Get Updates
Get notified of breaking news, exclusive insights, and must-see stories!

WTC 2025: ଏବେ ବି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଖେଳିପାରିବ ଭାରତ ? ଏମିତି ରହିଛି ସମୀକରଣ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଖେଳିବା ଆଶା ଏକ ପ୍ରକାର ମଉଳି ଯାଇଛି। ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରି ସାରିଛି । ଅନ୍ୟପଟେ ବକ୍ସିଂ ଡେ ଟେଷ୍ଟରେ ୧୮୪ ରନରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତର WTC ଫାଇନାଲ୍ ଖେଳିବା ଆଶା ଏକ ପ୍ରକାର ମଉଳି ଯାଇଛି। କାରଣ ଏହି ପରାଜୟ ସହ ପଏଣ୍ଟ୍ ଟେବୁଲର ତୃତୀୟ ସ୍ଥାନରେ ଥିବା ଭାରତର ପଏଣ୍ଟ ଶତକଡ଼ା (PCT) ୫୨.୭୭କୁ ଖସି ଆସିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ସ୍ଥିତି କିନ୍ତୁ ବେଶ ଦୃଢ଼ ହୋଇଛି।

WTC25 ଦୌଡ଼ର ଦଶମ ବିଜୟ ସହ ଦ୍ୱିତୀୟରେ ଥିବା ଅଷ୍ଟ୍ରେଲିଆର ପଏଣ୍ଟ ଶତକଡ଼ା (PCT) ୬୧.୪୫ରେ ପହଞ୍ଚିଛି। ତେଣୁ ଜାନୁଆରୀ ୩ରେ ସିଡନୀରେ ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍ ଜିତିଲେ କିମ୍ବା ଡ୍ର କରିଲେ ମଧ୍ୟ ଅଷ୍ଟ୍ରେଲିଆ ନିର୍ଦ୍ୱନ୍ଦ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପ୍ରବେଶ କରିଯିବ। ଯଦି ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ହାରିଯାଏ, ତେବେ ଜାନୁଆରୀରେ ଶ୍ରୀଲଙ୍କା ସହ ଖେଳିବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚରୁ କେବଳ ଗୋଟିଏ ବିଜୟ କଙ୍ଗାରୁ ଦଳକୁ WTC ଫାଇନାଲରେ ପହଞ୍ଚାଇଦେବ ।

WTC ଫାଇନାଲ ଆଶାକୁ ବଞ୍ଚାଇ ରଖିବାକୁ ହେଲେ ସିଡନୀରେ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍ ଜିତିବା ଭାରତ ପାଇଁ ଅନିର୍ବାର୍ଯ୍ୟ । ହେଲେ ଏହାପରେ ବି ଭାରତକୁ ଶ୍ରୀଲଙ୍କା ଉପରେ ନିର୍ଭର କରିବାକୁ ପଡ଼ିବ । ଶ୍ରୀଲଙ୍କା ଯଦି ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ କିମ୍ବା ୨-୦ରେ ଜିତିବ, ତେବେ ଯାଇ ଭାରତ WTC25 ଫାଇନାଲରେ ପ୍ରବେଶ କରିପାରିବ। ଏଥିରୁ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍ ଜିତିଲେ ଭାରତର ସବୁ ଆଶା ଧୂଳିସାତ ହୋଇଯିବ। ଏପରିକି ଯଦି ଶ୍ରୀଲଙ୍କାରେ ଦୁଇଟି ଯାକ ଟେଷ୍ଟ ଡ୍ର ହୋଇଯାଏ, ତେବେ ମଧ୍ୟ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+