WTC Championship: WTC ପଏଣ୍ଟ ଟେବୁଲରେ କେଉଁଠି ପହଞ୍ଚିଲେ ଭାରତ ?
ଦ ଓଭାଲରେ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ୫ମ ଦିନରେ ହାସଲ କରିଛି ନାଟକୀୟ ବିଜୟ । ଏହି ବିଜୟ ସହ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨-୨ରେ ଶେଷ ହୋଇଛି ।
ଭାରତ ମାତ୍ର ୬ ରନରେ ଇଂଲଣ୍ଡକୁ ହରାଇ ଟେଷ୍ଟ କ୍ରିକେଟରେ ନିଜର ସବୁ ଠାରୁ ଛୋଟ ବ୍ୟବଧାନର ବିଜୟ ହାସଲ କରିଛି । ଅର୍ଥାତ ଭାରତ କେବେ ହେଲେ ଏବେ ଏତେ କମ ରନରେ ବିଜୟୀ ହେବାର ନଜିର ନଥିଲା ।
୫ମ ଟେଷ୍ଟର ୫ ଦିନରେ ଇଂଲଣ୍ଡକୁ ୩୫ ରନ ଦରକାର ଥିଲା। ଦଳ ୩୭୪ ରନର ବିଜୟ ଟାର୍ଗେଟକୁ ହାସଲ କରିନେବ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ୫୩ଟି ବଲରେ ଭାରତ ପୂରା ମ୍ୟାଚ୍ର ମୋଡ ବଦଳାଇ ଦେଇଥିଲା। ଇଂଲଣ୍ଡ ଦିବସର ଆରମ୍ଭ ଜାମି ଓଭରଟନଙ୍କ ଡବଲ ଚୌକାରୁ ଆରମ୍ଭ କରିଥିଲା।

ମହମ୍ମଦ ସିରାଜ ବୋଲ୍ଡ କରି ଖେଳ ଶେଷ କରିଥିଲେ। ସେ ଗସ ଅଟକିସନଙ୍କୁ ବୋଲ୍ଡ କରି ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଥିଲେ। ସିରାଜ ୫ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୪ ୱିକେଟ ମିଳିଛି। ପ୍ରଥମ ଇନିଂସରେ ପ୍ରସିଦ୍ଧ ୪ ଓ ସିରାଜ ୪ଟି ଲେଖାଏ ୱିକେଟ ନେଇଥିଲେ।
ଏହି ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ବା WTC ପଏଣ୍ଟ ଟେବୁଲରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ତଥାପି ଦଳ ତୃତୀୟ ସ୍ଥାନରେ ରହିଛି। ପୂର୍ବରୁ ଇଂଲଣ୍ତ ତୃତୀୟ ସ୍ଥାନରେ ଥିବା ବେଳେ ଭାରତ ଠାରୁ ହାରି ୪ର୍ଥକୁ ଖସି ଯାଇଛି।
ପୂର୍ବ ଭଳି ଅଷ୍ଟ୍ରେଲିଆ ୩ଟି ଟେଷ୍ଟରୁ ୩ଟି ଜିତି ୧୦୦% ବିଜୟ ପ୍ରତିଶତ ସହ ୧ନଂରେ ରହିଛି। ଶ୍ରୀଲଙ୍କା ୨ଟି ଟେଷ୍ଟ ଖେଳି ୧ ବିଜୟ ଓ ୧ ଡ୍ର ସହ ଦ୍ୱିତୀୟରେ ଅଛି। ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୬.୬୭। ଭାରତ ୪୬.୬୭ ବିଜୟ ପ୍ରତିଶତ ପଏଣ୍ଟ ସହ ତୃତୀୟ ଓ ଇଂଲଣ୍ଡ ୪୩.୩୩ ବିଜୟ ପ୍ରତିଶତ ସହ ୪ର୍ଥରେ ରହିଛି। ଭାରତ ଓ ଇଂଲଣ୍ଡ ୨୦୨୫-୨୭ ଟେଷ୍ଟ ଚକ୍ରରେ ୫ଟି ଲେଖାଏ ମ୍ୟାଚ ଖେଳିଛନ୍ତି।












Click it and Unblock the Notifications