WPL 2025 Retention: କେଉଁ ଦଳ କାହାକୁ ରଖିଲେ, କାହାକୁ ଛାଡିଲେ ?

ମହିଳା ପ୍ରିମିୟର ଲିଗ ବା ମହିଳା ଆଇପିଏଲ ୨୦୨୫ ପାଇଁ ୫ ଦଳ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି । ଏହାର ଅର୍ଥ WPL ୨୦୨୫ର ଅକ୍ସନ ପୂର୍ବରୁ କେଉଁ ଦଳ କାହାକୁ ରଖିଲେ ଓ କାହାକୁ ଛାଡ଼ିଲେ, ସେକଥା ସ୍ପଷ୍ଟ ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ୪ ଜଣ କ୍ରିକେଟରଙ୍କୁ ରିଲିଜ କରିଛି। ଏମାନଙ୍କ ମଧ୍ୟରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଇସୀ ୱଙ୍ଗ ରହିଛନ୍ତି । ଟୁର୍ଣ୍ଣାମେଣ୍ଟର ଇତିହାସର ୱଙ୍ଗ ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ ନେଇଥିଲେ। ଗତ ସଂସ୍କରଣରେ ସେ ୟୁପି ୱାରିୟର୍ସ ବିପକ୍ଷରେ ଏପରି ସଫଳତା ହାସଲ କରିଥିଲେ । ମୁମ୍ବାଇ ତାଙ୍କ ରିଟେନ କରିନାହିଁ।

ଆରସିବି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ନାଡିନେ ଡେ କ୍ଲେର୍କଙ୍କୁ ରିଲିଜ କରିଛି। ଏହାପୂର୍ବରୁ ଦଳ ୟୁପି ଠାରୁ ଇଂଲଣ୍ଡ ବ୍ୟାଟର ଡାନି ୱାଟ ହୋଡଗେଙ୍କୁ ଟ୍ରେଡ ଜରିଆରେ ଆଣିଥିଲା।

ଆହତ କାରଣରୁ ବେଥ ମୁନୀ ବାଦ ପଡ଼ିବାରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଦଳ ନେତୃତ୍ୱ ନେଇଥିବା ସ୍ନେହା ରାଣାଙ୍କୁ ଗୁଜରାଟ ଜାଏଣ୍ଟସ ରିଟେନ କରିନାହିଁ। ସେହିପରି ନ୍ୟୁଜିଲ୍ୟାଣ୍ଡର ଟି-୨୦ ବିଶ୍ୱକପ ବିଜେତା ଟିମରେ ଥିବା ଲେ ତାହୁହୁଙ୍କୁ ମଧ୍ୟ ଦଳ ରିଲିଜ କରିଛି।

WPL 2025 Retention

ଦିଲ୍ଲୀ କ୍ୟାପିଟାଲ୍ସ ଭେଟରାନ ଲେଗ ସ୍ପିନର ପୁନମ ଯାଦବଙ୍କୁ ଛାଡ଼ିଛି। ୟୁପି ଇଂଲଣ୍ଡର ଦ୍ରୁତ ବୋଲର ଲାଉରେନ ବେଲଙ୍କୁ ନିଜ ସହ ରଖି ନାହିଁ।

କାହାକୁ ଛାଡ଼ିଲେ ଓ ରଖିଲେ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

କାହାକୁ ରଖିଲା: ସ୍ମୃତି ମନ୍ଧାନା(ଅଧିନାୟକ), ଏସ ମେଘନା, ଏଲିସ ପେରୀ, ରିଚା ଘୋଷ, ଜର୍ଜିଆ ୱାରେହାମ, ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ସୋଫି ଡିଭାଇନ, ରେଣୁକା ସିଂହ, ସୋଫି ମୋଲିନେକ୍ସ, ଏକତା ବିଷ୍ଟ, କାଟେ କ୍ରସ ଓ କନିକା ଆହୁଜା।

ୟୁପିରୁ ଆଣିଛି- ଡାନି ୱାଟ ହୋଡଗେ

ରିଲିଜ: ଦିଶା କସ୍ତ, ନାଡିନେ ଡେ କ୍ଲେର୍କ, ଇନ୍ଦ୍ରାଣୀ ରୟ, ଶୁଭା ସତୀଶ, ଶ୍ରଦ୍ଧା ପୋକାରକର ଓ ସିମରନ ବାହାଦୂର।

ଟଙ୍କା ରହିଛି: ୩.୨୫ କୋଟି

ମୁମ୍ବାଇ ଇଣ୍ଡିଆନ୍ସ

କାହାକୁ ରଖିଲା: ଅମନଜୋତ କୌର, ଆମେଲିଆ କେର, ସି ଟ୍ରାୟନ, ହରମନପ୍ରୀତ କୌର, ହେଲୀ ମାଥ୍ୟୁସ, ଜିନ୍ତିମଣି କଲିତା, ନାଟ ସ୍କିଭର ବ୍ରଣ୍ଟ, ପୂଜା ବସ୍ତ୍ରକର, ସାଇକା ଇଶିକ, ୟାସ୍ତିକା ଭାଟିଆ, ଶବନିମ ଇସ୍ମାଇଲ, ଏସ୍‌ ସଞ୍ଜନା, ଅମନଦୀପ କୌର, କୀର୍ତ୍ତନା ବାଲାକ୍ରିଷ୍ଣନ।

ରିଲିଜ: ଇସୀ ୱାଙ୍ଗ, ଫତିମା ଜାଫର, ହୁମାଇରା କାଜି ଓ ପ୍ରିୟଙ୍କା ବାଲା

ଟଙ୍କା ରହିଛି: ୨.୬୫ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ

କାହାକୁ ରଖିଲା: ଆଲିସ କାପସୀ, ଅରୁନ୍ଧତି ରେଡ୍ଡୀ, ଜେମିମା ରୋଡ୍ରିଗସ, ଜେସ ଜୋନାସେନ, ମାରିଜାନେ କାପ୍ପ, ମେଗ ଲାନିଙ୍ଗ, ମିନୁ ମଣି, ରାଧା ଯାଦବ, ଶେଫାଳି ବର୍ମା, ଶିଖା ପାଣ୍ଡେ, ସ୍ନେହା ଦୀପ୍ତି, ତନୟା ଭାଟିଆ, ତିତାସ ସାନ୍ଧୁ, ଆନାବେଲ ସଦରଲ୍ୟାଣ୍ଡ।

ରିଲିଜ: ଲାଉରା ହାରିସ, ପୁନମ ଯାଦବ, ଅର୍ପଣା ମଣ୍ଡଳ, ଅଶ୍ୱିନୀ କୁମାରୀ

ଟଙ୍କା ରହିଛି: ୨.୫୦ କୋଟି

ୟୁପି ୱାରିୟର୍ସ

କାହାକୁ ରଖିଲା: ଏଲିସା ହେଲୀ, ଅଞ୍ଜଳୀ ଶ୍ରାବଣୀ, ଦୀପ୍ତି ଶର୍ମା, ଗ୍ରେସ ହାରିସ, କିରଣ ନାଭଗିରେ, ଚାମିରା ଆଟାପଟୁ, ରାଜେଶ୍ୱରୀ ଗାଏକ୍ୱାଡ, ଶ୍ୱେତା ସେରାୱତ, ସୋଫି ଏସେଲଷ୍ଟୋନ, ତାହିଲା ମ୍ୟାଗ୍ରା, ବ୍ରିନ୍ଦା ଦୀନେଶ, ପୁନମ ଖେମନାର, ସାଇମା ଠାକୁର ଓ ଜି ସୁଲତାନ।

ରିଲିଜ: ଲାଉରେନ ବେଲ, ଲକ୍ଷ୍ମୀ ଯାଦବ, ପାର୍ଶ୍ୱୀ ଚୋପ୍ରା, ଏ ଆଶାଶ୍ରୀ

ଟଙ୍କା ରହିଛି: ୩.୯୦ କୋଟି

ଗୁଜରାଟ ଜାଏଣ୍ଟସ

କାହାକୁ ରଖିଲା: ଆଶଲେ ଗାର୍ଡନର, ବେଥ ମୁନୀ, ଦୟାଲନ ହେମଲତା, ହରଲୀନ ଦେଓଲ, ଲାଉରା ୱଲଭାର୍ଡଟ, ଶବନମ ଶକିଲ, ତନୁଜା କନୱର, ଫୋବ ଲିଚଫିଲ୍ଡ, ମେଘନା ସିଂହ, କଶ୍ୱୀ ଗୌତମ, ପ୍ରିୟା ମିଶ୍ରା, ମନତ କଶ୍ୟ ଓ ସାୟାଲି ସାତଗାରେ।

ରିଲିଜ: ସ୍ନେହା ରାଣା, କାଥରୟନ ବ୍ରୟସ, ତ୍ରିଶା ପୂଜା, ବେଦା କ୍ରିଷ୍ଣମୂର୍ତ୍ତି, ତାରାନୁମ ପାଥନ, ଲେ ତାହୁହୁ।

ଟଙ୍କା ରହିଛି: ୪.୪୦ କୋଟି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+