IAO ପାଖରେ ବ୍ରିଜ ଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ ଦେଲେ କୁସ୍ତିଯୁଦ୍ଧା
ଖେଳାଳିମାନେ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ (IAO) ପାଖରେ ବ୍ରିଜ ଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।
Wrestlers Protest: ନୂଆଦିଲ୍ଲୀଠାରେ କ୍ରମାଗତ ତୃତୀୟ ଦିନ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଲଗାତାର ଇସ୍ତାଫା ଦାବି କରୁଛନ୍ତି କୁସ୍ତିଯୋଦ୍ଧାମାନେ । ଏବେ ଖେଳାଳିମାନେ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ (IAO) ପାଖରେ ବ୍ରିଜ ଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଇଏଓ ଅଧକ୍ଷ ପିଟି ଉଷାଙ୍କୁ ଦିଆଯାଇ ଥିବା ଅଭିଯୋଗ ପତ୍ରରେ ବ୍ରିଜଭୂଷଣଙ୍କ ନାମରେ ଯୌନ ଶୋଷଣ ଓ ଆର୍ଥକ ଅନିୟମିତତା ବାବଦରେ ଉଲ୍ଲେଖ ରହିଛି । ଏହା ସହ ବ୍ରିଜ ଭୂଷଣଙ୍କ ଇସ୍ତଫା ଓ ଯୌନ ଶୋଷଣ ମାମଲାରେ ଯାଞ୍ଚ କମିଟି ଗଠନ କରିବାକୁ ଦାବି କରାଯାଇଛି ।
ଉଲ୍ଲେଖଥାଉ କି, ଗୋଲ୍ଡ ମେଡାଲିଷ୍ଟ ତଥା ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ବୁଧବାର ଭାରତୀୟ କୁସ୍ତିସଂଘ ଏବଂ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣଛନ୍ତି। ବ୍ରିଜ ମୋହନ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରି ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତୀୟ କୁସ୍ତି ମହାସଂଘର ଏକାଧିକ ରେସଲର୍ ସଭାପତିଙ୍କ ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଭଳି ରେସଲର ମଧ୍ୟ ଅଛନ୍ତି । ଯେଉଁମାନେ ଅଲିମ୍ପିକ୍ସ ଏବଂ କମନୱେଲଥ ଗେମ୍ସରେ ଭାରତକୁ ପୁରସ୍କାର ଆଣିଥିଲେ।
ସେପଟେ ଆଜି WFI ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଅପରାହ୍ନ 4 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ବ୍ରିଜ ଭୂଷଣ ଶରଣଙ୍କ ସଭାପତି ପଦବୀକୁ ନେଇ ଆଜି ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି ।












Click it and Unblock the Notifications