ମହିଳା ପ୍ରିମିୟର ଲିଗ୍ 2024: ଓପନିଂ ସେରିମନିରେ ପରଫର୍ମ କରିବେ କିଙ୍ଗ୍ ଖାନ, ଦେଖିବାକୁ ମିଳିବ ବିଟାଉନ୍ ଷ୍ଟାରଙ୍କ ଜଲୱା

WPL 2024: ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ 2024 । ଫେବ୍ରୁଆରୀ ୨୩ରୁ ଏହା ଆରମ୍ଭ ହେବା ପାଇଁ ଯାଉଛି । ଓପନିଂ ମ୍ୟାଚ୍ ବେଙ୍ଗାଲୁରୁର ମି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାନ୍ସ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

ମ୍ୟାଚ୍ ସନ୍ଧ୍ୟା 7.30 ରେ ଆରମ୍ଭ ହେବ କିନ୍ତୁ ଏହି ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହ ଏହାର ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା 6.30 ରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ବଲିଉଡର ବଡ ତାରକା ଓପନିଂ ସମାରୋହରେ ଫରଫର୍ମ କରିବେ। ସୁପରଷ୍ଚାର ଶାହାରୁଖ ଖାନଙ୍କ ସହ କାର୍ତ୍ତିକ ଆର୍ଯ୍ୟନ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଅନ୍ୟାନ୍ୟ ଲୋକପ୍ରିୟ ଅଭିନେତା ମଧ୍ୟ ନଜର ଆସିବେ

ମହିଳା ପ୍ରିମିୟର ଲିଗ୍ 2024ର ଉଦଘାଟନୀ ସମାରୋହରେ ବରୁଣ ଧୱନ, ଟାଇଗର ଶ୍ରଫ, କାର୍ତ୍ତିକ ଆର୍ଯ୍ୟନ, ସାହିଦ କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଭଳି ସୁପରଷ୍ଟାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ଏହି ସମୟରେ ଶାହାରୁଖ ଖାନ ମଧ୍ୟ ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ। ଗତ ବର୍ଷର ଉଦଘାଟନୀ ସମାରୋହ ଅପେକ୍ଷା ଏହି ବର୍ଷର ଉଦଘାଟନୀ ସମାରୋହ ଅଧିକ ଖାସ ହେବା ନେଇ ସୂଚନା ରହିଛି ।

ଲାଇଭ୍ ଷ୍ଟ୍ରିମିଂ କେଉଁଠି ଦେଖିବେ
ମହିଳା ପ୍ରିମିୟର ଲିଗର ଉଦଘାଟନୀ ସମାରୋହର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପରେ ଦେଖି ପାରିବେ । ଏହା ସହିତ ସ୍ପୋର୍ଟସ୍ -18 ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ ମଧ୍ୟ ଦେଖିପାରିବେ ଷ

WPL 2024 Opening Ceremony

ମହିଳା ପ୍ରିମିୟର ଲିଗର ଏହା ହେଉଛି ଦ୍ୱିତୀୟ ସିଜନ୍ । ଏଥର ଏହି ଲିଗ୍ ଦୁଇଟି ସ୍ଥାନରେ ଖେଳାଯିବ । ଏହି ଲିଗ୍ ପାଇଁ ବେଙ୍ଗାଲୁରୁ ଏବଂ ଦିଲ୍ଲୀ ଆୟୋଜକ ସହର ଭାବରେ ମନୋନୀତ ହୋଇଛି । 23 ଫେବୃଆରୀରୁ 4 ମାର୍ଚ୍ଚ ପର୍ଯ୍ୟନ୍ତ ଉଦଘାଟନୀ ମ୍ୟାଚ୍ ଠାରୁ ସମସ୍ତ ମ୍ୟାଚ୍ ବେଙ୍ଗାଲୁରୁର ମି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଲିଗ୍ ପର୍ଯ୍ୟାୟର ଅବଶିଷ୍ଟ ମ୍ୟାଚ୍ ଏବଂ ଏଲିମିଟର ଏବଂ ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ 5 ତାରିଖରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଉଭୟ ସ୍ଥାନରେ 11-11 ମ୍ୟାଚ୍ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଏଥର ମହିଳା ପ୍ରିମିୟର ଲିଗରେ ମୋଟ 22 ଟି ମ୍ୟାଚ୍ ଖେଳା ଯିବ । ଲିଗ୍ ପର୍ଯ୍ୟାୟରେ ପାଞ୍ଚଟି ଦଳ ଗୋଟିଏ ପରେ ଗୋଟିଏ ମୁହାଁମୁହିଁ ହେବେ। ମାର୍ଚ୍ଚ 17 ରେ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ୍ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+