Get Updates
Get notified of breaking news, exclusive insights, and must-see stories!

Wrestlers Protest: ସରକାରଙ୍କ ସହ ଆଲୋଚନା ପାଇଁ କ୍ରୀଡା ମନ୍ତ୍ରଣାଳୟରେ ପହଞ୍ଚିଲେ କୁସ୍ତିଯୋଦ୍ଧା

ଦେଶର ରାଜଧାନୀରେ କ୍ରମାଗତ ଦ୍ୱିତୀୟ ଦିନ ରେସଲରଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ କ୍ରୀଡ଼ା ମନ୍ତ୍ରଣାଳୟର ନିମନ୍ତ୍ରଣ କ୍ରମେ କୁସ୍ତିଯୋଦ୍ଧାଙ୍କ ଏକ ପ୍ରତିନିଧୀ ଦଳ ଆଲୋଚନା ପାଇଁ ଶାସ୍ତ୍ରୀ ଭବନରେ ପହଞ୍ଚିଛନ୍ତି ।

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କ୍ରମାଗତ ଦ୍ୱିତୀୟ ଦିନ ରେସଲରଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ କ୍ରୀଡ଼ା ମନ୍ତ୍ରଣାଳୟର ନିମନ୍ତ୍ରଣ କ୍ରମେ କୁସ୍ତିଯୋଦ୍ଧାଙ୍କ ଏକ ପ୍ରତିନିଧୀ ଦଳ ଆଲୋଚନା ପାଇଁ ଶାସ୍ତ୍ରୀ ଭବନରେ ପହଞ୍ଚିଛନ୍ତି ।

Wrestlers Protest

ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି । ଏହାପୂର୍ବରୁ ଅପରାହ୍ନରେ ହରିୟାଣା ବିଜେପି ନେତା ବବିତା ଫୋଗାଟ ମଧ୍ୟ ଜନ୍ତର ମନ୍ତ୍ରରେ ପହଞ୍ଚିଥିଲେ । ବିରୋଧୀ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ, ବବିତା ଫୋଗାଟ ସରକାରଙ୍କ ତରଫରୁ ମଧ୍ୟସ୍ଥତା ପାଇଁ ଆସିଛନ୍ତି । ବବିତା ଫୋଗାଟ କହିଛନ୍ତି, "କୁସ୍ତିମାନଙ୍କ ସହ ସରକାର ଅଛନ୍ତି। ଆଜି ସମାଧାନ ନିଜେ କରିବାକୁ ମୁଁ ଚେଷ୍ଟା କରିବି । ଏହା ଏକ ଛୋଟ ଜିନିଷ ନୁହେଁ, ଯେଉଁଠାରେ ନିଆଁ ଅଛି ସେଠାରେ ଧୂଆଁ ଉଠେ । ମୁଁ ନିଶ୍ଚିତ ଯେ ଏହି ମାମଲା ନିରପେକ୍ଷ ଭାବରେ ଅନୁସନ୍ଧାନ କରାଯିବ ।

ସେପଟେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗ ପରେ ଆକ୍ସନ ମୁଡକୁ ଆସିଛି କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ଯୋଦ୍ଧା ମହାସଂଘକୁ କ୍ରୀଡା ମନ୍ତ୍ରାଳୟ ୭୨ ଘଣ୍ଟାର ମହଲତ ଦେଇଛି। ଯଦି ୭୨ ଘଣ୍ଟା ଭିତରେ ଜବାବ ନ ରଖାଯାଏ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରୀଡା ମନ୍ତ୍ରାଳୟ କହିଛି।

ଉଲ୍ଲେଖଥାଉ କି, ଗୋଲ୍ଡ ମେଡାଲିଷ୍ଟ ତଥା ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ବୁଧବାର ଭାରତୀୟ କୁସ୍ତିସଂଘ ଏବଂ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣଛନ୍ତି। ବ୍ରିଜ ମୋହନ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତୀୟ କୁସ୍ତି ମହାସଂଘର ଏକାଧିକ ରେସଲର୍ ସଭାପତିଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଭଳି ରେସଲର ମଧ୍ୟ ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସ ଏବଂ କମନୱେଲଥ ଗେମ୍ସରେ ଭାରତକୁ ପୁରସ୍କାର ଆଣିଥିଲେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ରୀଡ଼ା ମନ୍ତ୍ରଣାଳୟ ରେସଲିଂ ଫେଡେରେଶନ ଉପରେ ଖୁସି ନୁହେଁ । କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଆମ ଖେଳାଳିମାନେ ଦେଶର ଗର୍ବ ବୋଲି ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+