Get Updates
Get notified of breaking news, exclusive insights, and must-see stories!

WPL 2024: ଆରସିବିକୁ ୨୫ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ

ଗତକାଲି ମହିଳା ପ୍ରିମିୟର ଲିଗର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ୨୫ ରନରେ ଆରସିବିକୁ ପରାସ୍ତ କରିଛି । ଚଳିତ ସିଜନରେ ଏହା ଆରସିବିର ପ୍ରଥମ ପରାଜୟ, ଦିଲ୍ଲୀର ଦ୍ୱିତୀୟ ବିଜୟ ।

ଟସ୍ ଜିତିବା ପରେ ଆରସିବି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଦିଲ୍ଲୀ ଓପନର୍ ମେଗ୍ ଲାନ୍ନିଙ୍ଗଙ୍କୁ ୧୧ ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ୍ କରିଥିଲା। ଶେଫାଳୀ ବର୍ମା ତାଙ୍କର ଉତ୍କୃଷ୍ଟ ଫର୍ମ ଜାରି କରି ବିସ୍ଫୋରକ ବ୍ୟାଟିଂ କରି ପଚାଶ ସ୍କୋର କରିଥିଲେ । ଏହି ସିଜିନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପଚାଶ । ୩୧ ବଲରେ 50 ରନ୍ ସ୍କୋର କରିବା ପରେ ଶେଫାଲୀ ଆଉଟ୍ ହୋଇଥିଲେ ।

ଚମତ୍କାର ବ୍ୟାଟିଂ କରି ଏଲିସ୍ କ୍ୟାପସି ମଧ୍ୟ ଆରସିବିର ବୋଲିଙ୍ଗକୁ ଧ୍ଵଂସ କରି ଦେଇଥିଲେ । ସେ 33 ବଲରେ 46 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ତାଙ୍କ ବ୍ୟତୀତ ମାରିଜାନ୍ କାପ୍ 16 ଟି ବଲରେ 32 ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀ କ୍ୟାପିଟାଲସ ରନ୍ ଗତି ମନ୍ଥର ହେବାକୁ ଦେଇନଥିଲା।

WPL 2024: RCB vs Delhi Capitals

ଜୋନାସେନ୍ ଅପରାଜିତ ୧୬ ଟି ବଲର ସମ୍ମୁଖୀନ ହୋଇ ୩୬ ରନ କରିଥିଲେ ଏବଂ ଅରୁନ୍ଧତୀ ରେଡ୍ଡୀ ଅପରାଜିତ 10 ରନ୍ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲସ 5 ୱିକେଟ୍ ହରାଇ 194 ରନ୍ ସ୍କୋର କରିଥିଲେ। ସୋଫି ଡିଭାଇନ୍ ଆରସିବି ପାଇଁ ଦୁଇଟି ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ଡି କ୍ଲାର୍କ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ।

ଟାର୍ଗେଟକୁ ଗୋଡାଇବାବେଳେ ସ୍ମୃତି ମନ୍ଧାନା ଏବଂ ସୋଫି ଡିଭାଇନ୍ ଆରସିବି ପାଇଁ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ଦୁହେଁ ଜୋରଦାର ବ୍ୟାଟିଂ କରି ହଇଚଇ ସୃଷ୍ଟି କରି 77 ରନ୍ ଯୋଡିଥିଲେ । ମନ୍ଧାନା 32 ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ମହିଳା ପ୍ରିମିୟର ଲିଗରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ । 17 ବଲରେ 23 ରନ୍ ସ୍କୋର କରିବା ପରେ ଡିଭାଇନ୍ ଆଉଟ୍ ହୋଇଥିଲେ ।

ମନ୍ଧାନା ବିସ୍ଫୋରକ ବ୍ୟାଟିଙ୍ଗ କରି 43 ବଲରେ 74 ରନ ହାସଲ କରିଥିଲେ କିନ୍ତୁ ମାରିଜାନେ କ୍ୟାପ ତାଙ୍କୁ ଆଉଟ୍ କରିଥିଲେ। ରିଚା ଘୋଷ ପହଞ୍ଚିବା ମାତ୍ରେ ଆକ୍ରମଣ କରିଥିଲେ କିନ୍ତୁ ସେ 13 ବଲରେ 19 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହି ସମୟରେ ୱାରେହମ୍ 6 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ବଡ଼ ସ୍କୋରର ଚାପ ସାବିନେନି ମେଘନା ଉପରେ ମଧ୍ୟ ଦୃଶ୍ୟମାନ ହେଉଥିଲା । ସେ 36 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ୱିକେଟ୍ ଗୋଟିଏ ପରେ ଗୋଟିଏ ଖସିବାକୁ ଲାଗିଲା। ଶେଷରେ ଆରସିବି (RCB) 9 ୱିକେଟ୍ ହରାଇ 169 ରନ୍ ସ୍କୋର କରିଥିଲା । ଆଉ 25 ରନରେ ହାରିଥିଲା ଦଳ । ଦିଲ୍ଲୀ ପାଇଁ ଜେସ୍ ଜନସେନ୍ ୩ଟି ୱିକେଟ୍ ନେଇଥିଲେ । କ୍ୟାପ୍ ଏବଂ ଅରୁନ୍ଧତୀ ରେଡ୍ଡୀ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+