ରିଦ୍ଧିମାନ ସାହାଙ୍କୁ ଧମକ ଦେବା ଘଟଣା: ବୋରିଆଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କଲା ବିସିସିଆଇ
ଟିମ୍ ଇଣ୍ଡିଆ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କୁ ଧମକ ଦେବା ମାମଲାରେ ବିସିସିଆଇ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି।
ମୁମ୍ବାଇ: ଟିମ୍ ଇଣ୍ଡିଆ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କୁ ଧମକ ଦେବା ମାମଲାରେ ବିସିସିଆଇ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି। ବୋରିଆ ଆଉ ଭାରତରେ ପ୍ରେସ୍ ସଦସ୍ୟ ଭାବରେ ମାନ୍ୟତା ପାଇବେ ନାହିଁ । ଏହାସହ ଭାରତରେ ପଞ୍ଜିକୃତ କୌଣସି ଖେଳାଳିଙ୍କ ସାକ୍ଷାତକାର ନେଇ ପାରିବେ ନାହିଁ । ବିସିସିଆଇ କିମ୍ବା କୌଣସି ସଦସ୍ୟ ସଂଘ ପକ୍ଷରୁ ମିଳୁଥିବା ସୁବିଧାର ଲାଭ ନେଇପାରିବେ ନାହିଁ ।

ଚଳିତ ବର୍ଷ ଫେବୃଆରୀ 19 ରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା ଯେତେବେଳେ 37 ବର୍ଷିୟ ବଙ୍ଗଳା ୱିକେଟ୍ କିପର ଏକ ଟ୍ୱିଟର ପୋଷ୍ଟ ସେୟାର କରି କହିଥିଲେ ଯେ "ଭାରତୀୟ କ୍ରିକେଟ୍ ପ୍ରତି ମୋର ସମସ୍ତ ଅବଦାନ ପରେ... ତଥାକଥିତ 'ସମ୍ମାନିତ'ରୁ ମୁଁ ଏହା ସାମ୍ନା କରୁଛି। ସାମ୍ବାଦିକ! ଏହିଠାରେ ସାମ୍ବାଦିକତା ଚାଲିଛି। "

ତେବେ ସାହଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ପରେ ବିସିସିଆଇ ଉପାଧ୍ୟକ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ଧୁମଲ ଏବଂ ସର୍ବୋଚ୍ଚ ପରିଷଦ ସଦସ୍ୟ ପ୍ରଭତେଜ ଭାଟିଆଙ୍କୁ ନେଇ ଏକ କମିଟି ଗଠନ କରି ସାହାଙ୍କ ଅଭିଯୋଗର ଯାଞ୍ଚ କରିଥିଲେ। କମିଟି ସମ୍ମୁଖରେ ସାହା ମଜୁମଦାରଙ୍କୁ ଚିହ୍ନଟ କରିଥିଲେ ଏବଂ ଏକ ସାକ୍ଷାତକାର ପାଇଁ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଥିଲେ।












Click it and Unblock the Notifications