Get Updates
Get notified of breaking news, exclusive insights, and must-see stories!

WPL 2024 Final:ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିଅନ୍‌ ଆର୍‌ସିବି,

WPL ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍ ଜିତିଲା ବାଙ୍ଗାଲୋର । ଲୋ ସ୍କୋରିଂ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ୮ ୱିକେଟରେ ପରାସ୍ତ WPL-୨୦୨୪ ଟ୍ରଫି ନିଜ ନାମରେ କରିଛି ବାଙ୍ଗାଲୋର । ଏଥି ସହିତ ଲଗାତର ଦୁଇଟି ସିଜିନ୍‌ରେ ଫାଇନାଲରେ ପରାଜୟର ସ୍ୱାଦ ଚାଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।

WPL Final 2024

ପ୍ରଥମେ ଟସ୍ ଜିତି ବ୍‌ଯାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସକୁ । ୧୮ ଦଶମିକ ୩ ଓଭରରେ ଦଳ ୧୧୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ଆରମ୍ଭରୁ କ୍‌ଯାପଟେନ୍ ଲାନିଙ୍ଗ ଓ ଶେଫାଳୀ ବର୍ମା ଭଲ ଆରମ୍ଭ କରିଥିଲେ । ୭ ଓଭରରେ ଦଳୀୟ ସ୍କୋର ୬୪ ଥିବାବେଳେ ୨୭ ବଲରେ ୪୪ ରନ କରି ଆଉଟ୍ ହୋଇଥିଲେ ଶେଫାଳୀ । ଏହାପରେ କ୍ରମାଗତଭାବେ ଦଳ ୱିକେଟ୍ ହରାଇଥିଲା । ସେହି ୬୪ ରନରେ ହିଁ ୩ ୱିକେଟ ହରାଇ ଦିଲ୍ଲୀର ପ୍ରାରମ୍ଭିକ ବ୍‌ଯାଟିଂ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ପରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଶ୍ରେୟଙ୍କା ପାଟିଲ ୪ ୱିକେଟ ନେଇ ଦିଲ୍ଲୀକୁ ଦୁର୍ବଳ କରିଦେଇଥିଲେ । ମୋଲିନେକ୍ସ ୩ଟି ଓ ଆଶା ଶୋଭନା ୨ଟି ୱିକେଟ ନେଇଥିଲେ । ଦିଲ୍ଲୀ ତରଫରୁ ଶେଫାଳୀ ସର୍ବାଧିକ ୪୪ ରନ କରିଥିବାବେଳେ ଲାନିଙ୍ଗ ୨୩ ରନ କରିଥିଲେ । ୧୧୪ ରନର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଂଲାଲୋର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+