WTC 2025-27 : ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ୨୦୨୫-୨୭ରେ ଭାରତର କ୍ରୀଡ଼ାସୂଚୀ
୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବା ସ୍ୱପ୍ନ ଭାରତୀୟ ଟିମର ଅଧାରେ ରହି ଯାଇଛି । ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ହାରିବା ପରେ ଫାଇନାଲ ଖେଳିବା ରେସ୍ରୁ ବାଦ ପଡ଼ିଛି । ୨୦୨୩-୨୫ ସାଇକେଲରେ ଭାରତ ଫାଇନାଲରୁ ବାଦ ପଡ଼ିଥିବାରୁ ଏବେ ସମସ୍ତଙ୍କ ଫୋକସ ୨୦୨୫-୨୭ WTC ସାଇକେଲ ଉପରେ ରହିଛି ।

ଭାରତର WTC ୨୦୨୫-୨୭ ସେଡ୍ୟୁଲ
- ୧- ଭାରତ ବନାମ ଇଂଲଣ୍ଡ- ୫ଟି ଟେଷ୍ଟ (ବାହାରେ)- ଜୁନ-ଅଗଷ୍ଟ ୨୦୨୫
- ୨- ଭାରତ ବନାମ ୱେଷ୍ଟଇଣ୍ଡିଜ- ୨ଟି ଟେଷ୍ଟ(ଘରେ)- ଅକ୍ଟୋବର ୨୦୨୫
- ୩- ଭାରତ ବନାମ ଦକ୍ଷିଣ ଆଫ୍ରିକା - ୨ଟି ଟେଷ୍ଟ(ଘରେ)- ଡିସେମ୍ବର ୨୦୨୫
- ୪- ଭାରତ ବନାମ ଶ୍ରୀଲଙ୍କା - ୨ଟି ଟେଷ୍ଟ(ବାହାରେ) - ଅଗଷ୍ଟ ୨୦୨୬
- ୫- ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ- ୨ଟି ଟେଷ୍ଟ(ବାହାରେ) - ଅକ୍ଟୋବର-ଡିସେମ୍ବର ୨୦୨୬
- ୬- ଭାରତ ବନାମ ଅଷ୍ଟ୍ରେଲିଆ - ୫ଟି ଟେଷ୍ଟ(ଘରେ)- ଜାନୁଆରୀ-ଫେବୃଆରୀ ୨୦୨୭
୨୦୨୫ ଜୁନ ମାସରେ ଭାରତ ୫ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ । ଭାରତ ଲଗାତର ୨ ଥର WTC ଫାଇନାଲ ଖେଳିଥିଲା। କିନ୍ତୁ ଗୌତମ ଗମ୍ଭୀର କୋଚ ହେବା ପରେ ଦଳ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ତେଣୁ ଗମ୍ଭୀର ମଧ୍ୟ ଦଳ କେମିତି ଫାଇନାଲରେ ପହଞ୍ଚିବ, ସେ ଆଶାରେ ରହିଛନ୍ତି ।
WTC ୨୦୨୫-୨୭ ସାଇକେଲ ଚଳିତ ଥର ଭଳି ରହିବ । ଦଳ ପୁଣିଥରେ ୨୦୨୭ରେ ଅଷ୍ଟ୍ରେଲିଆ ସହ ୫ ଟିକିଆ ବର୍ଡର-ଗାଭାସ୍କର ଟ୍ରଫି ଖେଳିବ। କିନ୍ତୁ ଏଥର ଅଷ୍ଟ୍ରେଲିଆ ଟିମ ଭାରତ ଆସିବ। ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ କଣ୍ଟ୍ରାକ୍ଟ ୨୦୨୭ ଯାଏ ରହିଛି। ତେଣୁ ୨୦୨୭ WTC ଫାଇନାଲ ଯାଏ ଏହା ବଳବତ୍ତର ରହୁଛି କି ନାହିଁ, ତା' ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
୨୦୨୬ରେ ଭାରତ କେବଳ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଧାର୍ଯ୍ୟ ହୋଇଛି । ୨୦୨୬ ଅଗଷ୍ଟରେ ଭାରତ ୨ ଟିକିଆ ସିରିଜ ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ। ଏହାପରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦଳ ୨ଟି ମ୍ୟାଚ୍ ଖେଳିବାକୁ ନ୍ୟୁଜିଲ୍ୟାଣ୍ତ ଯିବ।












Click it and Unblock the Notifications