ବେଙ୍ଗଲ ଛାଡ଼ିଲେ ରିଦ୍ଧିମାନ ଶାହ, ଅନ୍ୟ ରାଜ୍ୟରୁ କରିବେ ପ୍ରତିନିଧିତ୍ୱ
ବେଙ୍ଗଲ ଛାଡ଼ିଲେ ଭାରତୀୟ ଜାତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ତଥା ବେଙ୍ଗଲି କ୍ରିକେଟର ରିଦ୍ଧିମାନ ଶାହ । ଅନ୍ୟ କୌଣସି ରାଜ୍ୟରୁ ପ୍ରତିନିଧିତ୍ୱ କରିବା ନେଇ ମଧ୍ୟ ସୂଚନା ରହିଛି ।
କୋଲକାତା: ବେଙ୍ଗଲ ଛାଡ଼ିଲେ ଭାରତୀୟ ଜାତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ତଥା ବେଙ୍ଗଲି କ୍ରିକେଟର ରିଦ୍ଧିମାନ ଶାହ । ଅନ୍ୟ କୌଣସି ରାଜ୍ୟରୁ ପ୍ରତିନିଧିତ୍ୱ କରିବା ନେଇ ମଧ୍ୟ ସୂଚନା ରହିଛି । କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି) ଗତକାଲି ବରିଷ୍ଠ କ୍ରିକେଟରଙ୍କୁ ନୋ ଅବଜେସନ ସାର୍ଟିଫିକେଟ୍ (ଏନଓସି) ପ୍ରଦାନ କରିଛି । ଫଳରେ ଦୀର୍ଘ ୧୫ ବର୍ଷ ଓ ୧୨୨ ମ୍ୟାଚ ଖେଳିବା ପରେ ରିଦ୍ଧିମାନ ବେଙ୍ଗଲ ସହିତ ସମ୍ପର୍କ ତୁଟାଇ ଦେଇଛନ୍ତି ।

୩୭ ବର୍ଷୀୟ ଶାହ ଓ ଅଫିସିଆଲଙ୍କ ମଧ୍ଯରେ କିଛି ଦିନ ତଳେ ମତାନ୍ତର ଦେଖା ଦେଇଥିଲା । ଫଳରେ ଶାହ ବେଙ୍ଗଲ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଭେଟେରାନ ୱିକେଟକିପର କେତୋଟି ରାଜ୍ୟ ସହ ଯୋଗାଯୋଗରେ ରହିଛନ୍ତି । ରିପୋର୍ଟ ମୁତାବକ ସେ ତ୍ରିପୁରା ପାଇଁ ମେଣ୍ଟର-କମ୍-ଅଧିନାୟକ ଭାବେ ଘରୋଇ ଖେଳିପାରନ୍ତି । ଆଇପିଏଲର ୧୫ ତମ ସଂସ୍କରଣରେ ଶାହ ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ଚମକ୍କାର ପ୍ରଦର୍ଶନ କରିଥିଲେ । ସେ ୧୧ ମ୍ୟାଚରୁ ୩୧୭ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ ବେଙ୍ଗଲ ପକ୍ଷରୁ ସେ ୧୨୨ ମ୍ୟାଚ୍ ଖେଳି ୪୨ ଆଭରେଜରେ ୬,୪୨୩ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୧୩ ଶତକ ଓ ୩୮ ଅର୍ଦ୍ଧଶତକ ରହିଛି । ଲିଷ୍ଟ-ଏ'ରେ ୧୦୨ ମ୍ଯାଚ୍ ଖେଳି ୨୭୬୨ ରନ କରିଥିଲେ ।












Click it and Unblock the Notifications