WPL 2024: ଫେବୃଆରୀ ୨୩ରୁ ମହିଳା ଆଇପିଏଲ, ଦିଲ୍ଲୀ-ମୁମ୍ବାଇ ପ୍ରଥମ ମ୍ୟାଚ, ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାଣନ୍ତୁ
WPL 2024 ପୂର୍ଣ୍ଣ କାର୍ଯ୍ୟସୂଚୀ: ୨୦୨୪ ମସିହାରେ ହେବାକୁ ଥିବା ମହିଳା ଆଇପିଏଲ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମହିଳା ଆଇପିଏଲ୍ ଏକ ମାସ ପରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୨୩ରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ । ମହିଳା ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ।
ମୁମ୍ବାଇ-ଦିଲ୍ଲୀ ସଂଘର୍ଷ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଗତ ସିଜନରେ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲା। ତେବେ ଫାଇନାଲ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସିଜିନରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଟୁର୍ଣ୍ଣାମେଣ୍ଟର ଶକ୍ତିଶାଳୀ ଦଳ ମଧ୍ୟରେ ଗଣାଯାଉଛି । ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଚେଷ୍ଟା କରିବେ ।

ମୋଟ ୨୨ ଟି ମ୍ୟାଚ୍ ହେବ: ଚଳିତ ବର୍ଷ ମହିଳା ପ୍ରିମିୟର ଲିଗରେ ମୋଟ ୨୨ ଟି ମ୍ୟାଚ୍ ହେବ । ମାର୍ଚ୍ଚ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ । ମାର୍ଚ୍ଚ ୧୫ରେ ଟୁର୍ଣ୍ଣାମେଣ୍ଟ ଏଲିମିନେଟର ଖେଳାଯିବ । ପୁରା ଟୁର୍ଣ୍ଣାମେଣ୍ଟ ଦିଲ୍ଲୀ ଏବଂ ବେଙ୍ଗାଲୁରୁର ଦୁଇଟି ସହରରେ ଖେଳାଯିବ । ଗତ ସିଜିନ ଭଳି ଶ୍ରେଷ୍ଠ ତିନି ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।
WPL 2024 schedule. pic.twitter.com/1NzRrZP0IO
— Mufaddal Vohra (@mufaddal_vohra) January 23, 2024
WPL 2024: ପୂର୍ଣ୍ଣ କାର୍ଯ୍ୟସୂଚୀ
୨୩ ଫେବୃଆରୀ- ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
୨୪ ଫେବୃଆରୀ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ୟୁପି ୱାରିୟର୍ସ, ବେଙ୍ଗାଲୁରୁ
୨୫ ଫେବୃଆରୀ- ଗୁଜୁରାଟ ଜାଏଣ୍ଟସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ବେଙ୍ଗାଲୁରୁ
୨୬ ଫେବୃଆରୀ - ୟୁପି ୱାରିୟର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
୨୭ ଫେବୃଆରୀ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜୁରାଟ ଜିଆଣ୍ଟସ୍, ବେଙ୍ଗାଲୁରୁ
୨୮ ଫେବୃଆରୀ - ମୁମ୍ବାଇ ଇଣ୍ଡିଆନ୍ସ ବନାମ ୟୁପି ୱାରିୟର୍ସ, ବେଙ୍ଗାଲୁରୁ
୨୯ ଫେବୃଆରୀ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
ମାର୍ଚ୍ଚ ୧ - ୟୁପି ୱାରିୟର୍ସ ବନାମ ଗୁଜୁରାଟ ଜାଏଣ୍ଟସ୍, ବେଙ୍ଗାଲୁରୁ
ମାର୍ଚ୍ଚ ୨ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ, ବେଙ୍ଗାଲୁରୁ
ମାର୍ଚ୍ଚ ୩ - ଗୁଜୁରାଟ ଜାଏଣ୍ଟସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ବେଙ୍ଗାଲୁରୁ
ମାର୍ଚ୍ଚ ୪- ୟୁପି ୱାରିୟର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ବେଙ୍ଗାଲୁରୁ
ମାର୍ଚ୍ଚ ୫ - ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ
ମାର୍ଚ୍ଚ ୬ - ଗୁଜୁରାଟ ଜାଏଣ୍ଟସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ
ମାର୍ଚ୍ଚ ୭ - ୟୁପି ୱାରିୟର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ
ମାର୍ଚ୍ଚ ୮ - ଦିଲ୍ଲୀ କ୍ୟାପିଟାଲ୍ସ ବନାମ ୟୁପି ୱାରିୟର୍ସ, ଦିଲ୍ଲୀ
ମାର୍ଚ୍ଚ ୯- ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜୁରାଟ ଜାଏଣ୍ଟସ୍, ଦିଲ୍ଲୀ
ମାର୍ଚ୍ଚ ୧୦ - ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ
ମାର୍ଚ୍ଚ ୧୧ - ଗୁଜୁରାଟ ଜାଏଣ୍ଟସ୍ ବନାମ ୟୁପି ୱାରିୟର୍ସ, ଦିଲ୍ଲୀ
ମାର୍ଚ୍ଚ ୧୨- ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ
ମାର୍ଚ୍ଚ ୧୩- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଗୁଜୁରାଟ ଯାଏଣ୍ଟସ୍, ଦିଲ୍ଲୀ
ମାର୍ଚ୍ଚ ୧୫- ଦିଲ୍ଲୀରେ ଏଲିମିନେଟର
୧୭ ମାର୍ଚ୍ଚ - ଦିଲ୍ଲୀରେ ଫାଇନାଲ୍












Click it and Unblock the Notifications