Get Updates
Get notified of breaking news, exclusive insights, and must-see stories!

WPL 2026: ସନ୍ଧ୍ୟାରେ କ୍ୟାପିଟାଲ୍ସ- ରୟାଲ୍ ଚ୍ୟାଲେଞ୍ଜର୍ସ ମହାମୁକାବିଲା

ଆଜି ଡବ୍ଲ୍ୟୁପିଏଲ୍‌ରେ ଫାଇନାଲ୍ ମୁକାବିଲା । ୨୦୨୪ ସଂସ୍କରଣ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୩ଥର ରନର୍ସ ଅପ୍ ହୋଇ ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବେ । ଦିଲ୍ଲୀ କ୍ୟାପିଟାଲ୍ସ ସମସ୍ତ ୩ଟି ଯାକ ସଂସ୍କରଣରେ ଫାଇନାଲ୍ ଖେଳିଛି ଓ ପରାଜିତ ହୋଇ ଟାଇଟଲରୁ ବଞ୍ଚିତ ହୋଇଛି । ୨୦୨୪ ଫାଇନାଲ୍‌ରେ ମଧ୍ୟ ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହୋଇଥିଲା । ୩ଟି ଯାକ ସଂସ୍କରଣରେ ମେଗ ଲ୍ୟାନିଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେଉଥିଲେ । ଏଥର ସେ ୟୁପି ୱାରିୟର୍ସ ଦଳର ଅଧିନାୟିକା ଥିଲେ ।

WPL 2026

ଏଥର ଜେମିମା ରୋଡ୍ରିଗ୍ସଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଭାଗ୍ୟ ବଦଳିବା ଆଶା କରାଯାଇପାରେ । ଜେମିମାଙ୍କ ଗୋଟିଏ ଇନିଂସ ଭାରତକୁ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍ରେ ଜେମିମା ଶତକ ଅର୍ଜନ କରି ଭାରତକୁ ଜିତାଇଥିଲେ । ଡବ୍ଲ୍ୟୁପିଏଲ୍ ଫାଇନାଲ୍‌ରେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ମ୍ୟାଚ ବିଜୟୀ ଇନିଂସ ଦେଖିବାକୁ ଫ୍ୟାନ୍‌ ମାନେ ଆଶା ବାନ୍ଧିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଧିମା ଚାଲିଥିବା ଦିଲ୍ଲୀ କ୍ୟାପିଟାଲ୍ସ ସଠିକ୍ ସମୟରେ ଫର୍ମକୁ ଫେରିଥିଲା ।

ରୟାଲ୍ ଚ୍ୟାଲେଞ୍ଜର୍ସ ଚଳିତ ସିଜନର ସବୁଠୁ ଶକ୍ତିଶାଳୀ ଓ ସନ୍ତୁଳିତ ଦଳ ଭାବେ ପ୍ରମାଣ କରିଥିଲା । କ୍ରମାନ୍ୱୟରେ ପ୍ରଥମ ୫ଟି ମ୍ୟାଚ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା । ଫାଇନାଲ୍‌ରେ ମଧ୍ୟ ଦଳ ରାଜୁତି ପାଇଁ ପ୍ରସ୍ତୁତ ।

ଆଜି ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର ଲିଜେଲି ଲି ଓ ଶେଫାଳି ବର୍ମା, ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲର ଲାଉରେନ ବେଲଙ୍କ ମଧ୍ୟରେ ଜୋରଦାର ଲଢେଇ ହେବା ଆଶା କରାଯାଉଛି । ସେହିପରି ସ୍ମୃତି ମନ୍ଧନା ଓ ନନ୍ଦନୀ ଶର୍ମାଙ୍କ ଫାଇଟ୍‌କୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ: ଶେଫାଳି ବର୍ମା, ଲିଜେଲି ଲି, ଲୌରା ଉଲଭାର୍ଟ, ଜେମିମା ରୋଡ୍ରିଗ୍ସ(ଅଧିନାୟିକା), ମରିଜାନ କାପ, ଚିନେଲି ହେନରୀ, ନିକି ପ୍ରସାଦ, ସ୍ନେହ ରାଣା, ମିନୁ ମାନି, ନନ୍ଦନୀ ଶର୍ମା, ଶ୍ରୀ ଚରଣୀ ।

ରୟାଲ୍ ଚ୍ୟାଲେଞ୍ଜର୍ସ: ସ୍ମୃତି ମନ୍ଧନା(ଅଧିନାୟିକା), ଗ୍ରେସ ହ୍ୟାରିସ, ଜର୍ଜିୟା ଭୋଲ, ରିଚା ଘୋଷ, ରାଧା ଯାଦବ, ନାଦିନ ଡି କ୍ଲର୍କ, ପୂଜା ବସ୍ତ୍ରାକର, ଶ୍ରେୟଙ୍କା ପାଟିଲ, ସାୟାଲି ସତଘରେ, ଅରୁନ୍ଧତି ରେଡ୍ଡୀ, ଲାଉରେନ ବେଲ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+