Get Updates
Get notified of breaking news, exclusive insights, and must-see stories!

WTC ଫାଇନାଲ; ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୧୨ ରନରେ ଅଲଆଉଟ୍;ପ୍ରଥମ ଦିନରେ ୧୪ ୱିକେଟ୍‌ର ପତନ

ଲର୍ଡ୍ସ ୱାର୍ଲଡ ଟେଷ୍ଟ ଚାମ୍ପିଆନସିପ ଫାଇନାଲ । ପ୍ରଥମ ଦିନରେ ବୋଲରଙ୍କ ଦବଦବା । ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଦୁଇ ଓପନର ଏଡେନ ମାର୍କମ ଓ ରିକେଲଟନ ଆଉଟ ହୋଇଛନ୍ତି । ମାର୍କମ ଖାତା ଖୋଲିନପାରି ରିକେଲଟନ ମାତ୍ର ୧୬ ରନ କରି ଆଉଟ ହୋଇଛନ୍ତି । ଉଭୟ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ ।

ଏପଟେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୨ଟି ୱିକେଟ ନେଇଥିବା ବେଳେ କମିନ୍ସ ଓ ହେଜଲଉଡ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଏପଟେ କାଗିସୋ ରାବାଡାଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ମାତ୍ର ୨୧୨ ରନ କରି ଅଲଆଉଟ ହୋଇଛି ।

କାଗିସୋ ରାବଡ଼ା ଓ ମାର୍କୋ ଜନସେନଙ୍କ ଘାତକ ବୋଲିଂ କରି କଙ୍ଗାରୁ ଦଳକୁ ବଡ଼ ସ୍କୋର କରିବାକୁ ଦେଇନାହାନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଓ୍ବେବଷ୍ଟର ସର୍ବାଧିକ ୭୨ ରନ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୬୬ ରନ କରିଛନ୍ତି । ବୋଲିଂରେ ରାବଡା ୧୫ ଓଭରରେ ୫୧ ରନ ଦେଇ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ସେହିପରି ମାର୍କୋ ଜାନସେନ ୧୪ ଓଭରରେ ୪୯ ରନ ଦେଇ ୩ଟି ୱିକେଟ ନେଇଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା ।

ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଜାରି ଦେଖିବାକୁ ମିଳିଛି । ଆଉ ଏହାର ଫଳସ୍ୱରୂପ ପ୍ରଥମ ଦିନରେ ୧୪ଟି ୱିକେଟ୍‌ର ପତନ ହୋଇଥିଲା । କାଗିସୋ ରାବାଡ଼ାଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର ୨୧୨ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା ।

ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ୪୩ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ଟେମ୍ବା ବଭୁମା ୩ ଓ ଡେଭିଡ୍‌ ବେଡିଂହାମ ୮ ରନ କରି ଅପରାଜିତ ରହିଛନ୍ତି ।

ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରାବାଡ଼ା ନୂଆ ବଲ୍‌ରେ ଘାତକ ସୁଇଂ ବୋଲିଂ କରିଥିଲେ ।

ସପ୍ତମ ଓଭରରେ ସେ ଉସମାନ ଖୱାଜା(୦) ଓ କାମେରନ ଗ୍ରୀନ(୪)ଙ୍କୁ ଆଉଟ୍‌ କରିଥିଲେ । ଅନ୍ୟ ଓପନର ମାର୍ନସ ଲାବୁସାନ ସତର୍କତାର ସହ ଖେଳିଥିଲେ ହେଁ ଶେଷରେ ୧୭ ରନ କରି ମାର୍କୋ ଜାନସେନଙ୍କ ବଲ୍‌ରେ ପାଭିଲିୟନ ଫେରିଥିଲେ । ଟ୍ରେଭିସ୍‌ ହେଡ୍‌(୧୧) ଙ୍କୁ ମଧ୍ୟ ଆଉଟ୍‌ କରିଥିଲେ ଜାନସେନ । ୬୭ରନ୍‌ରେ ଅଷ୍ଟ୍ରେଲିଆ ୪ଟି ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା । ମାତ୍ର ଏହାପରେ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ ।

ବ୍ୟୁ ୱେବଷ୍ଟରଙ୍କୁ ସାଥୀ କରି ସ୍ମିଥ୍‌ ପଞ୍ଚମ ୱିକେଟ୍‌ରେ ୭୯ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୪୬ରେ ପହଞ୍ଚିଥିଲା । ସ୍ମିଥ୍‌ ଅର୍ଦ୍ଧଶତକ ଅର୍ଜନ କରିସାରିଥିଲେ । ଆଡେନ ମାରକ୍ରମ ୪୨ତମ ଓଭରରେ ସ୍ମିଥ୍‌ଙ୍କୁ ଆଉଟ୍‌ କରି ଉନ୍ମାଦନା ଖେଳାଇ ଦେଇଥିଲେ । ସ୍ମିଥ୍‌ ୬୬ ରନ କରିଥିଲେ ।

ଦ୍ୱିତୀୟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ୱେବଷ୍ଟର ଓ ଆଲେକ୍ସ କ୍ୟାରୀ ଲଢେଇ ଜାରି ରଖି ୪୬ ରନ ଯୋଗ କରିଥିଲେ । ତୃତୀୟ ଅଧିବେଶନ ଆରମ୍ଭ ହେବା ସହ ଅଷ୍ଟ୍ରେଲିଆ ପୁଣିଥରେ ବିପର୍ଯ୍ୟୟର ସାମ୍ନା କରିଥିଲା । କ୍ୟାରୀ ୨୩ ରନ କରି କେଶବ ମହାରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ରାବାଡ଼ା ପୁଣିଥରେ ବିପର୍ଯ୍ୟୟ ଘଟାଇଥିଲେ ।

ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କ ୧ରନ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ୱେବଷ୍ଟର ଲଢୁଆ ୭୨ ରନ କରି ଶେଷରେ ରାବାଡ଼ାଙ୍କ ପଞ୍ଚମ ଶିକାର ସାଜିଥିଲେ । ନାଥାନ ଲାୟନଙ୍କୁ ଜାନସେନ ଆଉଟ୍‌ କରିଥିଲେ ଓ ଅଷ୍ଟ୍ରେଲିଆ ଇନିଂସ ୨୧୨ରେ ସୀମିତ ରହିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଡେନ ମାରକ୍ରମ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ।

ରିକେଲଟନ ସତର୍କତାର ସହ ଖେଳି ୧୬ ରନ ସଂଗ୍ରହ କରିଥିଲେ ହେଁ ଶେଷରେ ଷ୍ଟାର୍କଙ୍କ ବଲ୍‌ରେ ସ୍ଲିପ୍‌କୁ କ୍ୟାଚ ଟେକି ଦେଇଥିଲେ । ୱିଆନ ମୁଲ୍ଡରଙ୍କୁ ବୋଲ୍ଡ କରିଥିଲେ ପ୍ୟାଟ୍‌ କମିନ୍ସ । ୨୫ ରନ୍‌ରେ ଦଳ ୩ଟି ୱିକେଟ୍‌ ହରାଇଥିଲା । ବଭୁମା ଓ ଟ୍ରିଷ୍ଟନ ଷ୍ଟବ୍ସ ସତର୍କତାର ସହ ବ୍ୟାଟିଂ କରୁଥିବାବେଳେ ଜୋସ ହାଜେଲଉଡ୍‌ ୨୧ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ । ଷ୍ଟବ୍ସ ୨ ରନ କରି ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ଓଭରରେ ବେଡିଂହାମ୍‌ ୨ଟି ଚୌକା ମାରି ଦଳୀୟ ସ୍କୋରକୁ ୪୩ରେ ପହଞ୍ଚାଇଥିଲେ ।

WTC Final Australia all out for 212 in first innings
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+