WPL 2024 Eliminator: ଟସ୍ ଜିତି ଆରସିବିର ବ୍ୟାଟିଙ୍ଗ ଜାରି, ବିଜୟୀ ଦଳ ଖେଳିବ ଫାଇନାଲ
WPL 2024 MI W vs RCB W Eliminator: ମହିଳା ପ୍ରିମିୟର ଲିଗର ଏଲିମିନେଟର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଛି ଆରସିବି । ଆଜିର ବିଜେତା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସକୁ ଭେଟିବ ।
ଏହି ସିଜନରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି । ଚଳିତ ସିଜନରେ ଏପର୍ଯ୍ୟନ୍ତ ଉଭୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ଏହି ମ୍ୟାଚ୍ ଜିତିଥିବା ଦଳ ମାର୍ଚ୍ଚ ୧୭ ରବିବାର ଦିନ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସକୁ ଭେଟିବ ।
ଦିଲ୍ଲୀର ପିଚ୍ ଏପର୍ଯ୍ୟନ୍ତ ବ୍ୟାଟରଙ୍କ ପାଇଁ ଉତ୍କୃଷ୍ଟ ରହିଛି । ଏଠାରେ ଫ୍ଲାଟ ପିଚ୍ ଏବଂ ଛୋଟ ସୀମା ହେତୁ ଉଚ୍ଚ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଛି । ଗତ କିଛି ମ୍ୟାଚ୍ରେ ଏଠାରେ ଅଧିକାଂଶ ଦଳ ୧୮୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ମହିଳା (ଚୁଡାନ୍ତ ଏକାଦଶ ): ହେଲି ମାଥ୍ୟୁସ୍, ୟସ୍ତିକା ଭାଟିଆ (ୱିକେଟ କିପର), ନାଟ୍ ସ୍କିଭର-ବ୍ରଣ୍ଟ, ହରମାନପ୍ରୀତ (ଅଧିନାୟକ), ଆମେଲିଆ କେର, ଅମାନଜୋତ କୌର, ପୂଜା ଭାଷ୍ଟ୍ରକର, ଏସ ସାଜାନା, ହୁମାଇରା କାଜୀ, ଶବ୍ନିମ ଇସମାଇଲ, ସାଇକା ଇଶାକ୍
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା (ଚୁଡାନ୍ତ ଏକାଦଶ): ସ୍ମୃତି ମନ୍ଧନା (ଅଧିନାୟକ), ସୋଫି ମୋଲିନେକ୍ସ, ଏଲିସେ ପେରି, ସୋଫି ଡିଭାଇନ୍, ରିଚା ଘୋଷ (ୱିକେଟ କିପର), ଜର୍ଜିଆ ୱାରେହମ୍, ଦିଶା କାସତ୍, ଶ୍ରେୟଙ୍କା ପାଟିଲ୍, ଆଶା ସୋବାନା, ଶ୍ରଦ୍ଧା ପୋଖରକର, ରେଣୁକା ଠାକୁର ସିଂ












Click it and Unblock the Notifications