WPL 2026: ଦ୍ଵିତୀୟ ଥର ଚାମ୍ପିଅନ ହେଲା ଆରସିବି
ଓ୍ଵିମେନ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ)ର ଚତୁର୍ଥ ସଂସ୍କରଣରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରୋମାଞ୍ଚକର ଫାଇନାଲ୍ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି ଆରସିବି। ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ବିଶାଳ ୨୦୩ ରନ କରିଥିଲା।ଜବାବରେ ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଅ ଓ୍ଵଲଙ୍କ ୭୯ ରନର ଇନିଂସ ବଳରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି। ଏହା ପୂର୍ବରୁ ଆରସିବି ୨୦୨୪ରେ ଚାମ୍ପିଅନ ହୋଇଥିଲା।

୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବି ୯ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଗ୍ରେସ ହ୍ୟାରିସ ୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ସ୍ମୃତି ମନ୍ଧାନା ଓ ଜର୍ଜିଆ ଓ୍ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦିଲ୍ଲୀ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ। ବିଶେଷ କରି ସ୍ମୃତି ମନ୍ଧାନା ନିଜର ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରି ମ୍ୟାଚକୁ ହାତମୁଠାରେ ରଖିଥିଲେ।
ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୫ ରନ ଯୋଡ଼ିଥିଲେ ସ୍ମୃତି ଓ ଜର୍ଜିଆ। ୫୪ ବଲରୁ ୧୪ ଚୌକା ସହ ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ ଜର୍ଜିଆ। ସ୍ମୃତି ୪୧ ବଲରୁ ୧୨ ଚୌକା ଓ ୩ ଛକା ସହ ୮୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ତେବେ ସ୍ମୃତି ଆଉଟ୍ ହେବାରୁ ମ୍ୟାଚ୍ ଶେଷ ମୁହୂର୍ତ୍ତରେ ରୋଚକ ମୋଡ଼ ନେଇଥିଲା।କିନ୍ତୁ ରାଧା ଯାଦବ ୫ ବଲରୁ ୧୨ ରନ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଆରସିବି ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା। ଏଥିସହ ଦଳ ଦ୍ଵିତୀୟ ଥର ଡବ୍ଲ୍ୟୁପିଏଲ ଟାଇଟଲ୍ ଜିତିଛି। ଅନ୍ୟପଟେ ଦିଲ୍ଲୀ କ୍ରମାଗତ ଚତୁର୍ଥ ଥର ସବୁ ସଂସ୍କରଣରେ ଫାଇନାଲରେ ପହଞ୍ଚି ବି ପୁଣି ଥରେ ନିରାଶ ହୋଇଛି।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ। ଦଳ ୪ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା। ଓପନର ଲିଜେଲି ଲି ୩୭ ରନ ଓ ଶେଫାଳି ବର୍ମା ୨୦ ରନ କରିଥିଲେ। ଲୌରା ଓ୍ଵର୍ଲଭାର୍ଟ ୨୫ ବଲରୁ ୪୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଅଧିନାୟକ ଜେମିମା ରୋଡ୍ରିଗ୍ସ ୩୭ ବଲରୁ ୮ ଚୌକା ଜରିଆରେ ୫୭ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ତେବେ ଚିନଲି ହେନରି !୫ ବଲରୁ ୩୫ ରନର ଧୂଆଁଧାର ଇନିଂସ ଖେଳିବାରୁ ଦିଲ୍ଲୀ ୨୦୩ ରନ କରି ପାରିଥିଲା।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications