Get Updates
Get notified of breaking news, exclusive insights, and must-see stories!

ସାହାଙ୍କୁ ଧମକ ଦେଇଥିଲେ ସାମ୍ବାଦିକ ବୋରିଆ ମଜୁମଦାର, ବ୍ୟାନ ଲଗାଇବ ବିସିସିଆଇ

ସାହାଙ୍କୁ ଧମକ ଦେଇଥିଲେ ସାମ୍ବାଦିକ । ଏବେ ବିସିସିଆଇ ଦେବେ ବିରାଟ୍ ସଜା । ବୋରିଆଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରିପାରେ ବିସିସିଆଇ ।

ନୂଆଦିଲ୍ଲୀ: ସାହାଙ୍କୁ ଧମକ ଦେଇଥିଲେ ସାମ୍ବାଦିକ । ଏବେ ବିସିସିଆଇ ଦେବେ ବିରାଟ୍ ସଜା । ବୋରିଆଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରିପାରେ ବିସିସିଆଇ । ଜଣାଶୁଣା କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଆଜି ଭାରତୀୟ ୱିକେଟ କିପର ରିଦ୍ଧିମାନ ସାହାଙ୍କୁ ଧମକ ଦେବା ମମଲାରେ ଦୋଷି ଘୋଷଣା କରିଛି ବିସିସିଆଇ ।

Boria Majumdar

ମିଳିଥିବା ସୂଚନା ଅନୁସାରେ ଆଗାମୀ ଦୁଇ ବର୍ଷ ପାଇଁ ତାଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ଅନୁମତି ଦେବ ନାହିଁ ବିସିସିଆଇ । ତେବେ ଏନେଇ ବିସିସିସିଆ ବିଦ୍ଧିବଦ୍ଧ ଭାବେ ଘୋଷଣା କରିବା ବୋଲି ଜଣେ ଅଧିକାରୀ କହିଛନ୍ତି । ସେହିପରି ବୋରିଆଙ୍କୁ ଘରୋଇ ମ୍ୟାଚ୍ ପାଇଁ ମିଡିଆ ସ୍ୱୀକୃତି ଦିଆଯିବ ନାହିଁ ଏବଂ ତାଙ୍କୁ ବ୍ଲାକଲିଷ୍ଟ କରିବାକୁ ଆଇସିସିକୁ ମଧ୍ୟ ବିସିସିଆଇ ଅନୁରୋଧ କରିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ଅନ୍ୟପଟେ ବୋରିଆ ମଜୁମଦାରଙ୍କ ସହ କୌଣସି ପ୍ରକାର ଜଡିତ ନହେବା ପାଇଁ ମଧ୍ୟ ଋଦ୍ଧିମାନ ସାହାଙ୍କୁ ପରାମର୍ଶ ଦିଆଯିବ ।

ତେବେ ଶନିବାର ବସିଥିବା ଏବି ବୈଠକ ପରେ ବୋରିଆ ମଜୁମଦାରଙ୍କୁ ବିସିସିଆଇ ଫୋନ୍ କରିଥିଲା । ମାତ୍ର ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ଅଧିକାରୀ ଜଣଙ୍କ କହିଛନ୍ତି ।

ଚଳିତ ବର୍ଷ ଫେବୃଆରୀ 19 ରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା ​​ଯେତେବେଳେ 37 ବର୍ଷିୟ ବଙ୍ଗଳା ୱିକେଟ୍ କିପର ଏକ ଟ୍ୱିଟର ପୋଷ୍ଟ ସେୟାର କରି କହିଥିଲେ ଯେ "ଭାରତୀୟ କ୍ରିକେଟ୍ ପ୍ରତି ମୋର ସମସ୍ତ ଅବଦାନ ପରେ... ତଥାକଥିତ 'ସମ୍ମାନିତ'ରୁ ମୁଁ ଏହା ସାମ୍ନା କରୁଛି। ସାମ୍ବାଦିକ! ଏହିଠାରେ ସାମ୍ବାଦିକତା ଚାଲିଛି। "

ତେବେ ସାହଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ପରେ ବିସିସିଆଇ ଉପାଧ୍ୟକ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ଧୁମଲ ଏବଂ ସର୍ବୋଚ୍ଚ ପରିଷଦ ସଦସ୍ୟ ପ୍ରଭତେଜ ଭାଟିଆଙ୍କୁ ନେଇ ଏକ କମିଟି ଗଠନ କରି ସାହାଙ୍କ ଅଭିଯୋଗର ଯାଞ୍ଚ କରିଥିଲେ।
କମିଟି ସମ୍ମୁଖରେ ସାହା ମଜୁମଦାରଙ୍କୁ ଚିହ୍ନଟ କରିଥିଲେ ଏବଂ ଏକ ସାକ୍ଷାତକାର ପାଇଁ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+