ଆଜି ହେବ ଫୈସଲା, ବ୍ରିଜ ଭୂଷଣ ସିଂ WFI ସଭାପତି ରହିବେ ନା ବିଦା ହେବେ ?
ଆଜି WFI ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଅପରାହ୍ନ 4 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ବ୍ରିଜ ଭୂଷଣ ଶରଣଙ୍କ ସଭାପତି ପଦବୀକୁ ନେଇ ଆଜି ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି ।
Wrestlers Protest: ଦେଶର ରାଜଧାନୀ ନୂଆଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଲଗାତାର ଇସ୍ତାଫା ଦାବି କରୁଛନ୍ତି କୁସ୍ତିଯୋଦ୍ଧାମାନେ । ତେବେ କୌଣସି ପରିସ୍ଥିତିରେ ଖେଳାଳିମାନେ ସେମାନଙ୍କ ନିଷ୍ପତ୍ତିରୁ ପଛକୁ ଫେରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଦିଲ୍ଲୀର ଜନ୍ତର ମନ୍ତରରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନ୍ଦୋଳନରେ ଯୋଗ ଦେଇଛନ୍ତି ବକ୍ସର ବିଜୟନ୍ଦର ସିଂ । ସେ କହିଛନ୍ତି ଯେ ମୁଁ ଆଜି କୁସ୍ତି ଖେଳାଳିଙ୍କୁ ଭେଟିବାକୁ ଆସିଛି ।

ଉଲ୍ଲେଖଥାଉ କି, ଗୋଲ୍ଡ ମେଡାଲିଷ୍ଟ ତଥା ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ବୁଧବାର ଭାରତୀୟ କୁସ୍ତିସଂଘ ଏବଂ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣଛନ୍ତି। ବ୍ରିଜ ମୋହନ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତୀୟ କୁସ୍ତି ମହାସଂଘର ଏକାଧିକ ରେସଲର୍ ସଭାପତିଙ୍କ ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଭଳି ରେସଲର ମଧ୍ୟ ଅଛନ୍ତି । ଯେଉଁମାନେ ଅଲିମ୍ପିକ୍ସ ଏବଂ କମନୱେଲଥ ଗେମ୍ସରେ ଭାରତକୁ ପୁରସ୍କାର ଆଣିଥିଲେ।
ତେବେ କୁସ୍ତିଯୋଦ୍ଧାମାନେ ଗୁରୁବାର (ଗତକାଲି) କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକରେ ଏବଂ ପରେ ବିଳମ୍ବିତ ରାତିରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗଙ୍କୁ ସେମାନଙ୍କର ଦାବିଗୁଡିକ କହିଛନ୍ତି ଏବଂ ପଛକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ।
ସେପଟେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ବ୍ରିଜ ଭୂଷଣ ଶରଣ ସିଂ ପୂର୍ବରୁ ଦୃଢ ଆପତ୍ତି ଜଣାଇଥିଲେ ଏବଂ କହିଥିଲେ ଯେ ଯଦି ମୋ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ । ତେବେ ମୁଁ ଫାଶୀ ଦେବାକୁ ପ୍ରସ୍ତୁତ ଅଛି । ଖେଳାଳିଙ୍କ ଉପରେ ମନ୍ତବ୍ୟ ଦେବାବେଳେ ସେ କହିଥିଲେ ଯେ ଏହି ଖେଳାଳିମାନେ କୌଣସି ପ୍ରକାରେ ଅଲିମ୍ପିକ୍ସରେ ପଦକ ଜିତିପାରିବେ ନାହିଁ ଏବଂ ନୂତନ ନିୟମରେ ସେମାନଙ୍କର ଅସୁବିଧା ଅଛି, ସେଥିପାଇଁ ସେମାନେ ଏପରି ଅଭିଯୋଗ କରୁଛନ୍ତି ।
ତେବେ ଆଜି WFI ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଅପରାହ୍ନ 4 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ବ୍ରିଜ ଭୂଷଣ ଶରଣଙ୍କ ସଭାପତି ପଦବୀକୁ ନେଇ ଆଜି ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି ।












Click it and Unblock the Notifications