WTC ଫାଇନାଲ: କୋହଲିଙ୍କ ଖାଇବା ଫଟୋକୁ ନେଇ ଟ୍ରୋଲ୍ କରୁଥିଲେ କରୁଥିଲେ ସମାଲୋଚକ, ତାପରେ...

Virat Kohli, WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଫାଇନାଲ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ 469 ରନର ଜବାବରେ ଭାରତ 7 ୱିକେଟ ହରାଇ ମାତ୍ର 261 ରନ ଖାତାରେ ଯୋଡ଼ି । ରିପୋର୍ଟ ଲେଖାଯିବା ସୁଦ୍ଧା ପଡ଼ିଆରେ ବ୍ୟାଟିଂ କରୁଛନ୍ତି ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବ ।

ତେବେ ମ୍ୟାଚରେ ଭାରତର ଦୟନୀୟ ସ୍ଥିତି ବ୍ୟାତିତ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ।

WTC Final 202

ବାସ୍ତବରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଭାରତର ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହେବା ପରେ ବିରାଟଙ୍କ ଏକ ଫଟୋକୁ ସୋସିଆଲ ମିଡ଼ିଆରେ ଖୁବ୍‌ ଟ୍ରୋଲ କରାଯାଇଥିଲା । ବିରାଟ ଆଉଟ ହେବା ପରେ ଡ୍ରେସିଂ ରୁମରେ ପହଞ୍ଚି ସାଥୀ ଖେଳାଳିଙ୍କ ସହ ବେଶ ହସଖୁସି କରିବା ସହ ଖାଦ୍ୟ ଖାଉଥିବା ବେଳର ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିରାଟଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କୁ ଟ୍ରୋଲ କରିଥିଲେ ।

କେତେ ଜଣ ନିଜର ମତ ଦେଇ ଲେଖିଥିଲେ, 'ତେନ୍ଦୁଲକର ୨୦୦୩ ମସିହା ବିଶ୍ୱକପରେ ଶୀଘ୍ର ଆଉଟ୍ ହେବାପରେ ଦୁଃଖରେ ୩ ଦିନ ପର୍ଯ୍ୟନ୍ତ ଖାଇ ନଥିଲେ । କିନ୍ତୁ ଏଠି ବିରାଟ କୋହଲି, ମ୍ୟାଚ୍‌ରେ ଆଉଟ୍‌ ହେବା ପରେ ଆସି ତୁରନ୍ତ ଖାଇବାକୁ ଲାଗିଲେ । ତାଙ୍କ ମନରେ ଟିକେ ବି ଦୁଃଖ ନାହିଁ ।'

WTC Final 202

ତେବେ ସେହି ୟୁଜରମାନଙ୍କୁ ଜବାବ ଦେବାକୁ ଯାଇ,ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଡରେ ଏକ ଷ୍ଟୋରୀ ଲଗାଇଛନ୍ତି । ବାସ୍ତବରେ ଯାହା କି କୌଣସି ଜଣେ ବ୍ୟକ୍ତିଙ୍କ ଟ୍ବିଟ୍ । ବୋଧହୁଏ ଟ୍ୱିଟରେ ଲେଖା ହୋଇଥିବା ବାକ୍ୟ "ଅନ୍ୟ ଲୋକମାନଙ୍କ ମତାମତର ପିଞ୍ଜରରୁ ମୁକଳିବାକୁ ହେଲେ ଆପଣଙ୍କୁ ନାପସନ୍ଦ କରିବାର ଅଭ୍ୟାସକୁ ବୃଦ୍ଧି କରିବାକୁ ପଡ଼ିବ।" ବିରାଟ୍ ତାଙ୍କ ସମାଲୋଚକଙ୍କୁ କହିବାକୁ ଚାହିଁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+