WTC ଫାଇନାଲ: ପୁଣି ହାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିୟନ ବନିଲା ଅଷ୍ଟ୍ରେଲିଆ
India vs Australia WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚରେ ଭାରତ 209 ରନରେ ପରାଜୟ ବରଣ କରିଛି । ଫାଇନାଲ ମ୍ୟାଚ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନ ବନିଲା ଅଷ୍ଟ୍ରେଲିଆ । ତେବେ ଏହି ଟ୍ରଫି ସହିତ ଅଷ୍ଟ୍ରେଲିଆ ଦଳ ସମସ୍ତ ଆଇସିସି ଟ୍ରଫି ଜିତିବାରେ ପ୍ରଥମ ଟିମ୍ ବନି ଯାଇଛି ।
ଭାରତକୁ ଶେଷ ଦିନରେ 280 ରନର ଆବଶ୍ୟକ ଥିବାବେଳେ ହାତରେ ଥିଲା 7 ୱିକେଟ୍ । ଭାରତ ତାର ଦ୍ବିତୀୟ ପାଳିରେ 164 ରନରୁ ଆଜି ଖେଳ ଆରମ୍ଭ କରିଥିଲା । ମାତ୍ର ଶେଷ ଦିନରେ ଭାରତ ତାର ସମସ୍ତ ୱିକେଟ୍ ହରାଇ ମାତ୍ର 234 ରନ କରିପାରିଥିଲା । ଫଳରେ ଅଷ୍ଟ୍ରେଲିଆ 209 ରନ ମ୍ୟାଚ ଜିତି ନିଜର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଟାଇଟଲ୍ ଟେକିଛି ।

ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ବିଶାଳ 496 ସ୍କୋର କରିଥିଲେ ଅଷ୍ଟ୍ରେଲିଆ ଟିମ୍ । ଏହାପରେ ଭାରତ ପ୍ରଥମ ଇନିଂସରେ ମାତ୍ର 296 ରନରେ ଅଲଆଉଟ୍ ହୋଇଥିଲା । ଶେଷରେ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ ଟିମ୍ 270 ରନ କରି ପାଳି ଘୋଷଣା କରିଥିଲା । ଯାହା ଫଳରେ ଟିମ୍ ଇଣ୍ଡିଆ ଆଗରେ 444 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।
ତେବେ ଟାର୍ଗେଟକୁ ପିଛା କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ସକାରାତ୍ମକ ଆରମ୍ଭ କରିଥିଲେ । ଦୁହେଁ କେବଳ ସତର୍କତାର ସହ ବ୍ୟାଟିଂ କରି ନଥିଲେ ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ । 7 ଓଭର ସୁଦ୍ଧା ଦଳୀୟ ସ୍କୋର ୪୧ରେ ଥିବା ବେଳେ ଗିଲ (18) ରନ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଟି ବ୍ରେକ ହୋଇଥିଲା । 15 ମିନିଟର ବ୍ରେକ ପରେ ରୋହିତ ଓ ଚେତେଶ୍ୱର ପୂଜାରା କମାଣ ସମ୍ଭାଳିଥିଲେ ।
ଉଭୟ ଦମଦାର ବ୍ୟାଟିଂ କରି ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ। ରୋହିତ ମଧ୍ୟ ଭଲ ଲୟରେ ଥିବା ଜଣାପଡ଼ୁଥିଲା । ତେବେ ଦଳୀୟ ସ୍କୋର 92 ଥିବା ବେଳେ ନାଥନ ଲାୟନଙ୍କୁ ସୁଇପ ମାରିବାକୁ ଯାଇ ରୋହିତ(43) ଆଉଟ ହୋଇ ଯାଇଥିଲେ । ଗୋଟିଏ ରନ ପରେ ପୂଜାରା (27)ଙ୍କୁ ଆଉଟ କରି ପ୍ୟାଟ କମିନ୍ସ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।
ମାତ୍ର 93 ରନରେ ଦଳ ହରାଇଥିଲା 3 ୱିକେଟ୍ । ପରେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ବେଶ୍ ରକ୍ଷାଣତ୍ମକ ଭାବେ ଖେଳିଥିଲେ । ଉଭୟ ଧିରେ ଧିରେ ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ । ମାତ୍ର ଦଳକୁ ବିଜୟ ଦେବାକୁ ଅକ୍ଷମ ହୋଇଥିଲେ । 78 ବଲରୁ 49 ରନ କରି ଷ୍ଟିଭ୍ ସ୍ମିଥଙ୍କ ହାତେ କୋହଲି କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ପରେ ପରେ ରବିନ୍ଦ୍ର ଜାଡେଜା ଶୂନ୍ୟ କରି ଆଉଟ୍ ହୋଇଥିଲେ । ତେବେ 46 ରନ କରି ଆଜିଙ୍କ୍ୟ ରାହାଣେ ଆଉଟ୍ ହେବା ପରେ ଭାରତର ବିଜୟୀ ଆଶା କ୍ଷଣ ହୋଇ ଯାଇଥିଲା । ଶେଷ ଆଡ଼କୁ ମହମ୍ମଦ ଶାମୀ ମାତ୍ର 13 ରନ କରିପାରିଥିଲେ । ଅଷ୍ଟ୍ରେଲିଆ ପାଇଁ ଦ୍ବିତୀୟ ପାଳିରେ ନାଥନ ଲାୟନ 4ଟି ୱିକେଟ୍ ନେଇଥିବା ବେଳେ ସ୍କଟ୍ ବୋଲାଣ୍ଡ 3ଟି ୱିକେଟ୍ ନେଇଥିଲେ । ସେହିପରି ମିଚେଲ୍ ଷ୍ଟାର୍କ 2ଟି ଓ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଗୋଟିଏ ୱିକେଟ୍ ନେଇଥିଲେ ।












Click it and Unblock the Notifications