'ସେ ସେଇଠି ଶୋଇଥାନ୍ତି, ଯେଉଁଠି ଜୁନିୟର ଖେଳାଳି...' ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଉ ଜଣେ ରେସଲର୍
କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅଂଶୁ ମଲ୍ଲିକ୍ ବ୍ରିଜ ଭୂଷଣଙ୍କ ବିଷୟରେ ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି । ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
Wrestlers Protest: ନୂଆଦିଲ୍ଲୀଠାରେ କ୍ରମାଗତ ତୃତୀୟ ଦିନ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଲଗାତାର ଇସ୍ତାଫା ଦାବି କରୁଛନ୍ତି କୁସ୍ତିଯୋଦ୍ଧାମାନେ । ଏତି ମଧ୍ୟରେ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଆଉ ଜଣେ ରେସଲର୍ । କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅଂଶୁ ମଲିକ ବ୍ରିଜ ଭୂଷଣଙ୍କ ବିଷୟରେ ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି । ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଂଶୁ ମଲ୍ଲିକ୍ କହିଛନ୍ତି ଯେ ବ୍ରିଜଭୂଷଣ ଶରଣ ଖେଳାଳିଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସେ ପ୍ରତ୍ୟେକ ଟୁରରେ ତାଙ୍କ ବ୍ୟବହାର ଦ୍ବାରା ଜୁନିୟର ଏବଂ ସିନିୟର ଖେଳାଳିଙ୍କୁ ଅସହଜ କରୁଥିଲେ । ଜନ୍ତର ମନ୍ତରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅଂଶୁ ମଲ୍ଲିକ୍ କହିଛନ୍ତି ଯେ ବ୍ରିଜ ଭୂଷଣ ମଧ୍ୟ ସେହି ସ୍ଥାନରେ ଶୋଇଥାନ୍ତି, ଯେଉଁଠାରେ ଜୁନିୟର ଖେଳାଳିମାନେ ଶୋଇଥାନ୍ତି । ଏହି ସମୟରେ ବ୍ରିଜଭୂଷଣ ତାଙ୍କ ରୁମର କବାଟ ଖୋଲା ରଖୁଥିଲେ। ଯେଉଁଥିପାଇଁ ଖେଳାଳିମାନଙ୍କୁ ସମସ୍ତ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ।
WFI ଅଧ୍ୟକ୍ଷ ବିରୋଧରେ ଟିପ୍ପଣୀ କରି ଷ୍ଟାର ରେସଲର ବିନେଶ ଫୋଗାଟ କହିଥିଲେ ଯେ ବିରୋଧ ତେଜିବା ପରେ ଗୋଟିଏ ପରେ ଗୋଟିଏ ମହିଳା ରେସଲର ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର କଥା କହୁଛନ୍ତି। ଆମେ ଏନେଇ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ। ତେଣୁ ଅପରାଧି ଇସ୍ତଫା ଦିଅନ୍ତୁ ନହେଲେ ପରିଣାମ ଭୟଙ୍କର ହେବ ବୋଲି ଫୋଗାଟ କହିଛନ୍ତି। ଖେଳାଳିମାନେ ସଂଘର ସଦସ୍ୟଙ୍କୁ ଜେଲ୍ ପର୍ଯ୍ୟନ୍ତ ନେଇଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଫୋଗାଟ ଚେତାବନୀ ଦେଇଛନ୍ତି।
ଉଲ୍ଲେଖଥାଉ କି, ଗୋଲ୍ଡ ମେଡାଲିଷ୍ଟ ତଥା ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ବୁଧବାର ଭାରତୀୟ କୁସ୍ତିସଂଘ ଏବଂ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣଛନ୍ତି। ବ୍ରିଜ ମୋହନ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରି ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତୀୟ କୁସ୍ତି ମହାସଂଘର ଏକାଧିକ ରେସଲର୍ ସଭାପତିଙ୍କ ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଭଳି ରେସଲର ମଧ୍ୟ ଅଛନ୍ତି । ଯେଉଁମାନେ ଅଲିମ୍ପିକ୍ସ ଏବଂ କମନୱେଲଥ ଗେମ୍ସରେ ଭାରତକୁ ପୁରସ୍କାର ଆଣିଥିଲେ।












Click it and Unblock the Notifications