରିକା ଚାହିଁବ।

ଭାରତ: ବିଜୟ ପ୍ରତିଶତ ୫୭.୨୯

ଫାଇନାଲ ଖେଳିବାକୁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବାକି ରହିଥିବା ୩ଟି ମ୍ୟାଚ୍‌ରୁ ଅତି କମରେ ୨ଟି ଜିତିବାକୁ ପଡ଼ିବ ଓ ଗୋଟିଏକୁ ଡ୍ର କରିବାକୁ ପଡ଼ିବ। ଏହାଦ୍ୱାରା ଭାରତର ବିଜୟ ପ୍ରତିଶତକ ପଏଣ୍ଟ ୬୦.୫୩କୁ ବୃଦ୍ଧି ପାଇବ। ଏପରି ସ୍ଥିତିରେ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯିବ। ଅଷ୍ଟ୍ରେଲିଆ ଯଦି ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ସିରିଜ ଜିତିବ, ତା'ହେଲେ ବି ଦଳର ପଏଣ୍ଟ ସଂଖ୍ୟା ୫୭.୦୨ ହୋଇ ରହିବ।

ଅଷ୍ଟ୍ରେଲିଆ: ବିଜୟ ପ୍ରତିଶତ ୬୦.୭୧

ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ବାକି ରହିଥିବା ୩ଟି ଟେଷ୍ଟରୁ ଅତି କମରେ ୨ଟି ଜିତିବାକୁ ପଡ଼ିବ। ଏପରି ସ୍ଥିତିରେ ଯଦି ଦଳ ଶ୍ରୀଲଙ୍କା ଠାରୁ ମଧ୍ୟ ୦-୨ରେ ହାରୁଛି, ତା'ହେଲେ ମଧ୍ୟ ୫୫.୨୬ ପଏଣ୍ଟ ସହ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିବ। କିନ୍ତୁ ଯଦି ଅଷ୍ଟ୍ରେଲିଆ ୨-୩ରେ ଭାରତ ଠାରୁ ପରାସ୍ତ ହେଉଛି, ତା'ହେଲେ ଟିମ ଇଣ୍ଡିଆର ପଏଣ୍ଟ ୫୮.୭୭କୁ ବୃଦ୍ଧି ପାଇବ।

ଶ୍ରୀଲଙ୍କା: ବିଜୟ ପ୍ରତିଶତ ୪୫.୪୫, ବାକି ରହିଛି ୨ଟି ମ୍ୟାଚ୍‌

ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ନିଜ ମାଟିରେ ଦୁଇଟି ଯାକ ଟେଷ୍ଟ ଜିତୁଛି, ତା'ହେଲେ ଦଳ ସର୍ବାଧିକ ୫୩.୮୫ ବିଜୟ ପ୍ରତିଶତ ପଏଣ୍ଟରେ ପହଞ୍ଚିବ। ଏପରି ସ୍ଥିତିରେ ଦଳକୁ ଅନ୍ୟ ମ୍ୟାଚ ଗୁଡ଼ିକର ରେଜଲ୍ଟ ଉପରେ ନିର୍ଭର କରିବାକୁ ପଡ଼ିବ। ଶ୍ରୀଲଙ୍କା ଚାହିଁବ ଯେ ଭାରତ ଗୋଟିଏରୁ ଅଧିକ ବିଜୟ କିମ୍ବା ଡ୍ର ନ ପାଉ। ଅଷ୍ଟ୍ରେଲିଆ ମଧ୍ୟ ଭାରତ ବିପକ୍ଷରେ ୨ଟି ବିଜୟ ହାସଲ କରୁ। ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦୁଇଟି ଯାକ ମ୍ୟାଚ୍‌ ହାରୁ ବୋଲି ଶ୍ରୀଲଙ୍କା ଚାହିଁବ।

ଭାରତ ୩-୨ରେ ଅଷ୍ଟ୍ରେଲିଆକୁ ଯଦି ବର୍ଡର-ଗାଭାସ୍କର ଟ୍ରଫିରେ ହରାଉଛି, ତା'ହେଲେ ଫାଇନାଲରେ ପହଞ୍ଚିବା ରେସ ଆହୁରି ରୋମାଞ୍ଚକର ହୋଇଯିବ। ଏପରି ସ୍ଥିତିରେ ଭାରତକୁ ଶ୍ରୀଲଙ୍କାର ସହାୟତା ଦରକାର। ଜାନୁଆରୀ ୨୯ରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ସିଂହଳ ଟିମ ଅତି କମରେ ଡ୍ର କରିପାରିଲେ, ଭାରତ ଫାଇନାଲ ଯାଇ ପାରିବ।

ଯଦି ବର୍ଡର-ଗାଭାସ୍କର ଟ୍ରଫି ୨-୨ରେ ଡ୍ର ରହିଲା, ତା'ହେଲେ ଭାରତ ପାଇଁ ଫାଇନାଲରେ ପହଞ୍ଚିବା ଅତି କଷ୍ଟକର ହୋଇପଡ଼ିବ। ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ଶ୍ରୀଲଙ୍କା ଠାରୁ ଜିତିବାକୁ ପଡ଼ିବ, ଯାହା ଦକ୍ଷିଣ ଆଫ୍ରିକା କରି ସାରିଛି ଓ ଅଷ୍ଟ୍ରେଲିଆକୁ ଶ୍ରୀଲଙ୍କା ଠାରୁ ୦-୨ରେ ହାରିବାକୁ ପଡ଼ିବ।

ଏହି ସ୍ଥିତିରେ ଅଷ୍ଟ୍ରେଲିଆକୁ ଯେମିତି ହେଲେ ବି ଶ୍ରୀଲଙ୍କା ବିପକ୍ଷ ସିରିଜକୁ ୨-୦ରେ ଜିତିବାକୁ ପଡ଼ିବ। ଏହାବାଦ ଯଦି ଶ୍ରୀଲଙ୍କା ବିପକ୍ଷରେ ଦଳ ଗୋଟିଏରେ ଜିତିଛୁ ଓ ଆଉ ଗୋଟିଏ ମ୍ୟାଚ ଡ୍ର ରହୁଛି, ତା'ହେଲେ ଦକ୍ଷିଣ ଆଫ୍ରିକା ଗୋଟିଏରୁ ଅଧିକ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଡ୍ର ନ କରୁ ବୋଲି ଅଷ୍ଟ୍ରେଲିଆ ଚାହିଁବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+