WPL: ପ୍ଲେ ଅଫରେ ୟୁପି, ବିଦା ହେଲେ ଆରସିବି ଓ ଗୁଜରାଟ
ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ଆଜି (ସୋମବାର) ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ଗୁଜରାଟ ଟାଇଟନ୍ସକୁ ୩ ୱିକେଟରେ ପରାସ୍ତ କରିଛି ।

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ଆଜି (ସୋମବାର) ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ଗୁଜରାଟ ଟାଇଟନ୍ସକୁ ୩ ୱିକେଟରେ ପରାସ୍ତ କରିଛି ।
ତେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ନକଆଉଟରେ ପହଞ୍ଚି ସାରିଥିଲେ। ୟୁପି ଆଜିର ମ୍ୟାଚ ଜିତିବା ପରେ ଗୁଜରାଟ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ମହିଳା ପ୍ରିମିୟର ଲିଗର ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛନ୍ତି ।
ଆଜିର ମ୍ୟାଚରେ ଗୁଜରାଟ ଅଧିନାୟିକା ଟସ ଜିତି ସ୍ନେହ ରାଣା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟରେ ୧୭୮ ରନ କରିଥିଲା । ଆଶଲେ ଗାର୍ଡନର ୬୦ ଓ ଡି.ହେମଲତା ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ୟୁପି ଟିମ ଗୋଟିଏ ବଲ ବାକି ଥାଇ ୭ ୱିକେଟ ହରାଇ ଏଥିରେ ବିଜୟ ହାସଲ କରିଥିଲା । ଗ୍ରେସ ହ୍ୟାରିସ ୭୨ ଓ ତାହାଲିୟା ମ୍ୟାକଗ୍ରା ୫୭ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।
ତେବେ ଗୁଜରାଟ ୮ ଟି ମ୍ୟାଚ୍ରୁ ମାତ୍ର ୨ଟି ଜିତି ପଏଣ୍ଟ ଟେବୁଲର ଶେଷରେ ଥିବା ବେଳେ ଆରସିବି ୭ଟି ମ୍ୟାଚ୍ରୁ ୨ଟି ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଦଳ ନିଜ ଶେଷ ମ୍ୟାଚ୍ ଜିତିଲେ ମଧ୍ୟ ପ୍ଲେ ଅଫକୁ ଯାଇ ପାରିବ ନାହିଁ।












Click it and Unblock the Notifications